ପୂର୍ବ ଭାରତର ଧର୍ମୀୟ ଗୁରୁତ୍ୱ

ଅଧିକାଂଶ ସମୟରେ ଆମେ ଭାରତର ହିନ୍ଦୁତ୍ୱ ସମ୍ପର୍କରେ ଚର୍ଚ୍ଚା କଲାବେଳେ ଅନ୍ୟ ଅଞ୍ଚଳ ବଦଳରେ ଉତ୍ତର ଓ ଦକ୍ଷିଣ ଭାରତର କାହାଣୀ ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ ଭାରତର ପୂର୍ବାଞ୍ଚଳ, ମୁଖ୍ୟତଃ ଗାଙ୍ଗେୟ ତ୍ରିକୋଣ ଭୂମି, ବ୍ରହ୍ମପୁତ୍ର ଏବଂ ମହାନଦୀ ଅବବାହିକା ପ୍ରତି ମଧ୍ୟ କମ୍‌ ଧ୍ୟାନ ଦିଆଯାଇଥାଏ। ୩,୫୦୦ ବର୍ଷ ପୂର୍ବେ ଆର୍ଯ୍ୟମାନେ ଉତ୍ତରପଶ୍ଚିମରୁ ଭାରତକୁ ଆସିଥିଲେ। ତାଙ୍କ ପାଇଁ ଦେବଦେବୀ ରହୁଥିବା ପୂର୍ବ ଦିଗ ଥିଲା ପବିତ୍ର । ଆର୍ଯ୍ୟମାନଙ୍କର ଏହି ଇମିଗ୍ରେଶନ ବା ପ୍ରବାସନ (ଗୋଟିଏ ଅଞ୍ଚଳରୁ ଆସି ଆଉ ଏକ ଅଞ୍ଚଳରେ ବାସ କରିବା)ସମୟରେ, ଆଉ ଏକ ଦେଶାନ୍ତରବାସ ଘଟିଥିଲା ଉପ ମହାଦେଶର ପୂର୍ବ ଭାଗରେ। କିନ୍ତୁ ଏ ସମ୍ପର୍କରେ ଆମେ କ୍ୱଚିତ ଆଲୋଚନା କରିଥାଉ। ଲୋକେ ବର୍ମା ଓ ବାଂଲାଦେଶ ବାଟଦେଇ ଦକ୍ଷିଣ ପୂର୍ବ ଏସିଆରୁ ଭାରତକୁ ଆସିଥିଲେ। ସେମାନେ ଆସାମ ଓ ପଶ୍ଚିମବଙ୍ଗ ବାଟଦେଇ ବିହାର ଏବଂ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳ ପାଖାପାଖି ଓଡ଼ିଶା ଆଡ଼କୁ ଆସିଥିଲେ। ଏହି ପ୍ରବାସନରୁ ମୁଣ୍ଡା ଭାଷା ସୃଷ୍ଟି ହୋଇଥିଲା। ଋଗ୍‌ବେଦରେ ବହୁ ମୁଣ୍ଡା ଶବ୍ଦ ଦେଖିବାକୁ ମିଳେ। ଧାନର ଜନ୍ମ ଭାରତରେ ହୋଇଥିବାବେଳେ ଆମେ ଏହା ଜାଣୁ ଯେ, ଦକ୍ଷିଣପୂର୍ବ ଏସିଆରୁ ଧାନ ଚାଷ ପଦ୍ଧତି ଏବଂ ନୂଆ କିସମର ଧାନ ଭାରତକୁ ଆସିଥିଲା। ପରେ ଧାନ ଏକ ମୁଖ୍ୟ ଖାଦ୍ୟ ଏବଂ ପର୍ବପର୍ବାଣିର ଅଂଶବିଶେଷ ହୋଇଗଲା। ବେଦିକ୍‌ ସମୟର ପ୍ରାରମ୍ଭରେ ପର୍ବପର୍ବାଣିଗୁଡ଼ିକରେ କେବଳ ବାର୍ଲି ବ୍ୟବହାର ସମ୍ପର୍କରେ ଋଗ୍‌ବେଦରେ ସୂଚିତ ହୋଇଛି। ଯଜୁର୍ବେଦରେ ହିଁ ଧାନକୁ ଉତ୍ସବମାନଙ୍କରେ ସାମିଲ କରାଯାଇଛି।
