ଧର୍ମ ଓ ବିଜ୍ଞାନ

ଉମାଶଙ୍କର ପ୍ରସାଦ

 

ଧର୍ମ ଓ ବିଜ୍ଞାନ ଉଭୟେ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ। ଉଭୟଙ୍କର ଉଦ୍ଦେଶ୍ୟ ମଣିଷ ତଥା ସମାଜକୁ ମଙ୍ଗଳମୟ କରି ଗଢ଼ିବା। ଧର୍ମ ମଣିଷର ଅନ୍ତର୍ନିହିତ ଚିତ୍‌ ଶକ୍ତିକୁ ଜାଗ୍ରତ କରେ, ମଣିଷକୁ ଆନନ୍ଦ ଦିଏ। ମାତ୍ର ବିଜ୍ଞାନ ମଣିଷର ଭୌତ୍ତିକ ଆନନ୍ଦ ବିଧାନ କରେ। ବିଜ୍ଞାନ ଅର୍ବାଚୀନ। ଧର୍ମ ସୁପ୍ରାଚୀନ। ବିଜ୍ଞାନର ସୃଷ୍ଟି ଷୋଡ଼ଶ ଶତାବ୍ଦୀରୁ ମାତ୍ର ଧର୍ମ ମଣିଷ ଜାତିର ବିକାଶର ଆଦିକାଳରୁ। ଆଜି ସେହି ଧର୍ମ ଅବହେଳିତ ହୋଇଥିଲା ବେଳେ ବିଜ୍ଞାନ ଜଡ଼ବାଦୀ ମଣିଷମାନଙ୍କର ଏକାନ୍ତ କାମ୍ୟ ହୋଇଛି। ଧର୍ମର ଦୁର୍ଗତି ହୋଇଥିବା ବେଳେ ବିଜ୍ଞାନ ବଳୀୟାନ ହୋଇଛି। ଜୀବନର ପୂର୍ଣ୍ଣତା ପାଇଁ ଧର୍ମ ଓ ବିଜ୍ଞାନର ସମନ୍ବୟ ହେବା ଏକାନ୍ତ ଆବଶ୍ୟକ। ଗୋଟିଏ ମଣିଷକୁ ଭୌତ୍ତିକ ବିଳାସ ଦେଇଥିଲା ବେଳେ ଅନ୍ୟଟି ପ୍ରଦାନ କରିଥାଏ ଦୟା, ସ୍ନେହ ଓ ମମତା । ବିଜ୍ଞାନ ଓ ଧର୍ମର ପରିସର ସ୍ବତନ୍ତ୍ର। ବିଜ୍ଞାନ ପରୀକ୍ଷିତ ହୁଏ ବିଜ୍ଞାନାଗାରରେ। ଏକ ନିର୍ଦ୍ଦିଷ୍ଟ ବସ୍ତୁ ମଧ୍ୟରୁ କୌଣସି ବିଷୟକୁ ଗଭୀର ଭାବେ ପରୀକ୍ଷା କରାଯାଏ ଏବଂ ପରେ ସେହି ପରୀକ୍ଷାରୁ ପ୍ରକୃତିର ନିୟମ ବାହାର କରାଯାଇଥାଏ। ଯେଉଁଠି ପରୀକ୍ଷା ବିଫଳ ହୋଇଥାଏ ସେଠାରେ ବିଶ୍ୱାସ ମଧ୍ୟ ଅସ୍ତିତ୍ୱ ହରାଇଥାଏ। ପରୀକ୍ଷାଗାରର ବାହାରେ ଅନ୍ୟ କୌଣସି ବିଷୟକୁ ସେ ମାନିବାକୁ ପ୍ରସ୍ତୁତ ନୁହେଁ। ମାତ୍ର ଧର୍ମର ପରିସର ସମ୍ପୂର୍ଣ୍ଣ ଭିନ୍ନ। ଧର୍ମର ବିଶ୍ୱାସ ଭଗବାନଙ୍କଠାରେ। ସେ ତାଙ୍କୁ ସର୍ବଶକ୍ତିମାନ୍‌, ସର୍ବବିଦ୍ୟମାନ୍‌ ଓ ସର୍ବଜ୍ଞ କର୍ତ୍ତା ଭାବେ ମାନିଥାଏ। ଧର୍ମର ପରୀକ୍ଷାଗାର ମଣିଷର ହୃଦୟ ଭିତରେ। ମନକୁ ସେ ଦୃଢ଼କରି ହୃଦ୍‌ ପରୀକ୍ଷାଗାରରେ ସୃଷ୍ଟିର ସତ୍ୟକୁ ପରୀକ୍ଷା କରେ।
ବିଜ୍ଞାନ କହେ ଧର୍ମ ହେଉଛି ଏକ ଅନ୍ଧବିଶ୍ୱାସ। ଏଥିରେ ବାସ୍ତବର ସ୍ଥାନ ନାହିଁ। ଏହା ସମ୍ପୂର୍ଣ୍ଣ କାଳ୍ପନିକ, ଯାହା ମଣିଷକୁ ଭୀରୁ କରିଥାଏ। ସେ ଭୟ କରିଥାଏ ଏକ ଅଦୃଶ୍ୟ ଶକ୍ତିକୁ। ଅନ୍ୟପକ୍ଷରେ ଧର୍ମ ବିଜ୍ଞାନକୁ କହିଥାଏ ଏ ଜଗତ ହେଉଛି ଈଶ୍ୱରଙ୍କ ଲୀଳାସ୍ଥଳୀ। ଏ ଜଗତରେ ସତ୍ୟ, ଶିବ, ସୁନ୍ଦର ଭଗବାନ୍‌ ପୂରି ରହିଛନ୍ତି। ବିଜ୍ଞାନ ଏହି ସତ୍ୟ, ଶିବ, ସୁନ୍ଦର ଜଗତକୁ ଧ୍ୱଂସ କରୁଛି। ବିଜ୍ଞାନ ତା’ର ପରିସର ମଧ୍ୟରେ ସୀମାବଦ୍ଧ ମାତ୍ର ଧର୍ମ ଅନନ୍ତ ଓ ଅସୀମ। ଅସୀମର ମହାଭାବ ପ୍ରଚାର କରେ ଧର୍ମ। ଏଥିପାଇଁ ବିଜ୍ଞାନର ବାରମ୍ବାର ଆକ୍ରମଣ ସତ୍ତ୍ୱେ ଧର୍ମ ରହିଛି ଜନମାନସରେ।
ଧର୍ମ ଚିରନ୍ତନ, ଶାଶ୍ୱତ ଏବଂ ସନାତନ। ଧର୍ମ ଶାଶ୍ୱତର କଥା କହିଥାଏ। ଭଗବାନ୍‌ଙ୍କ ସହିତ ବ୍ୟକ୍ତିର ସମନ୍ବୟକୁ ଧର୍ମ ଶେଷ ବୋଲି କହିଥାଏ। ମାତ୍ର ବିଜ୍ଞାନ କୌଣସି କଥାକୁ ଶେଷ ବୋଲି ମାନେନାହିଁ। ବିଜ୍ଞାନାଗାରରେ ଯାହା ପରୀକ୍ଷା କରି ସେ ଯେଉଁ ସତ୍ୟରେ ଉପନୀତ ହୋଇଥାଏ ତାହା ମଧ୍ୟ ଦିନେ ଅସତ୍ୟରେ ପରିଣତ ହୋଇଯାଇଥାଏ। ଧର୍ମ ଶାଶ୍ୱତ ସତ୍ୟର ବାଣୀ ପ୍ରଚାର କରେ, ମାତ୍ର ବିଜ୍ଞାନ ଶାଶ୍ୱତ କଥା କହି ନ ଥାଏ। ଧର୍ମ କହିଥାଏ ଅପାର୍ଥତ୍ବ ଜଗତର ଅସୀମ କଥା, ମାତ୍ର ବିଜ୍ଞାନ କହେ ସସୀମ ହିଁ ମଧୁର ଏବଂ ରମଣୀୟ। ବିଜ୍ଞାନ ସ୍ଥୂଳଦୃଷ୍ଟିର ପରିଚୟ ଦେଇଥିଲା ବେଳେ ଧର୍ମ ଦିବ୍ୟଦୃଷ୍ଟିର ରହସ୍ୟ କହିଥାଏ।
ମଣିଷର ଅଛି ଆତ୍ମା । ତା’ର ଦେହ ଯେପରି ସତ୍ୟ, ଆତ୍ମା ମଧ୍ୟ ସେହିପରି ସତ୍ୟ। ଦେହ ପାଇଁ ଯେପରି ଖାଦ୍ୟପେୟ, ବସ୍ତ୍ର ଓ ବାସର ଦରକାର ପଡ଼େ ଠିକ୍‌ ସେଭଳି ଆତ୍ମାର ଆନନ୍ଦ ପାଇଁ ଭଗବତ୍‌ପ୍ରାପ୍ତିର ନିତାନ୍ତ ଆବଶ୍ୟକ। ତେଣୁ ଧର୍ମ ଓ ବିଜ୍ଞାନ ପରସ୍ପର ବିରୁଦ୍ଧ ହେଇ ନ ପାରନ୍ତି। ଧର୍ମ ହିଁ ସତ୍ୟ ଓ ଶାଶ୍ୱତ। ବିଜ୍ଞାନ ମଧ୍ୟ ସତ୍ୟ ଏବଂ ମଙ୍ଗଳପ୍ରଦ। ବିଜ୍ଞାନ ଦେଇଥାଏ ବଞ୍ଚତ୍ବା ପାଇଁ ଉପାଦାନ, ବିଳାସ ପାଇଁ ଅଭିନବ ପଦାର୍ଥ ମାତ୍ର ଧର୍ମ ଦେଇଥାଏ ଆଧ୍ୟାତ୍ମିକ ଆନନ୍ଦ।
ଧର୍ମଭାବ ସଞ୍ଚରିତ ହେଲେ ବିଜ୍ଞାନ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ ହୋଇଥାଏ। ଆଧୁନିକ ବିଜ୍ଞାନ ମଣିଷର ମଙ୍ଗଳ ପାଇଁ ବିନିଯୁକ୍ତ ହେଉଛି। ସାମ୍ପ୍ରତିକ ସମୟରେ ସୂର୍ଯ୍ୟ ଓ ନକ୍ଷତ୍ରମାନଙ୍କର ପ୍ରଚଣ୍ଡ ଜ୍ୟୋତି ସମ୍ବନ୍ଧରେ ବିଜ୍ଞାନ ଯାହା ଗବେଷଣା କରି ଦେଖାଇପାରିଛି ତାହା ଗୀତାରେ ଭଗବାନଙ୍କ ବିଶ୍ୱରୂପ ଦର୍ଶନ ବେଳେ ମଧ୍ୟ ବର୍ଣ୍ଣିତ ହୋଇଛି। ଅତଏବ ଗୀତା ମଧ୍ୟ ଆଧୁନିକ ବିଜ୍ଞାନ ଭଳି ବହୁ ଉପାଦାନ ପ୍ରଦାନ କରିଥାଏ। ବିଜ୍ଞାନ ଓ ଧର୍ମ ଉଭୟଙ୍କର ସମନ୍ବୟରେ ଜୀବନ ମଙ୍ଗଳମୟ ହୋଇଥାଏ। ଧର୍ମ ବାସ୍ତବ ଜଗତ ବାହାରେ ଆଉ ଏକ ଅଲୌକିକ ଜଗତର କଳ୍ପନା କରିଥାଏ ମାତ୍ର ବିଜ୍ଞାନ ବାସ୍ତବ ଜଗତକୁ ଛାଡ଼ି ଆଉ କିଛି କଳ୍ପନା କରିପାରେନାହିଁ।
ସମ୍ପାଦକ, ମାର୍ଗଦର୍ଶୀ
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri