ଧାର୍ମିକ ନିଶା

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଅଗଷ୍ଟ ୫, ୨୦୧୯ରେ ବାଦ୍‌ ପଡ଼ିବା ପୂର୍ବରୁ ମଧ୍ୟ କଶ୍ମୀରର ଅନେକ ବାସିନ୍ଦା ଭାରତ ବିରୋଧୀ ପାଲଟି ଯାଇଥିଲେ। ତଥାପି ଯେଉଁମାନେ କଶ୍ମୀର ଭ୍ରମଣରେ ଯାଇଥିବେ ସେମାନେ ଜାଣିଥିବେ ଯେ ସେଠାକାର ନାଗରିକଙ୍କ ଏକ ବଡ଼ ଭାଗର ଭାରତ ପ୍ରତି ଶ୍ରଦ୍ଧା ଥିଲା। ଏବେ ସେହି ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କିମ୍ବା ଧୂଳିସାତ୍‌ ହୋଇଗଲାଣି। ଏଥିପାଇଁ ଆଜିକାର ରାଜନୀତି ଯେତିକି ଦାୟୀ, ସେତିକି ପରିମାଣର ଦୋଷ କଶ୍ମୀର ଜନସାଧାରଣଙ୍କର ମଧ୍ୟ ରହିଛି। ଏଭଳି ସ୍ଥିତିରେ ନିକଟରେ କଶ୍ମୀରର କିଛି ମେଡିକାଲ ଛାତ୍ର ଯେତେବେଳେ ପାକିସ୍ତାନର ଟି୨୦ ଓ୍ବାଲର୍‌ଡକପ୍‌ କ୍ରିକେଟରେ ଭାରତ ଉପରେ ବିଜୟକୁ ନେଇ ଉତ୍‌ଫୁଲ୍ଲିତ ହୋଇଥିଲେ, ସେତେବେଳେ ସେମାନଙ୍କ ଉପରେ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ଶନ୍‌ ଆକ୍ଟ (ୟୁଏପିଏ)ରେ ପୋଲିସ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନରେ ଜଣେ ମୁସଲମାନ ମହିଳା ସୋସିଆଲ୍‌ ମିଡିଆରେ ଖୋଲାଖୋଲି ପାକିସ୍ତାନର ବିଜୟକୁ କହିଥିଲେ ‘ଆମେ ଜିତିଲୁ’। ତାଙ୍କୁ ସେଠାକାର ପୋଲିସ ଗିରଫ କରି ପରବର୍ତ୍ତୀ ସମୟରେ ଜାମିନରେ ଛାଡ଼ିଥିଲା। ତେବେ ସେ ଯେଉଁଠାରେ ଚାକିରି କରିଥିଲେ ସେଠାରୁ ତାଙ୍କୁ ବହିଷ୍କାର କରାଯାଇଛି।
ଏଠାରେ ଟିମ୍‌ଇଣ୍ଡିଆ କ୍ୟାପ୍‌ଟେନ ବିରାଟ କୋହଲିଙ୍କ ମନ୍ତବ୍ୟକୁ ଦୋହରାଯାଇପାରେ। ଭାରତୀୟ ଦଳର ପେସ୍‌ ବୋଲର ତଥା ଦଳର ଏକମାତ୍ର ମୁସଲମାନ ଖେଳାଳି ମହମ୍ମଦ ସାମିଙ୍କ ବିରୋଧରେ ସୋସିଆଲ ମିଡିଆରେ ପ୍ରବଳମାତ୍ରାରେ ବିଷୋଦ୍‌ଗାର ହେଲା। ଏପରିକି ପାକିସ୍ତାନ ଫେରିଯାଅ ବୋଲି ମନ୍ତବ୍ୟ ପ୍ରକାଶ ପାଇଲା। କୋହଲି ଏଭଳି ପ୍ରତିକ୍ରିୟା ସମ୍ପର୍କରେ ମତ ରଖି ଯେଉଁ ବିରକ୍ତିଭାବ ପ୍ରକାଶ କରିଛନ୍ତି, ତାହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। ଖେଳାଳିର ଏକମାତ୍ର ଧର୍ମ ହେଉଛି ଖେଳ। ସେଠାରେ ହିନ୍ଦୁ ଓ ମୁସଲମାନର ପ୍ରଭେଦ ରହିବା କଥା ନୁହେଁ। ବିଶେଷକରି ଭାରତରେ କ୍ରିକେଟ ଏକ ଧାର୍ମିକ ନିଶା ଭାବେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଛି। ଏହି ଦଳର ଅଧିନାୟକ ଭାବେ ମନ୍‌ସୁର ଅଲ୍ଲୀ ଖାଁ ପଟୋଡି ଅତୀତରେ ଦେଶ ପାଇଁ ଅନେକ ଗୌରବ ଆଣିଥିଲେ। ସେହିଭଳି ମହମ୍ମଦ ଆଝାରୁଦ୍ଦିନ, ଇର୍ଫାନ୍‌ ପଠାନ୍‌, ୟୁସୁଫ୍‌ ପଠାନ୍‌, ମହମ୍ମଦ କୈଫ୍‌ଙ୍କ ଭଳି ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମହମ୍ମଦ ସାମିଙ୍କୁ ଯେଉଁମାନେ ବିରୋଧ କରି ସୋସିଆଲ୍‌ ମିଡିଆରେ ଏଣୁତେଣୁ କଥା କହୁଛନ୍ତି, ସେମାନେ କେବେହେଲେ ବୋଲିଂ କରିପାରୁଥିବେ ବୋଲି ବିଶ୍ୱାସ ହେଉନାହିଁ। ଘରେ ବସି ଚିନାବାଦାମ ଚୋବାଇ ଖେଳାଳିଙ୍କୁ କଠୋର ଭାଷାରେ ସମାଲୋଚନା କରିବା ଅତ୍ୟନ୍ତ ସହଜ। ସେଥିପାଇଁ କୋହଲି ଯାହା କହିଛନ୍ତି ଏହି ଟ୍ରୋଲ୍‌ମାନେ ‘ମେରୁଦଣ୍ଡବିହୀନ’, ତାହା ସମ୍ପୂର୍ଣ୍ଣ ସତ୍ୟ। ଅନ୍ୟପଟେ ସତ୍ୟର ଅନେକ ଅଙ୍ଗ ରହିଛି। କଶ୍ମୀର ଛାତ୍ର ହୁଅନ୍ତୁ ବା ରାଜସ୍ଥାନର ମହିଳା, ଏହିଭଳି ବ୍ୟକ୍ତିମାନେ ଭାରତୀୟ ମୁସଲମାନ ସମ୍ପ୍ରଦାୟକୁ ଗୋଟିଏ ତୂଳୀରେ ରଙ୍ଗ ବୋଳି ଦେଉଛନ୍ତି। ଦୁଃଖର ବିଷୟ ହେଉଛି ଭାରତୀୟ ପାଣିପବନରେ ବଢ଼ିଥିବା ଏହି ମୁସଲମାନମାନେ ନିଜ ଚରିତ୍ର ସମ୍ପର୍କରେ କେବେ ହେଲେ ଅନୁଧ୍ୟାନ କରୁନାହାନ୍ତି। ଏହାଠାରୁ ଅଧିକ ଦୁଃଖଦାୟକ ହେଉଛି ଯେ, ସବୁ ଅଭିଜ୍ଞତା ପାଇସାରିବା ପରେ ଏବଂ ଚତୁଃପାର୍ଶ୍ୱରେ ପରିସ୍ଥିତି ବୁଝିବା ପରେ ଭାରତୀୟ ମୁସଲମାନମାନେ, ଏକ ସମ୍ପ୍ରଦାୟ ଭାବରେ, ଏଭଳି ଭୁଲ୍‌ କାର୍ଯ୍ୟକୁ ଖଣ୍ଡନ କରିବା ପାଇଁ ବାହାରୁନାହାନ୍ତି। ବିରାଟ କୋହଲି ଜଣେ ହିନ୍ଦୁ ହୋଇ ମହମ୍ମଦ ସାମିଙ୍କ ବିରୋଧରେ ପ୍ରକାଶ ପାଉଥିବା ମତକୁ ଖଣ୍ଡନ କରିପାରୁଛନ୍ତି। କୋହଲି ଜାଣିଥିବେ ଯେ, ତାଙ୍କ ମନ୍ତବ୍ୟ ଆଜିର ସରକାରରେ ଥିବା ଦଳକୁ କ୍ରୋଧିତ କରିପାରେ। ଏପରିକି ଆଗାମୀ ଦିନରେ ତାଙ୍କ ଉପରେ କେବେ ନା କେବେ, ଏକ ମିଥ୍ୟା ଅଭିଯୋଗର ଚଡ଼କ ପଡ଼ିପାରେ। ତଥାପି କୋହଲିଙ୍କ ସେହି ସତ୍‌ସାହସକୁ ପ୍ରଶଂସା କଲାବେଳକୁ ମୁସଲମାନ ସମ୍ପ୍ରଦାୟର ଭାରତ ବିରୋଧୀ କାର୍ଯ୍ୟରେ ନୀରବତା ସୁନିଶ୍ଚିତ ନିନ୍ଦନୀୟ। ହେଲେ ସିନେ ତାରକା ନାସିରୁଦ୍ଦିନ ଶାହା ଭାରତୀୟ ମୁସଲମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ ଭାବେ ଉଭା ହୋଇଛନ୍ତି। ତାଙ୍କ ମନ୍ତବ୍ୟ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି। ଆଫଗାନିସ୍ତାନରେ ତାଲିବାନ୍‌ର ପୁନଃ କ୍ଷମତା ଦଖଲ ପରେ ଭାରତର ଅନେକ ମୁସଲମାନ ସେଥିରେ ଉତ୍‌ଫୁଲ୍ଲିତ ହୋଇ ଯେତେବେଳେ ଖୁସି ବ୍ୟକ୍ତକଲେ, ସେତେବେଳେ ନାସିରୁଦ୍ଦିନ ସେହି ମାନସିକତାକୁ ଖଣ୍ଡନ କରିଥିଲେ। ତାଙ୍କ କହିବା ଅନୁଯାୟୀ ଭାରତୀୟ ମୁସଲମାନମାନେ ଭିନ୍ନ ଓ ସେଥିପାଇଁ ସେମାନେ ହିଂସାଠାରୁ ଦୂରେଇ ରହିବା ସହିତ ସେମାନଙ୍କ ଭିତରେ ଯେଉଁ ବର୍ବରତା ମୁଣ୍ଡ ଟେକୁଛି ତାହାକୁ ସମର୍ଥନ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟ ଅନେକ ଭାରତୀୟ ମୁସଲମାନଙ୍କୁ କ୍ଷୁବ୍ଧ କରିଥିଲା। ସୋସିଆଲ ମିଡିଆରେ ତାଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ ପାଇଥିଲା।
ମୁସଲମାନଙ୍କ ଉପରେ ଅତ୍ୟାଚାର କେବେହେଲେ ଗ୍ରହଣୀୟ ହେବା କଥା ନୁହେଁ। ଅନ୍ୟପଟେ ସଂଖ୍ୟାଲଘୁ ମଧ୍ୟ ସେମାନଙ୍କ ଦେଶପ୍ରେମରେ ପ୍ରଶ୍ନବାଚୀ ଲଗାଇବାର ସୁଯୋଗ ଦେବା ଉଚିତ ନୁହେଁ। ଭାରତର ହିନ୍ଦୁମାନେ ଯେଭଳି ସତ୍‌ସାହସ ପ୍ରଦର୍ଶନ କରି ଧାର୍ମିକ କଠୋରବାଦୀଙ୍କୁ ବିରୋଧ କରୁଛନ୍ତି, ସେହିଭଳି ମୁସଲମାନମାନେ ମଧ୍ୟ ତାଙ୍କ ଧର୍ମ ଭିତରେ ଥିବା ଅବାଞ୍ଛିତ ଗୋଷ୍ଠୀଙ୍କୁ ଏକଘରକିଆ କରି ନିନ୍ଦା କରିବା ଦରକାର।

-ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri