ଧର୍ମ ତା’ ବାଟରେ ଥାଉ

ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ୩୦ ତାରିଖରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଶେଷ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଶିବିରରେ ଥିବା କେତେକ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇ ନ ଥିବା ବିଷୟ କଂଗ୍ରେସର ବରିଷ୍ଠ ନେତା ଏବେ ଉଲ୍ଲେଖ କରିଛନ୍ତି। ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଆସାଦୁଦ୍ଦିନ୍‌ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌, କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଭଳି ଦଳଗୁଡ଼ିକର କାର୍ଯ୍ୟକଳାପ ଦେଖିଲେ ସେଗୁଡ଼ିକ ଧର୍ମନିରପେକ୍ଷତାକୁ ଆଘାତ ପହଞ୍ଚାଉଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ସହ ଭିତିରିଆ ସମ୍ପର୍କ ରଖିଛନ୍ତି। ଗୋଆ ଓ ଗୁଜରାଟରେ ଭୋଟ ହାତେଇବା ପାଇଁ ଭାଜପା ଏଭଳି ଦଳଗୁଡ଼ିକୁ ସଖୀକଣ୍ଢେଇ ଭାବେ ବ୍ୟବହାର କରିଛି ବୋଲି କଂଗ୍ରେସର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ କହିଛନ୍ତି। ଏଥିସହିତ ଓଡ଼ିଶାର ବିଜେଡି, ତାମିଲନାଡୁର ଏଆଇଏଡିଏମ୍‌କେ ଓ ପଞ୍ଜାବର ଅକାଳୀ ଦଳ ଭାଜପା ସହ ସୁସମ୍ପର୍କ ରକ୍ଷା କରିଚାଲିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଆଜିର ଭାରତରେ କେଉଁ ରାଜନୈତିକ ଦଳର କେତେ ଦମ୍‌ ଲୋକେ ଜାଣିଛନ୍ତି। ଭୋଟରଙ୍କୁ କେବେହେଲେ ବୋକା ଭାବିବା ଠିକ୍‌ ନୁହେଁ। କଂଗ୍ରେସ ଏକ ବିରାଟ ଲଢ଼େଇକୁ ସାମ୍ନା କରିବା ପୂର୍ବରୁ ଏଭଳି ବାଡ଼ ବାନ୍ଧି ଅଣ-ଭାଜପା ଦଳଗୁଡ଼ିକୁ ସାର୍ଟିଫିକେଟ ଦେବା ବିଜ୍ଞତାର ପରିଚୟ ନୁହେଁ। ଧର୍ମ ନାମରେ ସମାଜରେ ବିଭାଜନ ସୃଷ୍ଟିକରି ଭାଜପା ଯେଉଁ ସ୍ତରକୁ ଯାଇପାରିଛି, ତାହା ସମକକ୍ଷ ହେବା ପାଇଁ ଅନ୍ୟ ପାର୍ଟି ଚେଷ୍ଟା କଲେ ମଧ୍ୟ ସଫଳ ହେବେ ବୋଲି ଚିନ୍ତା କରାଯାଇପାରୁ ନାହିଁ। ଏପରି ସ୍ଥଳେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ଧର୍ମକୁ ଛାଡ଼ି ଆଲୋଚନାକୁ ଭିନ୍ନ ଦିଗକୁ ନେବାକୁ ହେବ। ଏବେ ଭାରତରେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଆର୍ଥିକ ଦୁଃସ୍ଥିତି ଓ ସେଥିରୁ ଜନ୍ମିତ ଦରଦାମ ବୃଦ୍ଧି। ପେଟରେ ଦାନା ନ ଥିଲେ ମଣିଷ ଧର୍ମକୁ ନେଇ ବଞ୍ଚତ୍ପାରିବ ନାହିଁ। ଧର୍ମ ତା’ ବାଟରେ ଥାଉ। କିନ୍ତୁ ମାନବର ମୌଳିକ ଆବଶ୍ୟକତା ଯେତେବେଳେ ପୂରଣ ନ ହେବ, ସେତେବେଳେ ସେ ହତାଶ ହୋଇଯିବ। ପଡ଼ୋଶୀ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଭଳି ରାଷ୍ଟ୍ର ଏବେ କେଉଁ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ତାହା ସମଗ୍ର ଜଗତ ଦେଖୁଛି। ଏଭଳି ପରିପ୍ରେକ୍ଷୀରେ ଭାରତ ବାହାବା ନେଉଛି ଯେ ଏହାର ଅର୍ଥନୀତି ବିଶ୍ୱ ସ୍ତରରେ ୫ମ ସ୍ଥାନ ଅଧିକାର କରିଛି। ଚଳିତବର୍ଷ ପ୍ରାରମ୍ଭରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ନେଇଥିବାରୁ ଭାରତୀୟ ନେତୃତ୍ୱ ତାହାକୁ ଉତ୍ସବ ଭାବେ ପାଳନ କରିବାରେ ବ୍ୟସ୍ତ। ଏଭଳି ସନ୍ଧିକ୍ଷଣରେ ୧୬ ଜାନୁୟାରୀରେ ସୁଇଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ବୈଠକରେ ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ ଭାରତ ସମ୍ପର୍କିତ ପ୍ରକାଶିତ ରିପୋର୍ଟକୁ ଦେଖିଲେ ଯେକେହି ବ୍ୟଥିତ ହେବେ। ଦେଶର ୧ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ୪୦ ପ୍ରତିଶତ ସମ୍ପତ୍ତି ରହିଥିବା ବେଳେ ତଳଆଡ଼ୁ ୫୦ ପ୍ରତିଶତ ଗରିବ ମାତ୍ର ୩ ପ୍ରତିଶତ ସମ୍ପତ୍ତିରେ ଚଳୁଛନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଅକ୍ସଫାମ୍‌ର ଆକଳନକୁ ତର୍ଜମା କଲେ ଏବର ସରକାର ଓ ପ୍ରଶାସନିକ ବ୍ୟବସ୍ଥା ସହିତ ଜଡ଼ିତ ବ୍ୟକ୍ତି ଧନୀମାନଙ୍କ ପାଇଁ ଯେତେ ସମର୍ପିତ ରହୁଛନ୍ତି, ଗରିବ ଓ ଅସହାୟଙ୍କ ଦୁଃଖଦୁର୍ଦ୍ଦଶା ସେମାନଙ୍କୁ ଆନ୍ଦୋଳିତ କରୁନାହିଁ। କୃଷିର ବିକାଶ ପାଇଁ ଉପଯୁକ୍ତ ଯୋଜନା ନ ଥିବାରୁ କୃଷକର ଉନ୍ନତି ହୋଇପାରୁ ନାହିଁ। ଏଭଳି ମୌଳିକ ପ୍ରସଙ୍ଗ ସବୁ ବିରୋଧୀ ବିଶେଷକରି କଂଗ୍ରେସ ଉଠାଇବା ଦରକାର। ଭାଜପା ସହ ଧର୍ମ ଲଢ଼େଇରେ କଂଗ୍ରେସର ବିଜୟ ଅସମ୍ଭବ।
ଚଳିତବର୍ଷ ଭାରତରେ ଆର୍ଥିକ ଅବସ୍ଥା ଆହୁରି ମାନ୍ଦା ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କଲେଣି। ଏଭଳି ସ୍ଥଳେ ଭାରତର ଶାସକ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ଲୋକଙ୍କୁ ଦେଖାଇବା ହାସ୍ୟାସ୍ପଦ ମନେହେଉଛି। ତେଣୁ ଏବେ ପ୍ରତ୍ୟେକ ରାଜନୈତିକ ଦଳ ଅର୍ଥନୀତି ଓ ଜନସାଧାରଣଙ୍କ ଆର୍ଥିକ ସ୍ଥିତି ସହିତ ଜୀବନଧାରଣ ମାନରେ କିଭଳି ଉନ୍ନତି ଅଣାଯାଇପାରିବ, ତାହା ଉପରେ ପ୍ରାଧାନ୍ୟ ଦେବା ଦରକାର। ଭୋଟ ପାଇବା ପାଇଁ ଧର୍ମ, ସଂଖ୍ୟାଲଘୁ, ସଂଖ୍ୟାଗରିଷ୍ଠ ଭଳି ବିଷୟକୁ ନେଇ ଯେତେ କସରତ କରାଯାଉଛି ତାହା ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ। ବରଂ ତାହା ପ୍ରଗତିକୁ କ୍ଷତି ପହଞ୍ଚାଇ ଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri