Posted inଖେଳ

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ମୋଟ ୮ଟି ବଡ଼ ପରିବର୍ତ୍ତନ କରାଯାଇଛି। ଏହାରି ମଧ୍ୟରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦୁଲୀପ ଟ୍ରଫି ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ବୈଭବଙ୍କୁ ପୁଣିଥରେ ଟିମ ଇଣ୍ଡିଆରେ ସୁଯୋଗ ମିଳିଛି।

ଏହା ସହ ଉଇକେଟ୍‌କିପର-ବ୍ୟାଟର ସଞ୍ଜୁ ସାମସନଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ତେବେ ଦଳରେ ସାମିଲ ହୋଇଥିବା ୪ ଜଣ ଖେଳାଳି ଏବେ ସମ୍ପୂର୍ଣ୍ଣ ଫିଟ ନାହାନ୍ତି। ସେମାନେ ଫିଟନେସ କ୍ଲିୟରାନ୍ସ ପାଇଲେ ହିଁ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିପାରିବେ।

ଭାରତ ନିଜର ପୂର୍ବତନ ଟି-୨୦ ସିରିଜ୍ରେ ଜିମ୍ବାୱେକୁ ୩-୦ରେ ପରାସ୍ତ କରିଥିଲା। ସେହି ସିରିଜରେ BCCI ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଏବେ ଦଳକୁ ଅନେକ ସିନିୟର ଖେଳାଳି ଫେରିଛନ୍ତି।
ଜସପ୍ରୀତ ବୁମରା, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହଏହି ୮ ଜଣ ଖେଳାଳି ଟିମ ଇଣ୍ଡିଆକୁ ପୁଣିଥରେ ଫେରିଛନ୍ତି।

ତେବେ ବୁମରା, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀଙ୍କ ଖେଳିବା ସେମାନଙ୍କ ଫିଟନେସ ଉପରେ ନିର୍ଭର କରିବ। ଫିଟନେସ ଟେଷ୍ଟରେ ସମ୍ପୂର୍ଣ୍ଣ ଫିଟ ଘୋଷିତ ହେବା ପରେ ହିଁ ସେମାନେ ମ୍ୟାଚରେ ନଜର ଆସିବେ।

ଜିମ୍ବାୱେ ଗସ୍ତରେ ଭାରତୀୟ ଦଳରେ ପ୍ରିନ୍ସ ଯାଦବ, ୟଶ ଠାକୁର, ମୟଙ୍କ ଯାଦବ, ଅଶୋକ ଶର୍ମା, ପ୍ରଭସିମରନ ସିଂହ, ହର୍ଷ ଦୁବେ ଓ ସୂର୍ଯ୍ୟାଂଶ ଶେଡଗେଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରଜରେ ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହେବାରୁ ଏହି ଯୁବ ଖେଳାଳିମାନେ ଦଳରୁ ବାଦ୍‌ ପଡ଼ିଛନ୍ତି।

ଏହାରି ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ ବଜାୟ ରହିବା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଖୁବ କମ ବୟସରେ ଲଗାତାର ଦମଦାର ପ୍ରଦର୍ଶନ କରି ବୈଭବ ଚୟନକର୍ତ୍ତାଙ୍କ ଭରସା ଜିତିବାରେ ସଫଳ ହୋଇଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?