ନିୟମ ମାନିବାକୁ ପଛଘୁଞ୍ଚା

ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ରଦ୍ଦ କରିବା ଏହାର ଏକ ସ୍ପଷ୍ଟ ଉଦାହରଣ। ଡିଓପିଟି ସେହି ନିଲମ୍ବନକୁ ଖାରଜ କରି ଦର୍ଶାଇଛି ଯେ, ମନ୍ତ୍ରଣାଳୟ ପାଖରେ ଏଭଳି ଆଦେଶ ଦେବାର କୌଣସି ଅଧିକାର ନ ଥିଲା। ଭାରତୀୟ ଅଡିଟ୍‌ ଆଣ୍ଡ ଆକାଉଣ୍ଟ୍‌ସ ସର୍ଭିସର ଅଧିକାରୀ ଆଶୁତୋଷ ଯୋଶୀଙ୍କ ବିରୋଧରେ ଉତ୍ତର-ପୂର୍ବ ଭାରତରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ପାଇଁ ଉଦ୍ଦିଷ୍ଟ ଚାଉଳକୁ ବେଆଇନ ଭାବେ ଅନ୍ୟ ଆଡ଼େ ପଠାଇବା ଭଳି ଗୁରୁତର ଅଭିଯୋଗ ରହିଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ସେ ଦଣ୍ଡ ପାଇବା ଦରକାର। କିନ୍ତୁ ଏଠାରେ ବିବାଦ ସେହି ବିଷୟକୁ ନେଇ ନୁହେଁ। ପ୍ରଶ୍ନ ହେଉଛି, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆଳରେ କୌଣସି ମନ୍ତ୍ରଣାଳୟ ନିଜ ନିୟମକୁ ଅଣଦେଖା କରିପାରିବ କି? ଭାରତର ସିଭିଲ୍‌ ସର୍ଭିସ ବିଶେଷକରି କ୍ଷମତା ବଣ୍ଟନର ସ୍ପଷ୍ଟ ଓ ସୁନିର୍ର୍ଦ୍ଦିିିଷ୍ଟ ନିୟମ ଅନୁଯାୟୀ ଚାଲିଥାଏ। ସଙ୍ଗଠିତ ଗ୍ରୁପ୍‌ ‘ଏ’ ସେବାର ଅଧିକାରୀମାନେ ସେମାନଙ୍କ କ୍ୟାଡର-ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଅଧୀନରେ ରହନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି କୌଣସି ପ୍ରକାରର ମନମୁଖି କାର୍ଯ୍ୟାନୁଷ୍ଠାନରୁ ସେମାନଙ୍କୁ ସୁରକ୍ଷା ଦେବା। ଯଦି ଏହାକୁ ଅଣଦେଖା କରାଯାଏ, ତେବେ ଏକ ଭଲ ଉଦ୍ଦେଶ୍ୟରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟ ଆଇନଗତ ପ୍ରକ୍ରିୟା ତ୍ରୁଟି ଯୋଗୁ ରଦ୍ଦ ହୋଇଯିବାର ଆଶଙ୍କା ରହେ, ଯାହା ଏହି ଘଟଣାକୁ ବେଶ୍‌ ଜଟିଳ କରିଦେଇଛି। ମନ୍ତ୍ରଣାଳୟ କ’ଣ ନିଲମ୍ବନ ଆଦେଶ ଦେବା ପୂର୍ବରୁ ନିଜର ଆଇନଗତ କ୍ଷମତା ଯାଞ୍ଚ କରିବାରେ ବିଫଳ ହେଲା? ନା ପ୍ରକ୍ରିୟା ଅପେକ୍ଷା ଶୀଘ୍ର କାମ କରିବାକୁ ଅଧିକ ଗୁରୁତ୍ୱ ଦିଆଗଲା? ଦୁଇଟିଯାକ ସ୍ଥିତି ପ୍ରଶାସନିକ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ।
ଦସ୍ତଖତ ଗୁରୁତ୍ୱପୂର୍ଣ୍ଣ
ଏକ ଧାରଣା ରହିଆସିଛି ଯେ, ଅମଲାମାନେ କେବଳ ରାଜନୈତିକ ନେତୃତ୍ୱର ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି। ସରକାରମାନେ ମଧ୍ୟ ଏହି ସମ୍ପର୍କକୁ ଦେଖାଇବାକୁ ଚାହାନ୍ତି। କିନ୍ତୁ ସମ୍ବିଧାନ ଏହାକୁ ଏହି ଦୃଷ୍ଟିରେ ଦେଖେ ନାହିଁ। କେ. ବିଜୁ ମାମଲାରେ କେରଳ ହାଇକୋର୍ଟଙ୍କ କଡ଼ା ମନ୍ତବ୍ୟ ଏକ ଅପ୍ରିୟ ସତ୍ୟକୁ ସ୍ମରଣ କରାଇଦିଏ ଯେ, ଜଣେ ଆଇଏଏସ୍‌ ଅଧିକାରୀ ନିଜର ସାମ୍ବିଧାନିକ କ୍ଷମତାର ପ୍ରୟୋଗ କରିବା ସମୟରେ ବ୍ୟକ୍ତିଗତ ଉତ୍ତରଦାୟିତ୍ୱକୁ ଅଣଦେଖା କରିପାରିବେ ନାହିଁ। ଯଦି କୌଣସି ଆଦେଶରେ ଆପଣଙ୍କ ଦସ୍ତଖତ ଅଛି, ତେବେ ସେଥିରେ ଆପଣଙ୍କର ସ୍ବାଧୀନ ବିଚାର ପ୍ରତିଫଳିତ ହେବା ଉଚିତ। ସେଥିପାଇଁ ଅଦାଲତ ବୁଦ୍ଧିର ଠିକ୍‌ ପ୍ରୟୋଗ ବା ଯଥାର୍ଥ ବିଚାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସାଧାରଣତଃ ମନ୍ତ୍ରୀମାନେ ନିଷ୍ପତ୍ତି ନିଅନ୍ତି ଏବଂ ବାବୁମାନେ ତାହାକୁ କାର୍ଯ୍ୟକାରୀ କରନ୍ତି। କିନ୍ତୁ କାର୍ଯ୍ୟକାରୀ କରିବା ଅର୍ଥ ନୁହେଁ ନିଜର ସ୍ବାଧୀନ ବିଚାରକୁ ତ୍ୟାଗ କରିବା। ଆଇନ ଚାହେଁ ସରକାରୀ ଅଧିକାରୀମାନେ ପଚାରିବା ଉଚିତ ଯେ ସେହି ଆଦେଶ ଆଇନସମ୍ମତ, ଯୁକ୍ତିଯୁକ୍ତ କିମ୍ବା ସମର୍ଥନଯୋଗ୍ୟ କି ନୁହେଁ। କେବଳ କେରଳ ନୁହେଁ, ସାରା ଭାରତରେ ସରକାରମାନେ ଆଶା କରନ୍ତି ଯେ, ଆଇନର ସୀମା ଲଙ୍ଘନ କରୁଥିବା ନିଷ୍ପତ୍ତିଗୁଡ଼ିକୁ ବରିଷ୍ଠ ଅଧିକାରୀମାନେ ସମର୍ଥନ କରନ୍ତୁ। ଅନେକ ଅଧିକାରୀ ବି ଏହାକୁ ମାନି ନିଅନ୍ତି, କାରଣ ସେମାନେ ଭାବନ୍ତି ଯେ ସାମ୍ପ୍ରତିକ ସରକାରଙ୍କ ପ୍ରତି ବିଶ୍ୱସ୍ତ ରହିବା ସେମାନଙ୍କ ଚାକିରିର ଏକ ଅଂଶ। କିନ୍ତୁ ଏହା ଠିକ୍‌ ନୁହେଁ। ସରକାର ଆସିବେ ଓ ଯିବେ, କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ଏବଂ ସରକାରୀ ଫାଇଲ୍‌ ସବୁଦିନ ପାଇଁ ରହିଯିବ। ତେଣୁ ଜଣେ ବାବୁଙ୍କ ଦସ୍ତଖତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଶିକ୍ଷାର ଶେଷ ନାହିଁ
ପ୍ରତିବର୍ଷ ଯେଉଁ କେତେ ଜଣ ଆଇଏଏସ୍‌ ପାଇଁ ମନୋନୀତ ହୁଅନ୍ତି, ସେମାନଙ୍କୁ ନେଇ ସାଧାରଣରେ ଧାରଣା ଥାଏ ଯେ, କଠିନ ପରିଶ୍ରମର ସମୟ ଶେଷ ହୋଇଗଲା। କିନ୍ତୁ ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲ୍‌ବିଏସ୍‌ଏନ୍‌ଏଏ)ରୁ ମିଳିଥିବା ଏକ ଆର୍‌ଟିଆଇ ତଥ୍ୟ ଏକ ଭିନ୍ନ କଥା ଦର୍ଶାଏ। ୨୦୨୧ ରୁ ୨୦୨୬ ମଧ୍ୟରେ ପ୍ରଶିକ୍ଷଣ ସମୟରେ ୨୪ ଜଣ ଆଇଏଏସ୍‌ ପ୍ରୋବେସନର୍‌ ଗୋଟିଏ କିମ୍ବା ଏକାଧିକ ବିଷୟରେ ବିଫଳ ହୋଇଥିଲେ। ହେଲେ କାହାକୁ ଚାକିରିରୁ ବାହାର କରାଯାଇ ନ ଥିଲା। ସମସ୍ତେ ପରବର୍ତ୍ତୀ ସମୟରେ ପରୀକ୍ଷାରେ ପାସ୍‌ କରିଥିଲେ। ଏହି ଏକାଡେମୀ ଭବିଷ୍ୟତର ଜିଲା ମାଜିଷ୍ଟ୍ରେଟ୍‌, ସଚିବ ଏବଂ ନୀତି ନିର୍ଦ୍ଧାରକଙ୍କୁ ପ୍ରସ୍ତୁତ କରୁଛି। ୟୁପିଏସ୍‌ସି ପାସ୍‌ କରିବା କେବଳ ବୌଦ୍ଧିକ ଦକ୍ଷତା ପ୍ରମାଣିତ କରେ। ହେଲେ ଏହା ସ୍ବତଃପ୍ରବୃତ୍ତ ଭାବେ ଜଣକୁ ଜିଲା ଚଳାଇବା, ଆଇନର ବ୍ୟାଖ୍ୟା କରିବା, ସଂକଟ ପରିଚାଳନା କରିବା କିମ୍ବା ବଡ଼ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟ କରିଦିଏ ନାହିଁ। ସେଥିପାଇଁ ପ୍ରଶିକ୍ଷଣର ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କର ମୂଲ୍ୟାଙ୍କନ। କୌଣସି ବିଷୟରେ ଦୁର୍ବଳ ଥିବା ଜଣେ ପ୍ରୋବେସନର୍‌ ପ୍ରଶିକ୍ଷଣରେ ଶିଖିବେ, ସୁଧାର ଆଣିବେ ଏବଂ ପାସ୍‌ କରିବେ। ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି ଦକ୍ଷତା ବୃଦ୍ଧି କରିବା, ଦଣ୍ଡ ଦେବା ନୁହେଁ। ଯେଉଁ ଦେଶରେ ପରୀକ୍ଷାକୁ ପ୍ରାୟତଃ ଶେଷ ଲକ୍ଷ୍ୟ ବୋଲି ଧରାଯାଏ, ସେଠାରେ ଆଇଏଏସ୍‌ ବ୍ୟବସ୍ଥା ଆଜି ମଧ୍ୟ ସ୍ବୀକାର କରେ ଯେ ଶିକ୍ଷା କେବଳ ର଼୍ୟାଙ୍କ ତାଲିକାରେ ଶେଷ ହୁଏ ନାହିଁ। ବରଂ ଏହା ଶ୍ରେଣୀଗୃହରେ, କ୍ଷେତ୍ରସ୍ତରରେ ଏବଂ ସମ୍ପୂର୍ଣ୍ଣ କ୍ୟାରିୟରରେ ଜାରି ରହିବା ଉଚିତ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ…

ବୁଣାକାର ପରିବାରର ପୁଅଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପାଇ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମର ଯତୀନ ମେହେର ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷାରେ…

ଅନଶନସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇ କାହିଁକି ହସ୍ପିଟାଲ ପଠାଇଲା ଦିଲ୍ଲୀ ପୋଲିସ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରୁ ହଟାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ଏହା ସହିତ କକ୍‌ରୋଚ ଜନତା ପାର୍ଟି (ସିଜେପି)ର…

ଫାଇନାଲ ଦେଖିବାକୁ ଯିିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଏନ୍ସ ଏରିଜ, ୧୭ା୭ (ଏପି):ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍‌ ଫାଇନାଲ…

‘ପୋଲିସ ମୋତେ ମାରିଲା…’, ଜବରଦସ୍ତି ଧାରଣାସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ବଡ଼ ଦାବି କରିଛନ୍ତି। ସେ ସୋସିଆଲ…

ନିଟ୍‌ ପ୍ରବେଶିକା ପରୀକ୍ଷାରେ ସ୍ବରୂପା ପ୍ରିୟଦର୍ଶିନୀଙ୍କ ବଡ଼ ସଫଳତା: ୧୫ରୁ ୧୬ ଘଣ୍ଟା ପଢି…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟସ୍ଥ ନୂଆଁପଡ଼ା ଗ୍ରାମର ସ୍ବରୂପା ପ୍ରିୟଦର୍ଶିନୀ ମିଶ୍ର ଚଳିତ ବର୍ଷର ନିଟ୍‌ ପ୍ରବେଶିକା…

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ କମାଲ କଲେ ଅନୁତ୍ତମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ସୋନପୁର ୧୮।୭ (ମୃତ୍ୟୁଞ୍ଜୟ ଶତପଥୀ): ଜାତୀୟସ୍ତରର ପ୍ରତିଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସୋନପୁର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ…

ଦବିଗଲା ବସ୍‌, ସବୁଆଡ଼େ ଜଳାର୍ଣ୍ଣବ

ବରଗଡ଼,୧୮।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ମାତ୍ର ତାହା ମଧ୍ୟ ଅଧବାଟେ ଅଟକି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri