ଧାର୍ମିକ ନିଶା

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଅଗଷ୍ଟ ୫, ୨୦୧୯ରେ ବାଦ୍‌ ପଡ଼ିବା ପୂର୍ବରୁ ମଧ୍ୟ କଶ୍ମୀରର ଅନେକ ବାସିନ୍ଦା ଭାରତ ବିରୋଧୀ ପାଲଟି ଯାଇଥିଲେ। ତଥାପି ଯେଉଁମାନେ କଶ୍ମୀର ଭ୍ରମଣରେ ଯାଇଥିବେ ସେମାନେ ଜାଣିଥିବେ ଯେ ସେଠାକାର ନାଗରିକଙ୍କ ଏକ ବଡ଼ ଭାଗର ଭାରତ ପ୍ରତି ଶ୍ରଦ୍ଧା ଥିଲା। ଏବେ ସେହି ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କିମ୍ବା ଧୂଳିସାତ୍‌ ହୋଇଗଲାଣି। ଏଥିପାଇଁ ଆଜିକାର ରାଜନୀତି ଯେତିକି ଦାୟୀ, ସେତିକି ପରିମାଣର ଦୋଷ କଶ୍ମୀର ଜନସାଧାରଣଙ୍କର ମଧ୍ୟ ରହିଛି। ଏଭଳି ସ୍ଥିତିରେ ନିକଟରେ କଶ୍ମୀରର କିଛି ମେଡିକାଲ ଛାତ୍ର ଯେତେବେଳେ ପାକିସ୍ତାନର ଟି୨୦ ଓ୍ବାଲର୍‌ଡକପ୍‌ କ୍ରିକେଟରେ ଭାରତ ଉପରେ ବିଜୟକୁ ନେଇ ଉତ୍‌ଫୁଲ୍ଲିତ ହୋଇଥିଲେ, ସେତେବେଳେ ସେମାନଙ୍କ ଉପରେ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ଶନ୍‌ ଆକ୍ଟ (ୟୁଏପିଏ)ରେ ପୋଲିସ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନରେ ଜଣେ ମୁସଲମାନ ମହିଳା ସୋସିଆଲ୍‌ ମିଡିଆରେ ଖୋଲାଖୋଲି ପାକିସ୍ତାନର ବିଜୟକୁ କହିଥିଲେ ‘ଆମେ ଜିତିଲୁ’। ତାଙ୍କୁ ସେଠାକାର ପୋଲିସ ଗିରଫ କରି ପରବର୍ତ୍ତୀ ସମୟରେ ଜାମିନରେ ଛାଡ଼ିଥିଲା। ତେବେ ସେ ଯେଉଁଠାରେ ଚାକିରି କରିଥିଲେ ସେଠାରୁ ତାଙ୍କୁ ବହିଷ୍କାର କରାଯାଇଛି।
ଏଠାରେ ଟିମ୍‌ଇଣ୍ଡିଆ କ୍ୟାପ୍‌ଟେନ ବିରାଟ କୋହଲିଙ୍କ ମନ୍ତବ୍ୟକୁ ଦୋହରାଯାଇପାରେ। ଭାରତୀୟ ଦଳର ପେସ୍‌ ବୋଲର ତଥା ଦଳର ଏକମାତ୍ର ମୁସଲମାନ ଖେଳାଳି ମହମ୍ମଦ ସାମିଙ୍କ ବିରୋଧରେ ସୋସିଆଲ ମିଡିଆରେ ପ୍ରବଳମାତ୍ରାରେ ବିଷୋଦ୍‌ଗାର ହେଲା। ଏପରିକି ପାକିସ୍ତାନ ଫେରିଯାଅ ବୋଲି ମନ୍ତବ୍ୟ ପ୍ରକାଶ ପାଇଲା। କୋହଲି ଏଭଳି ପ୍ରତିକ୍ରିୟା ସମ୍ପର୍କରେ ମତ ରଖି ଯେଉଁ ବିରକ୍ତିଭାବ ପ୍ରକାଶ କରିଛନ୍ତି, ତାହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। ଖେଳାଳିର ଏକମାତ୍ର ଧର୍ମ ହେଉଛି ଖେଳ। ସେଠାରେ ହିନ୍ଦୁ ଓ ମୁସଲମାନର ପ୍ରଭେଦ ରହିବା କଥା ନୁହେଁ। ବିଶେଷକରି ଭାରତରେ କ୍ରିକେଟ ଏକ ଧାର୍ମିକ ନିଶା ଭାବେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଛି। ଏହି ଦଳର ଅଧିନାୟକ ଭାବେ ମନ୍‌ସୁର ଅଲ୍ଲୀ ଖାଁ ପଟୋଡି ଅତୀତରେ ଦେଶ ପାଇଁ ଅନେକ ଗୌରବ ଆଣିଥିଲେ। ସେହିଭଳି ମହମ୍ମଦ ଆଝାରୁଦ୍ଦିନ, ଇର୍ଫାନ୍‌ ପଠାନ୍‌, ୟୁସୁଫ୍‌ ପଠାନ୍‌, ମହମ୍ମଦ କୈଫ୍‌ଙ୍କ ଭଳି ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମହମ୍ମଦ ସାମିଙ୍କୁ ଯେଉଁମାନେ ବିରୋଧ କରି ସୋସିଆଲ୍‌ ମିଡିଆରେ ଏଣୁତେଣୁ କଥା କହୁଛନ୍ତି, ସେମାନେ କେବେହେଲେ ବୋଲିଂ କରିପାରୁଥିବେ ବୋଲି ବିଶ୍ୱାସ ହେଉନାହିଁ। ଘରେ ବସି ଚିନାବାଦାମ ଚୋବାଇ ଖେଳାଳିଙ୍କୁ କଠୋର ଭାଷାରେ ସମାଲୋଚନା କରିବା ଅତ୍ୟନ୍ତ ସହଜ। ସେଥିପାଇଁ କୋହଲି ଯାହା କହିଛନ୍ତି ଏହି ଟ୍ରୋଲ୍‌ମାନେ ‘ମେରୁଦଣ୍ଡବିହୀନ’, ତାହା ସମ୍ପୂର୍ଣ୍ଣ ସତ୍ୟ। ଅନ୍ୟପଟେ ସତ୍ୟର ଅନେକ ଅଙ୍ଗ ରହିଛି। କଶ୍ମୀର ଛାତ୍ର ହୁଅନ୍ତୁ ବା ରାଜସ୍ଥାନର ମହିଳା, ଏହିଭଳି ବ୍ୟକ୍ତିମାନେ ଭାରତୀୟ ମୁସଲମାନ ସମ୍ପ୍ରଦାୟକୁ ଗୋଟିଏ ତୂଳୀରେ ରଙ୍ଗ ବୋଳି ଦେଉଛନ୍ତି। ଦୁଃଖର ବିଷୟ ହେଉଛି ଭାରତୀୟ ପାଣିପବନରେ ବଢ଼ିଥିବା ଏହି ମୁସଲମାନମାନେ ନିଜ ଚରିତ୍ର ସମ୍ପର୍କରେ କେବେ ହେଲେ ଅନୁଧ୍ୟାନ କରୁନାହାନ୍ତି। ଏହାଠାରୁ ଅଧିକ ଦୁଃଖଦାୟକ ହେଉଛି ଯେ, ସବୁ ଅଭିଜ୍ଞତା ପାଇସାରିବା ପରେ ଏବଂ ଚତୁଃପାର୍ଶ୍ୱରେ ପରିସ୍ଥିତି ବୁଝିବା ପରେ ଭାରତୀୟ ମୁସଲମାନମାନେ, ଏକ ସମ୍ପ୍ରଦାୟ ଭାବରେ, ଏଭଳି ଭୁଲ୍‌ କାର୍ଯ୍ୟକୁ ଖଣ୍ଡନ କରିବା ପାଇଁ ବାହାରୁନାହାନ୍ତି। ବିରାଟ କୋହଲି ଜଣେ ହିନ୍ଦୁ ହୋଇ ମହମ୍ମଦ ସାମିଙ୍କ ବିରୋଧରେ ପ୍ରକାଶ ପାଉଥିବା ମତକୁ ଖଣ୍ଡନ କରିପାରୁଛନ୍ତି। କୋହଲି ଜାଣିଥିବେ ଯେ, ତାଙ୍କ ମନ୍ତବ୍ୟ ଆଜିର ସରକାରରେ ଥିବା ଦଳକୁ କ୍ରୋଧିତ କରିପାରେ। ଏପରିକି ଆଗାମୀ ଦିନରେ ତାଙ୍କ ଉପରେ କେବେ ନା କେବେ, ଏକ ମିଥ୍ୟା ଅଭିଯୋଗର ଚଡ଼କ ପଡ଼ିପାରେ। ତଥାପି କୋହଲିଙ୍କ ସେହି ସତ୍‌ସାହସକୁ ପ୍ରଶଂସା କଲାବେଳକୁ ମୁସଲମାନ ସମ୍ପ୍ରଦାୟର ଭାରତ ବିରୋଧୀ କାର୍ଯ୍ୟରେ ନୀରବତା ସୁନିଶ୍ଚିତ ନିନ୍ଦନୀୟ। ହେଲେ ସିନେ ତାରକା ନାସିରୁଦ୍ଦିନ ଶାହା ଭାରତୀୟ ମୁସଲମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ ଭାବେ ଉଭା ହୋଇଛନ୍ତି। ତାଙ୍କ ମନ୍ତବ୍ୟ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି। ଆଫଗାନିସ୍ତାନରେ ତାଲିବାନ୍‌ର ପୁନଃ କ୍ଷମତା ଦଖଲ ପରେ ଭାରତର ଅନେକ ମୁସଲମାନ ସେଥିରେ ଉତ୍‌ଫୁଲ୍ଲିତ ହୋଇ ଯେତେବେଳେ ଖୁସି ବ୍ୟକ୍ତକଲେ, ସେତେବେଳେ ନାସିରୁଦ୍ଦିନ ସେହି ମାନସିକତାକୁ ଖଣ୍ଡନ କରିଥିଲେ। ତାଙ୍କ କହିବା ଅନୁଯାୟୀ ଭାରତୀୟ ମୁସଲମାନମାନେ ଭିନ୍ନ ଓ ସେଥିପାଇଁ ସେମାନେ ହିଂସାଠାରୁ ଦୂରେଇ ରହିବା ସହିତ ସେମାନଙ୍କ ଭିତରେ ଯେଉଁ ବର୍ବରତା ମୁଣ୍ଡ ଟେକୁଛି ତାହାକୁ ସମର୍ଥନ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟ ଅନେକ ଭାରତୀୟ ମୁସଲମାନଙ୍କୁ କ୍ଷୁବ୍ଧ କରିଥିଲା। ସୋସିଆଲ ମିଡିଆରେ ତାଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ ପାଇଥିଲା।
ମୁସଲମାନଙ୍କ ଉପରେ ଅତ୍ୟାଚାର କେବେହେଲେ ଗ୍ରହଣୀୟ ହେବା କଥା ନୁହେଁ। ଅନ୍ୟପଟେ ସଂଖ୍ୟାଲଘୁ ମଧ୍ୟ ସେମାନଙ୍କ ଦେଶପ୍ରେମରେ ପ୍ରଶ୍ନବାଚୀ ଲଗାଇବାର ସୁଯୋଗ ଦେବା ଉଚିତ ନୁହେଁ। ଭାରତର ହିନ୍ଦୁମାନେ ଯେଭଳି ସତ୍‌ସାହସ ପ୍ରଦର୍ଶନ କରି ଧାର୍ମିକ କଠୋରବାଦୀଙ୍କୁ ବିରୋଧ କରୁଛନ୍ତି, ସେହିଭଳି ମୁସଲମାନମାନେ ମଧ୍ୟ ତାଙ୍କ ଧର୍ମ ଭିତରେ ଥିବା ଅବାଞ୍ଛିତ ଗୋଷ୍ଠୀଙ୍କୁ ଏକଘରକିଆ କରି ନିନ୍ଦା କରିବା ଦରକାର।

-ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri