ନିୟମ ମାନିବାକୁ ପଛଘୁଞ୍ଚା

ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ରଦ୍ଦ କରିବା ଏହାର ଏକ ସ୍ପଷ୍ଟ ଉଦାହରଣ। ଡିଓପିଟି ସେହି ନିଲମ୍ବନକୁ ଖାରଜ କରି ଦର୍ଶାଇଛି ଯେ, ମନ୍ତ୍ରଣାଳୟ ପାଖରେ ଏଭଳି ଆଦେଶ ଦେବାର କୌଣସି ଅଧିକାର ନ ଥିଲା। ଭାରତୀୟ ଅଡିଟ୍‌ ଆଣ୍ଡ ଆକାଉଣ୍ଟ୍‌ସ ସର୍ଭିସର ଅଧିକାରୀ ଆଶୁତୋଷ ଯୋଶୀଙ୍କ ବିରୋଧରେ ଉତ୍ତର-ପୂର୍ବ ଭାରତରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ପାଇଁ ଉଦ୍ଦିଷ୍ଟ ଚାଉଳକୁ ବେଆଇନ ଭାବେ ଅନ୍ୟ ଆଡ଼େ ପଠାଇବା ଭଳି ଗୁରୁତର ଅଭିଯୋଗ ରହିଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ସେ ଦଣ୍ଡ ପାଇବା ଦରକାର। କିନ୍ତୁ ଏଠାରେ ବିବାଦ ସେହି ବିଷୟକୁ ନେଇ ନୁହେଁ। ପ୍ରଶ୍ନ ହେଉଛି, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆଳରେ କୌଣସି ମନ୍ତ୍ରଣାଳୟ ନିଜ ନିୟମକୁ ଅଣଦେଖା କରିପାରିବ କି? ଭାରତର ସିଭିଲ୍‌ ସର୍ଭିସ ବିଶେଷକରି କ୍ଷମତା ବଣ୍ଟନର ସ୍ପଷ୍ଟ ଓ ସୁନିର୍ର୍ଦ୍ଦିିିଷ୍ଟ ନିୟମ ଅନୁଯାୟୀ ଚାଲିଥାଏ। ସଙ୍ଗଠିତ ଗ୍ରୁପ୍‌ ‘ଏ’ ସେବାର ଅଧିକାରୀମାନେ ସେମାନଙ୍କ କ୍ୟାଡର-ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଅଧୀନରେ ରହନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି କୌଣସି ପ୍ରକାରର ମନମୁଖି କାର୍ଯ୍ୟାନୁଷ୍ଠାନରୁ ସେମାନଙ୍କୁ ସୁରକ୍ଷା ଦେବା। ଯଦି ଏହାକୁ ଅଣଦେଖା କରାଯାଏ, ତେବେ ଏକ ଭଲ ଉଦ୍ଦେଶ୍ୟରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟ ଆଇନଗତ ପ୍ରକ୍ରିୟା ତ୍ରୁଟି ଯୋଗୁ ରଦ୍ଦ ହୋଇଯିବାର ଆଶଙ୍କା ରହେ, ଯାହା ଏହି ଘଟଣାକୁ ବେଶ୍‌ ଜଟିଳ କରିଦେଇଛି। ମନ୍ତ୍ରଣାଳୟ କ’ଣ ନିଲମ୍ବନ ଆଦେଶ ଦେବା ପୂର୍ବରୁ ନିଜର ଆଇନଗତ କ୍ଷମତା ଯାଞ୍ଚ କରିବାରେ ବିଫଳ ହେଲା? ନା ପ୍ରକ୍ରିୟା ଅପେକ୍ଷା ଶୀଘ୍ର କାମ କରିବାକୁ ଅଧିକ ଗୁରୁତ୍ୱ ଦିଆଗଲା? ଦୁଇଟିଯାକ ସ୍ଥିତି ପ୍ରଶାସନିକ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ।
