ଇସି ପ୍ରତ୍ୟାହାର ନେଇ କୁନ୍ଥକୁନ୍ଥ

ଯାଜପୁର ଅଫିସ,୧୮।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ରହିଥିବା ମୂଲ୍ୟବାନ କଳାପଥର ବା ଗ୍ରାନାଇଟ ଏବେ ପ୍ରାୟ ସରିବାକୁ ଯାଉଛି। ଛୋଟବଡ଼ କରି ପ୍ରାୟ ୨୦୦ ଖାଦାନ ମଧ୍ୟରୁ ଏବେ ୮୫ଟି ଖାଦାନ ସରକାରୀ ଭାବେ ରହିଛି। ସେଥିରୁ ଏଯାଏ ୩୭ଟି ଖାଦାନ ଲିଜ ସୂତ୍ରରେ ରହିଥିବାବେଳେ ସାଟେଲାଇଟ୍‌ ମାପଚୁପ ଅନୁଯାୟୀ ସମ୍ପୃକ୍ତ ଲିଜଧାରୀମାନଙ୍କୁ କାରଣଦର୍ଶାଅ ନୋଟିସ ଏବଂ ଜରିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନର ଉଲ୍ଲଂଘନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର ନ କରି କେବଳ କାରଣଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ଆରୁହା ପାହାଡ଼ରେ ଲିଜଧାରୀ ମନୋଜ ସାମଲ ଦିନକୁ ପ୍ରାୟ ୭ ହଜାର ଫୁଟ ଗଭୀର ଖୋଲି ବ୍ଲାଷ୍ଟିଂ ଜରିଆରେ ପ୍ରାୟ ୧୦ ହଜାର ଟନ୍‌ କଳାପଥର ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନିକ କଳରେ ଅବହେଳା ଏବଂ ଲିଜଧାରୀଙ୍କୁ ପରୋକ୍ଷରେ ସୁଯୋଗ ଏଭଳି ହେରଫେରକୁ ସୁଯୋଗ ମିଳୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ରାଜସ୍ବ ବିଭାଗ ଏବଂ ତହସିଲ ପ୍ରଶାସନ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ଅତୀତରେ ୧୦ ଜଣ ଲେଖାଏ ଉପଜିଲାପାଳ ଏବଂ ତହସିଲଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସୁପାରିସ କରାଯାଇଥିଲା। ଏହାବାଦ ଏନ୍‌ଜିଟି ପକ୍ଷରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ମଧ୍ୟ ହୋଇଥିଲା। କିନ୍ତୁ ସେଗୁଡ଼ିକୁ କଳେବଳେ କୌଶଳେ ଚପାଇ ଦିଆଯାଇଛି। ନିକଟରେ ସାଟେଲାଇଟ୍‌ ମାପଚୁପ କରି ଲିଜଧାରୀ ରଞ୍ଜନ ଜେନା, ସରୋଜ ସାହୁ, ଚନ୍ଦ୍ରମଣି ପରିଡ଼ା ଓ ସାବିତ୍ରୀ ପରିଡ଼ାଙ୍କ ନାମରେ ୧୦୫ କୋଟି ଟଙ୍କା ଆଦାୟ ନୋଟିସ ହୋଇଥିଲା। ଏହି ନୋଟିସକୁ ପ୍ରାୟ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟଙ୍କାଟିଏ ବି ଆଦାୟ ହୋଇ ପାରିନାହିଁ। ସେହିପରି ତ୍ରିନାଥ ଜେନାଙ୍କ ନାମରେ ପ୍ରାୟ ୧୦ କୋଟି ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କାଙ୍କ ନାମରେ ୧୫ କୋଟି ଟଙ୍କା ଆଦାୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ତାହା ବି ନୋଟିସରେ ସୀମିତ ରହିଛି। ଅନ୍ୟପକ୍ଷେ ଡଙ୍କାରୀରେ ୮ ଏକର, ଲୁଣିବର ୧୨.୫୦ ଏକର ଏବଂ ବାଜବାଟି ପାହାଡ଼ରେ ୭ ଏକର ଜମିରେ ମାପଚୁପ ସମ୍ପନ୍ନ କରାଯାଇ ସଂସ୍ଥା ପକ୍ଷରୁ ଜିଲା ଓ ତହସିଲ ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ୧୫ ଦିନ ପୂର୍ବରୁ ଡଙ୍କାରୀ ପାହାଡ଼ର ଲିଜଧାରୀ ଜ୍ୟୋତ୍ସ୍ନା ଜେନା, ବରଡାର ଅଜିତ ସାହୁ ଓ ପ୍ରହ୍ଲାଦ ଲେଙ୍କା, ଲୁଣିବର ପାହାଡ଼ରୁ ଗଙ୍ଗାଧର ଓଝା ଓ ରଙ୍ଗାଧର ପ୍ରଧାନ, ଅଞ୍ଜିରାରୁ କୃଷ୍ଣଚନ୍ଦ୍ର ସାହୁ, ବାଜବାଟିରୁ ବିଶ୍ୱରଞ୍ଜନ ପରିଡ଼ା, ସୁଧାଂଶୁ ଜେନା ଓ ଶ୍ରୀନିବାସ ଜେନା ଏବଂ ଆରୁହା ପାହାଡ଼ରୁ ମନୋଜ ଜେନାଙ୍କ ନାମ ସାମିଲ ରହିଛି। ଏହି ୫ ପାହାଡ଼ର ୧୦ଟି ଖାଦାନରୁ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଲିଜଧାରୀମାନଙ୍କୁ ପୋଷ୍ଟ ଯୋଗେ ଏହି ନିର୍ଦ୍ଦେଶ ପ୍ରେରଣ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଯେତେ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି ସେମାନଙ୍କ ବିରୋଧରେ ଏଯାଏ ଅନ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନୁମୋଦନଠାରୁ ଅଧିକ ଉତ୍ତୋଳନ ପାଇଁ ପ୍ରବଳ ବ୍ଲାଷ୍ଟିଂ କରାଯାଉଛି। ଏଥିରେ ପରିବେଶ ଅତ୍ୟଧିକ ପ୍ରଦୂଷିତ ହେଉଛି। ତେଣୁ ଆଇନ ଅନୁଯାୟୀ ସେହି ଲିଜ୍‌ଧାରୀମାନଙ୍କ ବିରୋଧରେ ଫୌଜଦାରି ମାମଲା ସହ ପରିବେଶଗତ ଅନୁମତି ପ୍ରତ୍ୟାହାର କରି ଖାଦାନକୁ ବନ୍ଦ କରିବା କଥା। କିନ୍ତୁ ଏଥିରେ ଜିଲା ପ୍ରଶାସନ ନୀରବି ଯାଇ କେବଳ ଜରିମାନା ପାଇଁ ଡିମାଣ୍ଡ ନୋଟିସ ଦେଇ ନିଜର ବାହାବା ମାରୁଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ସପ୍ତାହ ମଧ୍ୟରେ ଜରିମାନା ପାଇଁ ଡିମାଣ୍ଡ ନୋଟିସ ଜାରି ହେବାର ଥିଲା। ତେବେ ଧର୍ମଶାଳା ତହସିଲଦାରଙ୍କୁ ବୁଝି ମଙ୍ଗଳବାର ତଥ୍ୟ ଦେଇ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri