ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍‌ ୟୁ ଭାଇ, ଆପଣ ଜଣେ ଦୂତ’

ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାକୁ ନେଇ ସର୍ଜରୀ ମଧ୍ୟ କରାଯାଇଥିଲା। ଏବେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଘରେ ରେମୋଙ୍କ ଦେଖାଶୁଣା କରୁଛନ୍ତି ସ୍ତ୍ରୀ ଲିଜେଲ। ଶୁକ୍ରବାର ଖ୍ରିଷ୍ଟମାସ ଉପଲକ୍ଷେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବିପଦ ସମୟରେ ସହାୟତା କରିଥିବା ସମସ୍ତ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କୋରିଓଗ୍ରାଫର ସଲମାନ ୟୁସୁଫ ଖାନ ଏବଂ ଅଭିନେତା ସଲମାନ ଖାନ୍‌।

ଦବଙ୍ଗ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇ ଲିଜେଲ କହିଛନ୍ତି, ମାନସିକସ୍ତରରେ ସମର୍ଥନ କରିବା ପାଇଁ ଧନ୍ୟବାଦ। ଆପଣ ଜଣେ ଦୂତ। ବିପଦ ବେଳେ ଆମ ସହ ରହିଥିବା ପାଇଁ ଧନ୍ୟବାଦ। ସେହିଭଳି ରେମୋ ଅସୁସ୍ଥ ଥିବା ବେଳେ ୟୁସୁଫ ବହୁତ ସାହାଯ୍ୟ କରିଥିଲେ। ଏନେଇ ଲିଜେଲ କହିଛନ୍ତି, ରେମୋ ତୁମ ଜୀବନରେ କ’ଣ ଗୁରୁତ୍ୱ ରଖନ୍ତି ତାହା ଜାଣିଥିଲି। ହେଲେ କହିବା ଓ ଦେଖାଇବା ଭିନ୍ନ ଜିନିଷ। ତୁମେ କିନ୍ତୁ ତାହା ପ୍ରମାଣ କରିଛ। ଆମ ସହ ରହିବା ପାଇଁ ଧନ୍ୟବାଦ ବୋଲି ହେଜେଲ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା...

କାଟ୍ରିନାଙ୍କ ଆଖିକୁ ନିଦ ନାହିଁ

ମୁମ୍ବାଇ: ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି କାଟ୍ରିନା କୈଫ୍‌ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା...

ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍‌; ଦୂରରେ ଥାଇ ବି…

ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି।...

ଭାରତର ନମ୍ବର ୱାନ ଫିଲ୍ମ ହେଲା ‘ପଠାନ’

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ପ୍ରଡକସନ ହାଉସ ୟଶରାଜ ବ୍ୟାନର ‘ପଠାନ’ ମାଧ୍ୟମରେ ପୁଣିଥରେ ପ୍ରମାଣ କରିଦେଇଛି କି ତା’ଠାରୁ ଭଲ ସ୍ପାଇ ଥ୍ରୀଲର କେହି...

ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କୁ ଫଲୋ କରନ୍ତି ବିରାଟ କୋହଲି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହୋଉଥିବା ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ୟୁପିର ଋଷି ସିଂ ସିଜନ୍‌-୧୩ର ବିଜେତା ହୋଇଛନ୍ତି।...

କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର...

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ...

ପୁଣି ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ

ମୁମ୍ବାଇ: ପ୍ରସିଦ୍ଧ ଡ୍ରେସ ତଥା ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ ନିଜର ଅଦ୍ଭୁତ ଡିଜାଇନ ପାଇଁ ସେ ଚାରିଆଡେ ପ୍ରସିଦ୍ଧ। ବଲିଉଡ୍‌ ଠାରୁ ଆରମ୍ଭ କରି...

Advertisement
Archives

Model This Week