ବେଦିକ ସଂସ୍କୃତି ଧୀରେ ଧୀରେ ପୂର୍ବଆଡ଼କୁ ଯମୁନାରୁ -ଗଙ୍ଗା -ଗୋମତି- ଗଣ୍ଡକିି ଅବବାହିକା ଦେଇ ବ୍ୟାପ୍ତ ହୋଇଛି। ଅନେକ ବେଦିକ୍‌ ସାମ୍ରାଜ୍ୟ ଯଥା କୁରୁ, ପାଞ୍ଚାଳ, କୋଶଳ ଏହି ସମୟରେ ସଷ୍ଟି ହୋଇଥିଲା। ଅଯୋଧ୍ୟାର ଦଶରଥଙ୍କ କାହାଣୀ ଯଜ୍ଞ ପରମ୍ପରାକୁ ସୂଚିତ କରିଥିଲା। ଗଣ୍ଡକି ପରେ ବିଦେହ, ମଗଧ ଓ ମିଥିଳା ରହିଥିଲା। ଏହା ଥିଲା ଜନକଙ୍କ ରାଜ୍ୟ। ତାଙ୍କର ଚାଷ ଓ ଉପନିଷଦ ସହ ସମ୍ପର୍କ ରହିଥିଲା। ଏଠାରେ ସନ୍ନ୍ୟାସୀ ପରମ୍ପରା ବି ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳକୁ ଆମେ ବିହାର ବୋଲି ଜାଣୁ, ଯେଉଁଠୁ ବୌଦ୍ଧ ଓ ଜୈନ ଧର୍ମ ବିକଶିତ ହୋଇଥିଲା। ମିଥିଳାକୁ ଯିବା ବାଟରେ ବିଶ୍ୱାମିତ୍ର ଗଙ୍ଗାଙ୍କ ଧରାବତରଣ ସମ୍ପର୍କରେ ରାମଙ୍କୁ କହିବା ସହ ପୁନର୍ଜନ୍ମ ସମ୍ପର୍କରେ ସୂଚିତ କରିଥିଲେ ବୋଲି ରାମାୟଣରେ ବର୍ଣ୍ଣନା ରହିଛି। ଏକ ଭିନ୍ନ ପ୍ରକାରର ଧର୍ମୀୟ ବିଶ୍ୱାସ ଯଥା ପୁନର୍ଜନ୍ମ, ମୋକ୍ଷ ଏବଂ ସନ୍ନ୍ୟାସ ପରମ୍ପରାର ପ୍ରତି ଭାରତର ପୂର୍ବଭାଗର ଯୋଗଦାନ ରହିଛି।
ମହାଭାରତରେ ଦୀର୍ଘତମ ଋଷିଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ସେ ରାଜା ବଳିଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ ତାଙ୍କ ସ୍ତ୍ରୀ ସୁଦେଷ୍ଣାଙ୍କୁ ସନ୍ତାନ ପ୍ରଦାନ କରିବା ଲାଗି।
ସେଥିପାଇଁ ଅଙ୍ଗ (ବିହାର), ବଙ୍ଗ (ବେଙ୍ଗଲ), ପୁଣ୍ଡ୍ରା (ବାଂଲାଦେଶ), ଓଡ଼୍ର (ଉତ୍ତରଓଡ଼ିଶା) ଏବଂ କଳିଙ୍ଗ (ଦକ୍ଷିଣ ଓଡ଼ିଶା)ର ରାଜା ଜନ୍ମ ଲାଭ କରିଥିଲେ। ଏହା ବେଦିକ୍‌ ଓ ଅଣ ବେଦିକ ଲୋକମାନଙ୍କ ମିଳନର ଏକ ସ୍ପଷ୍ଟ ଛବି ପ୍ରଦାନ କରେ। ଏହା ମଧ୍ୟ ଗାଙ୍ଗେୟ ସମତଳ ଅଞ୍ଚଳରୁ ପୂର୍ବ ଉପକୂଳ ଦେଇ ଋଷି ଦୀର୍ଘତମଙ୍କ ନେତୃତ୍ୱରେ ପ୍ରବାସନକୁ ସୂଚିତ କରୁଛି। ଗାଙ୍ଗେୟ ସମତଳ ଅଞ୍ଚଳରୁ ନର୍ମଦା ନଦୀ କଡ଼ ଦେଇ ଯେଭଳି ଋଷି ଭୃଗୁଙ୍କ ନେତୃତ୍ୱରେ୍‌ ପଶ୍ଚିମ ପ୍ରବାସନ ହୋଇଥିଲା ଏହା ଠିକ୍‌ ସେମିତି ଘଟିଥିଲା ଓ ଋଷି ଭୃଗୁକଚ୍ଛ ପ୍ରତିଷ୍ଠା କରିଥିଲେ। ଏହି ସବୁ ପୂର୍ବୋତ୍ତର ଅଞ୍ଚଳଗୁଡ଼ିକ ହାତୀ ଲାଗି ପ୍ରସିଦ୍ଧ, ଯାହା ମଗଧ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହା ଇତିହାସରେ ମୌର୍ଯ୍ୟମାନଙ୍କର ଓ ପୁରାଣକଥାରେ ଜରାସନ୍ଧ, ନରକାଙ୍କ ସାମ୍ରାଜ୍ୟ ଭାବେ ବିଦିତ।
ବହୁ ଦିନ ଧରି ବିହାର ଓ ବେଙ୍ଗଲ ଥିଲା ବୌଦ୍ଧଧର୍ମର କେନ୍ଦ୍ର। ପାଳ ବଂଶ ରାଜାମାନେ ବୌଦ୍ଧଧର୍ମର ସଂରକ୍ଷକ ଥିଲେ ।
ନାଳନ୍ଦା, ବିକ୍ରମଶିଳା ଏବଂ ଅନ୍ୟ ବୌଦ୍ଧ ବିଶ୍ୱବିଦ୍ୟାଳୟ ପ୍ରତି ସେମାନଙ୍କ ଅବଦାନ ଅଧିକ। ପାଳ ରାଜାମାନେ ଅନେକ ବୌଦ୍ଧ ବିହାର ନିର୍ମାଣ କରିଥିବାରୁ ବିହାର ଭାବେ ଲୋକପ୍ରିୟତା ଲାଭ କରିଥିଲା ମଗଧ। ପାଳ ରାଜମାନଙ୍କ ପରେ ସେଣ ରାଜ ଶାସନ ଆସିଲା। ସେଣମାନେ ଥିଲେ ହିନ୍ଦୁ । ଏହି ରାଜ୍ୟର ଜୈନଧର୍ମର ଭଦ୍ରବାହୁଙ୍କ ସହ ସମ୍ପର୍କ ରହିଥିଲା। ଏହା ଥିଲା ଜ୍ୟୋତିର୍ବିିଦ୍‌ ବରାହମିହିରଙ୍କ କନ୍ୟା କାହ୍ନାଙ୍କ ଭୂମି। ସେ ଥିଲେ ପ୍ରଥମ ବେଙ୍ଗଲି କବି। ବୌଦ୍ଧ ଓ ହିନ୍ଦୁମାନଙ୍କ ପ୍ରଭାବ ବଢ଼ିବା ପୂର୍ବରୁ ବେଙ୍ଗଲ ଥିଲା ଏକ ବିକଶିତ ସଭ୍ୟତା, ଯାହା ସୁଙ୍ଗ ଶାସନ ସମୟର ଚନ୍ଦ୍ରକେତୁଗଡ଼ ଟେରାକୋଟା ଛବିରୁ ଜଣାପଡ଼େ। ପୁନଶ୍ଚ ପୂର୍ବରେ ଆସାମ ଓ ବ୍ରହ୍ମପୁତ୍ର ଉପତ୍ୟକାର ସମ୍ପର୍କ କୃଷ୍ଣଙ୍କ ସହ ଯୁଦ୍ଧ କରିଥିବା ନରକାସୁର ଏବଂ ବାଣାସୁରଙ୍କ ରାଜ୍ୟ ସହ ରହିଛି। କୃଷ୍ଣଙ୍କ ଶତ୍ରୁ ଜରାସନ୍ଧ ମଗଧର ଶାସକ ଥିଲେ। କୃଷ୍ଣ ଥିଲେ ପଶ୍ଚିମ ଗାଙ୍ଗୈୟ ଉପତ୍ୟକାରେ ଥିବା ମଥୁରା ଅଞ୍ଚଳର। କେତେଜଣ ପଣ୍ଡିତଙ୍କ ମତରେ କୃଷ୍ଣଙ୍କ ସ୍ତ୍ରୀ ଋକ୍ମିଣୀ ବିଦର୍ଭର ନ ଥିଲେ, ସେ ଥିଲେ ଅରୁଣାଚଳ ପ୍ରଦେଶର ମିଶ୍‌୍‌ମି ସମୁଦାୟର। ଏସବୁରୁ ବୁଝାପଡ଼େ ଯେ, ହିନ୍ଦୁ ବିଚାରଧାରା ବ୍ରହ୍ମପୁତ୍ର ଉପତ୍ୟକା ଆଗ ଯାଏ ପ୍ରସାରିତ ହୋଇଥିଲା। ଲୋହିତ ନଦୀ ସହ ପର୍ଶୁରାମଙ୍କ ସମ୍ପର୍କ ରହିଛି ଯେଉଁଠି ସେ ରକ୍ତ ଲଗା ଟାଙ୍ଗିଆ ସଫା କରିଥିଲେ।
ଓଡ଼ିଶାରେ ବୈତରଣୀ ନଦୀ ପ୍ରବାହିତ। ବୈତରଣୀ ସେହି ଭୂମିକୁ ବୁଝାଏ ଯାହା ଯମଲୋକରୁ ମର୍ତ୍ତ୍ୟକୁ ଅଲଗା କରିଥାଏ। ମହାରାଷ୍ଟ୍ରରେ ମଧ୍ୟ ଏକ ବୈତରଣୀ ନଦୀ ରହିଛି। ସେ ସମୟରେ ଏହି ନଦୀ ଦକ୍ଷିଣ ସୀମାର ଚିହ୍ନ ଥିଲା କି? ବୌଦ୍ଧାଧାନ ଧର୍ମଶାସ୍ତ୍ରରେ ରହିଛି ଯେ, ତୀର୍ଥଯାତ୍ରା ବ୍ୟତୀତ ଲୋକମାନଙ୍କୁ କଳିଙ୍ଗର ପୂର୍ବାଞ୍ଚଳକୁ ଯିବା ଲାଗି ବନ୍ଦ କରାଯାଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, ସେ ସମୟରେ କିଛି ତୀର୍ଥ କ୍ଷେତ୍ର ରହିଥିଲା। ଏହା ହୋଇପାରେ ବୌଦ୍ଧ କିମ୍ବା ହିନ୍ଦୁ ଅବା ଆଦିବାସୀଙ୍କ ତୀର୍ଥ କ୍ଷେତ୍ର। କିନ୍ତୁ କଳିଙ୍ଗର ପୂର୍ବାଞ୍ଚଳ ଉପରେ କିଛି ଶଙ୍କା ରହିଛି। ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମ୍ପର୍କରେ ଶୁଣିଛେ, କିନ୍ତୁ ସେ ଯଉଁ ଲୋକଙ୍କୁ ଆକ୍ରମଣ କରିଥିଲେ ସେମାନେ କେଉଁ ଧର୍ମର ଥିଲେ; ସେମାନେ ବ୍ୟବସାୟୀ ନା କୃଷକ ଥିଲେ ସେ ସମ୍ପର୍କରେ ଆମେ ଖୁବ୍‌ କମ୍‌ ଜାଣିଛେ। ଅଶୋକ କ’ଣ ଦକ୍ଷିଣ ପୂର୍ବ ଏସିଆକୁ ଲାଭପ୍ରଦ ସାମୁଦ୍ରିକ ବାଣିଜ୍ୟ କରିବାକୁ ଚାହଁୁଥିଲେ କି? ପରେ କଳିଙ୍ଗକୁ ଖାରବେଳ ଶାସନ କରିଥିଲେ। ସେ ଜୈନ ସନ୍ନ୍ୟାସୀଙ୍କ ଭକ୍ତ ଥିବା ମନେହୁଏ। ଉଦୟଗିରି ଗୁମ୍ଫାରେ ତାଙ୍କ ଶିଳାଲେଖରେ ସେ ପ୍ରଥମେ ‘ଭାରତବର୍ଷ’ ଶବ୍ଦ ବ୍ୟବହାର କରିଛନ୍ତି। ଓଡ଼ିଶାରେ ରନତ୍ଗିରି ଭଳି କେତେକ ବୃହତ୍‌ ବୌଦ୍ଧ ସ୍ମାରକ ଦେଖିବାକୁ ପାଉ। କେତେଜଣ ବିଦ୍ୱାନଙ୍କ ମତରେ, ଦଶମ ଶତାବ୍ଦୀରେ ପଦ୍ମାଭସମ୍ଭବ ବୌଦ୍ଧଧର୍ମକୁ ତିଦ୍ଦତକୁ ନେଇଥିଲେ। କୁହାଯାଏ, ସେ ଥିଲେ ଓଡ଼ିଶାର, ଗାନ୍ଧାର (ଉତ୍ତରପଶ୍ଚିମ)ର ନୁହେଁ। ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭାବ କମ୍‌ ହେବା ପରେ ହିନ୍ଦୁଧର୍ମ ପ୍ରଭାବ ବଢ଼ିଥିତ୍ଲା।
ଭାରତର ପୂର୍ବ ଭାଗରେ ଆମେ ମଗଧର ବିଚିତ୍ର ଭାଷା ଢାଞ୍ଚା ଦେଖିବାକୁ ପାଉ; ଯାହା ଦେଶର ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳେନାହିଁ। ଉଦାହରଣସ୍ବରୂପ, ଭାଷାର ବିଶ୍ଳେଷଣରେ ପୁଲିଙ୍ଗ ଓ ସ୍ତ୍ରୀଲିଙ୍ଗକୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ସହ ସମ୍ପର୍କିତ କରାଯାଇନାହିଁ। ଏଥିପାଇଁ ଓଡ଼ିଆ ଏବଂ ବେଙ୍ଗଲୀମାନେ ନିଜକୁ ଲିଙ୍ଗ ନିଷ୍ପକ୍ଷ ଶବ୍ଦରେ ସମ୍ବନ୍ଧିତ କରିଥାଆନ୍ତି। ଏହା କିନ୍ତୁ ହିନ୍ଦୀରେ ଦେଖାଯାଏ, କାହିଁକି ନା ସେଥିରେ ଏହା ଅତ୍ୟଧିକ ଲିଙ୍ଗକୈନ୍ଦ୍ରିକ। ଏହି ପ୍ରଭେଦ ହଠାତ୍‌ ହୋଇନାହିଁ। ସେଗୁଡ଼ିକ ଏକ ସଂସ୍କୃତିରେ ଥିବା ପ୍ରଭେଦ ଏବଂ ଆର୍ଯ୍ୟ ଓ ଦ୍ରାବିଡ଼ଙ୍କ ପରେ ଆଉ ଏକ ଭାରତୀୟ ସଂସ୍କୃତିର ଧାରାକୁ ପ୍ରତିପାଦିତ କରୁଛି। ଏଣୁ ହିନ୍ଦୁତ୍ୱକୁ ନେଇ ଭାରତର ଉତ୍ତର ଓ ଦକ୍ଷିଣ ଭାଗକୁ ଯେଭଳି ଅଧିକ ଗୁରୁତ୍ୱ ଦିଆଯାଉଛି ଅତି କମ୍‌ରେ ଭାରତର ପୂର୍ବଭାଗକୁ ସେମିତି ଗୁରୁତ୍ୱ ଦେବା ଦରକାର।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri