ବରିଷ୍ଠଙ୍କ ସମସ୍ୟା ଓ ପ୍ରତିକାର

ଡ.ମୌସୁମୀ ପରିଡ଼ା

ମଣିଷ ଜୀବନ ବିଭିନ୍ନ ପର୍ଯ୍ୟାୟ ଦେଇ ଗତିକରେ। ପ୍ରତ୍ୟେକ ପର୍ଯ୍ୟାୟରେ ଜୀବନ ପରିବର୍ତ୍ତିତ ହୁଏ। ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ବଦଳିଯାଏ। ୬୦ ବା ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ ବରିଷ୍ଠ କୁହାଯାଏ। ଚାକିରି କ୍ଷେତ୍ରରେ ଅବସରର ସମୟ ସୀମା ୬୦ ରହିଥିଲେ ମଧ୍ୟ କିଛି କିଛି ବିଭାଗରେ ଏହି ବୟସ ବୃଦ୍ଧି ପାଇ ୬୦ରୁ ୬୨ ଓ ୬୫ ରେ ପହଞ୍ଚିଛି। ୭୦, ୭୫ବର୍ଷ ବୟସ ପରେ ବ୍ୟକ୍ତି ଏକରକମ ମୁମୂର୍ଷୁ ହୋଇଯାଏ। ସେ ଅବସ୍ଥାରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଶାରୀରିକ, ମାନସିକ, ସାମାଜିକ, ଭାବନାମତ୍କ ଏବଂ ଆର୍ଥିକ ସ୍ତରରେ ଅସହାୟ ହୋଇଯାଏ। କେବେକେବେ ମନ ସାଥ୍‌ ଦିଏ ନାହିଁ ତ କେବେକେବେ ଶରୀର ପୁଣି କେବେ ପରିବାର। ବୟସ ବୃଦ୍ଧି ହୁଏ ସିନା ଶାରୀରିକ ଶକ୍ତି ସାମର୍ଥ୍ୟ କିନ୍ତୁ କମି କମି ଆସେ। ସ୍ମୃତିଶକ୍ତି ହ୍ରାସ ପାଏ।
ଆଜିକାଲିର ଏକାନ୍ନବର୍ତ୍ତୀ ପରିବାରରେ ବୟସ୍କମାନେ ଅବାଞ୍ଛତ। ସାମାଜିକ ସମ୍ପର୍କ ବଜାୟ ରଖିବା ଦୂରର କଥା ପାରିବାରିକ ସମ୍ପର୍କର ରଜୁ ମଧ୍ୟ କ୍ଷୀଣ ହୋଇଆସେ। ସେମାନେ ଅବହେଳିତ ହୁଅନ୍ତି । ବୟସାଧିକ୍ୟ ହେତୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି । ପିଲାମାନେ ବାହାରେ ଥାଇ ଖାଲି ଟଙ୍କା ପଠେଇଦେଲେ ସମସ୍ୟା ସରିଯାଏ ନାହିଁ। କାରଣ ଟଙ୍କା ଆଣିବାକୁ ସ୍ଥାନୀୟ ଏଟିଏମ୍‌ କିମ୍ବା ବ୍ୟାାଙ୍କ୍‌, ଭତ୍ତା କିମ୍ବା ସରକାରୀ ସାହାଯ୍ୟ ଆଣିବାକୁ ଅନ୍ୟ ଉପରେ ନିର୍ଭର କରିବାକୁ ହୁଏ। ଆଖପାଖରେ ରହୁଥିବା ବିଭିନ୍ନ ମାନସିକତାର ଲୋକ ଏଭଳି ଅସହାୟ ଅବସ୍ଥାର ଫାଇଦା ଉଠାନ୍ତି।
ଦରିଦ୍ର, ନିମ୍ନ ମଧ୍ୟବିତ୍ତଙ୍କ ପାଇଁ କେବଳ ଜରାଶ୍ରମ ଖୋଲିଦେଲେ ସମସ୍ୟାର ଅନ୍ତ ହୁଏ ନାହିଁ, ସେଠାରେ ସବୁ ପ୍ରକାର ସୁବିଧା ରହିଥିବା ଦରକାର। ମଧ୍ୟବିତ୍ତ ଓ ଧନୀ ଲୋକମାନେ ବି ସମାନ ଅସୁବିଧା ଭୋଗ କରନ୍ତି, କେବଳ ଚିତ୍ରପଟ ବଦଳିଯାଏ। ଏକାକୀ ରହୁଥିବା ଅବସରପ୍ରାପ୍ତ ବରିଷ୍ଠ ନାଗରିକଙ୍କ ଜୀବନ ପ୍ରତି ବିପଦ ରହୁଥିବାର କାରଣ ସେମାନଙ୍କ ଅର୍ଥ, ଜମିବାଡ଼ି ଓ ସମ୍ପତ୍ତି। ଖଳପ୍ରକୃତିର ଲୋକେ ସେସବୁକୁ ହଡ଼ପ କରିବାକୁ ଯୋଜନା କରି ହଇରାଣ ହରକତ କରନ୍ତି। ବାରମ୍ବାର ଥାନା, କୋର୍ଟ କଚେରି ଧାଇଁ ଧାଇଁ ବରିଷ୍ଠ କ୍ଳାନ୍ତ ହୋଇପଡ଼ନ୍ତି। ନା ପ୍ରଶାସନ ସେମାନଙ୍କ ଗୁହାରି ଶୁଣନ୍ତି ନା ଅନ୍ୟ କେହି। ଏ ଅଫିସ୍‌ରୁ ସେ ଅଫିସକୁ ଯାଇ, ଜିଲା ମୁଖ୍ୟ, ସ୍ଥାନୀୟ ମୁଖ୍ୟଙ୍କୁ ଦୁଃଖ ଜଣାଇ ଲାଭ ତ ପାଆନ୍ତି ନାହିଁ ଓଲଟା ଜୁଲମର ଶିକାର ହୁଅନ୍ତି। ସେଥିପାଇଁ ପ୍ରଶାସନର ତପତ୍ରତା ଆବଶ୍ୟକ।
ପରିସଂଖ୍ୟାନ ଅନୁଯାୟୀ ବରିଷ୍ଠଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ୨୦୧୬ରେ ଜନସଂଖ୍ୟାର ପାଖାପାଖି ୧୦ ପ୍ରତିଶତ (୧୧କୋଟି ୬୦ ଲକ୍ଷ)ରେ ବରିଷ୍ଠଙ୍କ ସଂଖ୍ୟା ସୀମିତ ଥିବାବେଳେ ୨୦୫୦ ସୁଦ୍ଧା ୧୯ ପ୍ରତିଶତ (୩୨.୪ କୋଟି)ରେ ପହଞ୍ଚିବାର ଆଶା କରାଯାଉଛି ଯେତେବେଳେ ପ୍ରତି ୫ଜଣରେ ଜଣେ ବରିଷ୍ଠ ରହିଥିବେ। ୨୦୧୧-୨୧ ଭିତରେ ଜନସଂଖ୍ୟା ବୃଦ୍ଧିଠାରୁ ବୟସ୍କଙ୍କ ସଂଖ୍ୟା ପ୍ରାୟ ୩ ଗୁଣା ବୃଦ୍ଧି ପାଇ ୩୬ ପ୍ରତିଶତରେ ପହଞ୍ଚତ୍ଥିଲା। ହାଭାର୍ଡ ଟିଏଚ୍‌ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଓ ମୁମ୍ବାଇ-ବେସ୍‌ଡ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେଶନ ସାଇନ୍ସ ଦ୍ୱାରା ୨୦୧୬ ରେ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହାର ଶୀର୍ଷକ ଥିଲା- ଏଜିଂ ଇନ୍‌ ଇଣ୍ଡିଆ: ଫ୍ୟାକ୍ଟସ୍‌, ଇସୁଜ୍‌ ଆଣ୍ଡ ଅପ୍ସନ୍ସ। ଯେଉଁଥିରେ ଲେଖାଯାଇଥିଲା-ପୁଷ୍ଟିକର ଖାଦ୍ୟଗ୍ରହଣ, ଉପଯୁକ୍ତ ଔଷଧ, ବିବାହ ବୟସରେ ବୃଦ୍ଧି ଇତ୍ୟାଦି ବୟସ୍କମାନଙ୍କ ସଂଖ୍ୟାବୃୃଦ୍ଧିରେ ସାହାଯ୍ୟ କରିଛି।
ବିଶ୍ୱବ୍ୟାଙ୍କ ଅନୁସାରେ ୨୦୨୦ ସୁଦ୍ଧା ଭାରତୀୟଙ୍କ ବୟସ ସୀମା ହାରାହାରି ୭୦.୧୫ ବର୍ଷ ଥିଲା। ଏହାକୁ ଲକ୍ଷ୍ୟକରି ବରିଷ୍ଠ ନାଗରିକମାନଙ୍କ ସୁଖସୁବିଧା ପାଇଁ ଚିନ୍ତା କରିବା ଉଚିତ। ହେଲ୍ପଏଜ୍‌ ଇଣ୍ଡିଆ ମତରେ ଯେଉଁଠି ଶହେ ବର୍ଷ ପରେ ଫ୍ରାନ୍ସରେ ବୟସ୍କଙ୍କ ସଂଖ୍ୟା ୨ଗୁଣ ବଢ଼ିଥିଲା, ସେ କ୍ଷେତ୍ରରେ ଭାରତକୁ ମାତ୍ର ୨୦ ବର୍ଷ ସମୟ ଲାଗିଥିଲା ା ଏପ୍ରିଲ ୧୯୭୮ ରୁ ହେଲ୍ପ ଏଜ୍‌ ଇଣ୍ଡିଆ ଦିଲ୍ଲୀରେ ପଞ୍ଜୀକୃତ ହୋଇ ବରିଷ୍ଠ ନାଗରିକ ସଂଘଗୁଡ଼ିକ ସହ କାମ କରି ସେମାନଙ୍କୁ ଉସତ୍ାହିତ କରିଆସୁଛି। ଏହାର ଉଦ୍ଦେଶ୍ୟ ଲୋକମାନଙ୍କ ଜୀବନର ପୁନର୍ନିମାଣ, ନିଜ ଭବିଷ୍ୟତ କାର୍ଯ୍ୟଭାର ସମ୍ଭାଳିବାରେ ସାହାଯ୍ୟ, ସେମାନଙ୍କ ଭିତରେ ଥିବା ଆମତ୍ମୂଲ୍ୟ ଓ ଆମତ୍ବିଶ୍ୱାସ ସୃଷ୍ଟି କରିବା।
ଭାରତ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ୫ଟିକିଆ ହେଲ୍ପ ଲାଇନ ନମ୍ବର ଜାରିକରିଛନ୍ତି। କିନ୍ତୁ ଏହାଦ୍ୱାରା ସମସ୍ୟାର ବାସ୍ତବ ସମାଧାନ ହେଲା ପରି ମନେହୁଏ ନାହିଁ। ସୂଚନା ମିଳିଯାଏ, କିନ୍ତୁ ନିଜ କାମ ନିଜକୁ ହିଁ କରିବାକୁ ପଡ଼େ। ଜମିଜମା ବିବାଦ ହେଉ କି ରୋଗ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସେମାନେ କେବଳ ସମ୍ପୃକ୍ତ ଅଧିକାରୀମାନଙ୍କ ଠିକଣା ଦେଇପାରନ୍ତି। ଖର୍ଚ୍ଚ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ତରଦାୟିତ୍ୱ ସମ୍ପୃକ୍ତ ବରିଷ୍ଠଙ୍କର। ଅଭ୍ୟର୍ଥନାକାରୀଙ୍କ ଆଶ୍ୱାସନାରେ ବାସ୍ତବ ସମସ୍ୟାର ସମାଧାନ ହୁଏ ନାହିଁ। ସେଥିପାଇଁ ସମସ୍ତଙ୍କର ଆନ୍ତରିକତା ଲୋଡ଼ା।
ବରିଷ୍ଠମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ କରାଯାଉ। ସେମାନଙ୍କ ସେବା କରିବାରେ କିଛି ପାରିଶ୍ରମିକ ମିଳୁ। ଫଳରେ ଯୁବକଯୁବତୀମାନେ ବୟସ୍କମାନଙ୍କ ସହ ସମ୍ପର୍କିତ ହୋଇ ସେମାନଙ୍କ ଜୀବନାନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ସୂଚନା ହାସଲ କରିପାରିବେ। ସମାଜ ମଧ୍ୟ ବରିଷ୍ଠଙ୍କ ପ୍ରତି ସଚେତନ ରହିବା ଆବଶ୍ୟକ। ବରିଷ୍ଠମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉ। ସେ ଜରିଆରେ ସେବା ଯାଚିଦିଆଯାଉ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?