ଅଲଗା ହେବାକୁ ନାରାଜ

ସୁନାବେଡ଼ା,୩୧ା୩(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)ଝିଅମାନଙ୍କୁ ସ୍ବତନ୍ତ୍ର ଭାବରେ ଶିକ୍ଷିତ କରିବାକୁ ୧୯୯୫ରେ ସୁନାବେଡ଼ାଠାରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଝିଅମାନଙ୍କ ନାମ ଲେଖାଇ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ୨୦୦୦ରେ ଏଠାରେ ଯୁକ୍ତ ୩ ପାଠ୍ୟକ୍ରମ ଖୋଲିବାକୁ ସରକାର ସମ୍ମତି ଦେଇଥିଲେ। ସେହିବର୍ଷ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରେଣୀଗୃହ ଅଭାବ ଯୋଗୁ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ ପାଠପଢ଼ା ମହାବିଦ୍ୟାଳୟର ଗୋଟିଏ ପରିସରରେ ହେଲା। ସୁନାବେଡ଼ା,ସେମିଳିଗୁଡ଼ା, ଦାମନଯୋଡ଼ି, ନନ୍ଦପୁର, ପଟ୍ଟାଙ୍ଗି ଅଞ୍ଚଳରେ ଏହା ଏକମାତ୍ର ମହିଳା ମହାବିଦ୍ୟାଳୟ ହୋଇଥିବାରୁ ଛାତ୍ରୀମାନେ ଏହା ଉପରେ ନିର୍ଭର କରୁଥିଲେ। ଯୁକ୍ତ ୩ରେ ପାଖାପାଖି ୧ହଜାର ପିଲା ପଢୁଥିବା ଏହି ଉଚ୍ଚ ବିଦ୍ୟାଳୟର ଜମିକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।
ତଥ୍ୟ ଅନୁସାରେ ତହସିଲ ପକ୍ଷରୁ ଚିଠି ସଂଖ୍ୟା ୩୫୪୯୧ରେ ୨୫ା୧୧ା୨୦୨୧ରେ ଏକ ସରକାରୀ ଗେଜେଟ୍‌ ନୋଟିଫିକେଶନ ଦ୍ୱାରା ଯୁକ୍ତ୨କୁ ଯୁକ୍ତ୩ଠାରୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପରେ ପୁଣି ଏକ ଚିଠି ୧୨୭୦/୨୦୭-୨୩୨/୨୦୨୨ରେ ତତ୍କାଳୀନ ଜିଲାପାଳ ୯ା୩ା୨୦୨୨ରେ ସେମିଳିଗୁଡ଼ା ତହସିଲଦାରଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କାଗଜପତ୍ରରେ ଦୁଇଟି ଶିକ୍ଷା ଅନୁଷ୍ଠାନ ଅଲଗା ହୋଇଗଲା। ମାତ୍ର ଦୁଇଟିଯାକ ଶିକ୍ଷାନୁଷ୍ଠାନର ପାଠପଢ଼ା ଗୋଟିଏ ଜାଗାରେ ହୋଇ ଆସୁଥିଲା। ପ୍ରଶାସନ ଉଭୟ ମହାବିଦ୍ୟାଳୟକୁ ଅଲଗା କରିଦେଇଥିଲା ସତ୍ୟ, କିନ୍ତୁ ମହିଳା ମହାବିଦ୍ୟାଳୟ ନାଁରେ ଥିବା ୨.୮ ଏକର ଜମିକୁ ଡିଗ୍ରୀ କଲେଜକୁ ହସ୍ତାନ୍ତର କଲାନାହିଁ। ଫଳରେ ଏବେ ସେହି ଜମିକୁ ନେଇ ବିଭିନ୍ନ ବିବାଦ ସୃଷ୍ଟି ହେବାରେ ଲାଗିଛି। ସରକାରୀ ନୋଟିଫିକେଶନ ହିସାବରେ +୨ ଶ୍ରେଣୀଗୃହ ସେଠାରୁ ଅଲଗା ହେବା କଥା। ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏବେ ମହିଳା ମହାବିଦ୍ୟାଳୟକୁ ସେଠାରୁ ହଟାଇବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ବିବାଦ ଯୋଗୁ ଏହା ପରିସରରେ ଚାଲିଥିବା ମହିଳା ଡିଗ୍ରୀ ମହାବିଦ୍ୟାଳୟ ନିଜ ନାମଫଳକ ଲଗାଇପାରୁ ନ ଥିବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପ୍ରଶାସନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବର, ତହସିଲଦାର ସମସ୍ତେ ଯୁକ୍ତ ୩ ମହିଳା ମହାବିଦ୍ୟାଳୟକୁ ଜମି ହସ୍ତାନ୍ତର ପାଇଁ ନୋଟିସ ଜାରି କରିଥିଲେ ସୁଦ୍ଧା ଏହାକୁ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ମାନୁନାହାନ୍ତି। ଫଳରେ ଏନେଇ +୩ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ବିବାଦ ଯୋଗୁ ଠିକ୍‌ ଭାବେ କ୍ଲାସ୍‌ ମଧ୍ୟ ହେଉ ନ ଥିବା କେତେଜଣ ଛାତ୍ରୀ କହିଛନ୍ତି। ପ୍ରଶାସନ ଶୀଘ୍ର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଛାତ୍ରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ବିବାଦ କେବଳ ଏଠାକାର ନୁହେଁ ଅନେକ ମହାବିଦ୍ୟାଳୟରେ ରହିଛି। ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଚାହିଁବେ ପୂର୍ବରୁ ଥିବା ବିଲ୍‌ଡିଂ ଉପରେ ନିଜର ଶ୍ରେଣୀଗୃହ ନିର୍ମାଣ ପାଇଁ ଆବେଦନ କରିପାରିବେ। ନଚେତ୍‌ କଲେଜ ପରିସରରେ ଅନେକ ଜାଗା ରହିଛି ସେଠାରେ ମଧ୍ୟ ନୂଆ ବିଲ୍‌ଡିଂ ପାଇଁ ଆବେଦନ କରିପାରିବେ। ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ଉମାଶଙ୍କର ପ୍ରସାଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ବିବାଦ ସମାଧାନ ପାଇଁ ୨ ବର୍ଷ ହେବ ଚେଷ୍ଟା କରି ଆସିଛୁ। ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏଠାରେ +୩ ରହିବ। ଯୁକ୍ତ୨କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଯଥାଶୀଘ୍ର ଏହାର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି। ଜିଲା ଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ୨ ଶିକ୍ଷା ଅନୁଷ୍ଠାନ ସରକାରୀ ସ୍ତରରେ ଅଲଗା ହୋଇସାରିଛି। ମାତ୍ର ପ୍ରତ୍ୟକ୍ଷରେ ଅଲଗା ହୋଇନାହିଁ। ଏହି ସମସ୍ୟା ସାରା ଓଡ଼ିଶାରେ ରହିଛି ତଥାପି ମୁଁ ନୂଆ ଆସିଛି। ଅଫିସ ଅର୍ଡର କ’ଣ ରହିଛି ଦେଖିବା ପରେ କହିପାରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri