କାହା ଉପରେ ସହଜରେ ବିଶ୍ୱାସ କରିବା ପୂର୍ବରୁ ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ।
ଚାଣକ୍ୟ କୁହନ୍ତି କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ।

ଚାଣକ୍ୟ ଏହି ଶ୍ଲୋକରେ କହିଛନ୍ତି, ଶୁଦ୍ଧ ସୁନାକୁ ପରଖିବା ପାଇଁ ଯେପରି ଘଷିବା, କାଟିବା, ନିଆଁରେ ତତାଇବା ଏବଂ ହାତୁଡ଼ି ପାହାର ଖାଇବାକୁ ପଡ଼ିଥାଏ, ସେହିଭଳି କୌଣସି ବ୍ୟକ୍ତିକୁ ପରଖିବା ପାଇଁ ତ୍ୟାଗ, ଗୁଣ, କର୍ମ ଏବଂ ଚରିତ୍ର ଭଳି ଚାରୋଟି କଥାକୁ ଧ୍ୟାନ ଦେବା ଉଚିତ।

-ତ୍ୟାଗର ଭାବନା: କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ଅନ୍ୟପାଇଁ ତ୍ୟାଗ କରିଛନ୍ତି କି ନାହିଁ ଜାଣି ନିଅନ୍ତୁ। ଯଦି କେହି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରେ ତେବେ ସେଭଳି ବ୍ୟକ୍ତି ବିଶ୍ୱାସଯୋଗ୍ୟ

-ଚରିତ୍ର:ଯେଉଁ ଲୋକର ଚରିତ୍ର ଭଲ ସେ ଅନ୍ୟ ବିଷୟରେ କେବେହେଲେ ଖରାପ କଥା ଚିନ୍ତା କରନ୍ତି ନାହିଁ। ଏଭଳି ଲୋକ ଉପରେ ବିଶ୍ୱାସ କରିହୁଏ। ଅପରପକ୍ଷେ ଅନ୍ୟ ବିଷୟରେ ଖରାପ କଥା କହୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ।

-ଗୁଣର ତୁଳନା: ଯେଉଁ ଲୋକଙ୍କ ମଧ୍ୟରେ କ୍ରୋଧ, ଆଳସ୍ୟ, ସ୍ବାର୍ଥ, ମିଥ୍ୟା ଏବଂ ଅହଙ୍କାର ଭଳି ଅବଗୁଣ ଥାଏ, ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁଲୋକ ଶାନ୍ତ ସ୍ବଭାବର ଏବଂ ସତ୍ୟର ପଥରେ ଚାଲିଥାଏ ତାଙ୍କର ବିଶ୍ୱାସ କରନ୍ତୁ।

-କର୍ମକୁ ପରଖିବା: ଯେଉଁ ଲୋକ ନିଜ ସ୍ବାର୍ଥ ପାଇଁ କାହାକୁ ପ୍ରତାରିତ କରିପାରେ। ଲୋଭୀ ସ୍ବଭାବର ଏବଂ ମିଛ କହି ଧନ କମାଇଥାଏ, ସେଭଳି ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ। ଏଣୁ କେବଳ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ଫିକା ରଜ

ବାହାଘର ପରେ ପ୍ରଥମ ରଜ। ନୂଆ ପିନ୍ଧିବା, ସ୍ବାମୀଙ୍କ ସହ ବୁଲିଯିବା ଆଉ ବାପଘରେ ଯାଇ ପୁରୁଣାଦିନର ରଜ ଅନୁଭୂତିକୁ ସାଉଁଟିବାକୁ ନେଇ କେତେ କେତେ...

ଆଖି ସମସ୍ୟା ଦୂର କରେ ଅମୃତଭଣ୍ଡା

ବାଡିବଗିଚାରେ ଅମୃତଭଣ୍ଡା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ...

ସ୍ବପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ? ଖୁବ୍‌ଶୀଘ୍ର ଫିଟିବ ଭାଗ୍ୟ…

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି...

କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ।...

ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ...

ଲିଭର ରୋଗ ଚିହ୍ନଟର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

ଅଜବ ଏହି ଚେୟାର୍‌

ଆରାମ ଦେବା ସହ ଘରର ଲୁକ୍‌ ବି ବଦଳାଇପାରେ ଚେୟାର୍‌ । ତେବେ ଆମେ ଏଠାରେ ଯେଉଁ ଚେୟାର୍‌ କଥା କହୁଛୁ ସେଗୁଡ଼ିକର ଡିଜାଇନ୍‌ ବହୁତ...

Advertisement
Archives

Model This Week