ଦସ୍ତଖତ ଗୁରୁତ୍ୱପୂର୍ଣ୍ଣ
ଏକ ଧାରଣା ରହିଆସିଛି ଯେ, ଅମଲାମାନେ କେବଳ ରାଜନୈତିକ ନେତୃତ୍ୱର ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି। ସରକାରମାନେ ମଧ୍ୟ ଏହି ସମ୍ପର୍କକୁ ଦେଖାଇବାକୁ ଚାହାନ୍ତି। କିନ୍ତୁ ସମ୍ବିଧାନ ଏହାକୁ ଏହି ଦୃଷ୍ଟିରେ ଦେଖେ ନାହିଁ। କେ. ବିଜୁ ମାମଲାରେ କେରଳ ହାଇକୋର୍ଟଙ୍କ କଡ଼ା ମନ୍ତବ୍ୟ ଏକ ଅପ୍ରିୟ ସତ୍ୟକୁ ସ୍ମରଣ କରାଇଦିଏ ଯେ, ଜଣେ ଆଇଏଏସ୍‌ ଅଧିକାରୀ ନିଜର ସାମ୍ବିଧାନିକ କ୍ଷମତାର ପ୍ରୟୋଗ କରିବା ସମୟରେ ବ୍ୟକ୍ତିଗତ ଉତ୍ତରଦାୟିତ୍ୱକୁ ଅଣଦେଖା କରିପାରିବେ ନାହିଁ। ଯଦି କୌଣସି ଆଦେଶରେ ଆପଣଙ୍କ ଦସ୍ତଖତ ଅଛି, ତେବେ ସେଥିରେ ଆପଣଙ୍କର ସ୍ବାଧୀନ ବିଚାର ପ୍ରତିଫଳିତ ହେବା ଉଚିତ। ସେଥିପାଇଁ ଅଦାଲତ ବୁଦ୍ଧିର ଠିକ୍‌ ପ୍ରୟୋଗ ବା ଯଥାର୍ଥ ବିଚାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସାଧାରଣତଃ ମନ୍ତ୍ରୀମାନେ ନିଷ୍ପତ୍ତି ନିଅନ୍ତି ଏବଂ ବାବୁମାନେ ତାହାକୁ କାର୍ଯ୍ୟକାରୀ କରନ୍ତି। କିନ୍ତୁ କାର୍ଯ୍ୟକାରୀ କରିବା ଅର୍ଥ ନୁହେଁ ନିଜର ସ୍ବାଧୀନ ବିଚାରକୁ ତ୍ୟାଗ କରିବା। ଆଇନ ଚାହେଁ ସରକାରୀ ଅଧିକାରୀମାନେ ପଚାରିବା ଉଚିତ ଯେ ସେହି ଆଦେଶ ଆଇନସମ୍ମତ, ଯୁକ୍ତିଯୁକ୍ତ କିମ୍ବା ସମର୍ଥନଯୋଗ୍ୟ କି ନୁହେଁ। କେବଳ କେରଳ ନୁହେଁ, ସାରା ଭାରତରେ ସରକାରମାନେ ଆଶା କରନ୍ତି ଯେ, ଆଇନର ସୀମା ଲଙ୍ଘନ କରୁଥିବା ନିଷ୍ପତ୍ତିଗୁଡ଼ିକୁ ବରିଷ୍ଠ ଅଧିକାରୀମାନେ ସମର୍ଥନ କରନ୍ତୁ। ଅନେକ ଅଧିକାରୀ ବି ଏହାକୁ ମାନି ନିଅନ୍ତି, କାରଣ ସେମାନେ ଭାବନ୍ତି ଯେ ସାମ୍ପ୍ରତିକ ସରକାରଙ୍କ ପ୍ରତି ବିଶ୍ୱସ୍ତ ରହିବା ସେମାନଙ୍କ ଚାକିରିର ଏକ ଅଂଶ। କିନ୍ତୁ ଏହା ଠିକ୍‌ ନୁହେଁ। ସରକାର ଆସିବେ ଓ ଯିବେ, କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ଏବଂ ସରକାରୀ ଫାଇଲ୍‌ ସବୁଦିନ ପାଇଁ ରହିଯିବ। ତେଣୁ ଜଣେ ବାବୁଙ୍କ ଦସ୍ତଖତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଶିକ୍ଷାର ଶେଷ ନାହିଁ
ପ୍ରତିବର୍ଷ ଯେଉଁ କେତେ ଜଣ ଆଇଏଏସ୍‌ ପାଇଁ ମନୋନୀତ ହୁଅନ୍ତି, ସେମାନଙ୍କୁ ନେଇ ସାଧାରଣରେ ଧାରଣା ଥାଏ ଯେ, କଠିନ ପରିଶ୍ରମର ସମୟ ଶେଷ ହୋଇଗଲା। କିନ୍ତୁ ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲ୍‌ବିଏସ୍‌ଏନ୍‌ଏଏ)ରୁ ମିଳିଥିବା ଏକ ଆର୍‌ଟିଆଇ ତଥ୍ୟ ଏକ ଭିନ୍ନ କଥା ଦର୍ଶାଏ। ୨୦୨୧ ରୁ ୨୦୨୬ ମଧ୍ୟରେ ପ୍ରଶିକ୍ଷଣ ସମୟରେ ୨୪ ଜଣ ଆଇଏଏସ୍‌ ପ୍ରୋବେସନର୍‌ ଗୋଟିଏ କିମ୍ବା ଏକାଧିକ ବିଷୟରେ ବିଫଳ ହୋଇଥିଲେ। ହେଲେ କାହାକୁ ଚାକିରିରୁ ବାହାର କରାଯାଇ ନ ଥିଲା। ସମସ୍ତେ ପରବର୍ତ୍ତୀ ସମୟରେ ପରୀକ୍ଷାରେ ପାସ୍‌ କରିଥିଲେ। ଏହି ଏକାଡେମୀ ଭବିଷ୍ୟତର ଜିଲା ମାଜିଷ୍ଟ୍ରେଟ୍‌, ସଚିବ ଏବଂ ନୀତି ନିର୍ଦ୍ଧାରକଙ୍କୁ ପ୍ରସ୍ତୁତ କରୁଛି। ୟୁପିଏସ୍‌ସି ପାସ୍‌ କରିବା କେବଳ ବୌଦ୍ଧିକ ଦକ୍ଷତା ପ୍ରମାଣିତ କରେ। ହେଲେ ଏହା ସ୍ବତଃପ୍ରବୃତ୍ତ ଭାବେ ଜଣକୁ ଜିଲା ଚଳାଇବା, ଆଇନର ବ୍ୟାଖ୍ୟା କରିବା, ସଂକଟ ପରିଚାଳନା କରିବା କିମ୍ବା ବଡ଼ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟ କରିଦିଏ ନାହିଁ। ସେଥିପାଇଁ ପ୍ରଶିକ୍ଷଣର ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କର ମୂଲ୍ୟାଙ୍କନ। କୌଣସି ବିଷୟରେ ଦୁର୍ବଳ ଥିବା ଜଣେ ପ୍ରୋବେସନର୍‌ ପ୍ରଶିକ୍ଷଣରେ ଶିଖିବେ, ସୁଧାର ଆଣିବେ ଏବଂ ପାସ୍‌ କରିବେ। ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି ଦକ୍ଷତା ବୃଦ୍ଧି କରିବା, ଦଣ୍ଡ ଦେବା ନୁହେଁ। ଯେଉଁ ଦେଶରେ ପରୀକ୍ଷାକୁ ପ୍ରାୟତଃ ଶେଷ ଲକ୍ଷ୍ୟ ବୋଲି ଧରାଯାଏ, ସେଠାରେ ଆଇଏଏସ୍‌ ବ୍ୟବସ୍ଥା ଆଜି ମଧ୍ୟ ସ୍ବୀକାର କରେ ଯେ ଶିକ୍ଷା କେବଳ ର଼୍ୟାଙ୍କ ତାଲିକାରେ ଶେଷ ହୁଏ ନାହିଁ। ବରଂ ଏହା ଶ୍ରେଣୀଗୃହରେ, କ୍ଷେତ୍ରସ୍ତରରେ ଏବଂ ସମ୍ପୂର୍ଣ୍ଣ କ୍ୟାରିୟରରେ ଜାରି ରହିବା ଉଚିତ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?