ସରକାରଙ୍କୁ ଆଶ୍ୱସ୍ତି

Dillip Cherian

ଏୟାର ଇଣ୍ଡିଆ ବିକ୍ରି ଚୂଡ଼ାନ୍ତ ହୋଇଛି। ବହୁ ଦିନ ପରେ ଟାଟା ଏହାକୁ କିଣି ଏହାର ପାଇଲଟ ସିଟ୍‌ରେ ବସିଛି। ଏହାପରେ କିନ୍ତୁ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଆଣ୍ଡ୍‌ ପବ୍ଲିକ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ(ଡିଆଇପିଏଏମ୍‌)ର ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ବିଶ୍ରାମ ମିଳିବନି। ସେ ଏବଂ ତାଙ୍କ ବିଭାଗୀୟ ସହକର୍ମୀମାନେ ଆଗକୁ ବିନିବେଶର ଲକ୍ଷ୍ୟ ପୂରଣ କରିବାକୁ ଚାହଁୁଛନ୍ତି। ସୂତ୍ରରୁ ଜଣାପଡ଼ିଛି, ସରକାରଙ୍କ ନଜର ଏବେ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଉପରେ ଓ ଚଳିତ ବିତ୍ତୀୟ ବର୍ଷରେ ଏହାକୁ ବିକ୍ରି କରିବାକୁ ଚାହଁୁଛନ୍ତି। ଏହା ସହ ଚଳିତବର୍ଷର ଶେଷ ତ୍ରୈମାସିକ ସୁଦ୍ଧା ପ୍ରଥମଥର ପାଇଁ ଜୀବନ ବୀମା ନିଗମର ଅଂଶଧନ ବିକ୍ରି କରିବା ଲାଗି ଏକ ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଯୋଜନା ପ୍ରସ୍ତୁତ ହେଉଛି। ଭାରତୀୟ ଶେୟାର ବଜାରରେ ଏହା ସର୍ବବୃହତ୍‌ ଆଇପିଓ ହେବ ବୋଲି ଅନୁମାନ କରାଯାଉଛି। ତେବେ ବହୁଦିନ ଧରି ଅଟକି ରହିଥିବା ଏୟାର୍‌ ଇଣ୍ଡିଆ ବିକ୍ରି ପ୍ର୍ରକ୍ରିୟାରେ ସଫଳତା ପାଇବା ପରେ ସରକାର ବିନିବେଶ ପ୍ରକ୍ରିୟାକୁ ଯଥାଶୀଘ୍ର ସମ୍ପନ୍ନ କରିବାକୁ ସ୍ଥିର କରିଛନ୍ତି।
ଅଟକି ଥିବା ସଂସ୍କାର ପ୍ରକ୍ରିୟା ପୁଣି ଆରମ୍ଭ କରିବାରେ ରାଜନୈତିକ ଇଚ୍ଛାଶକ୍ତି ରହିଛିି ବୋଲି ସରକାର ସ୍ପଷ୍ଟ ବାର୍ତ୍ତା ମଧ୍ୟ ଦେଇଛନ୍ତି। ନନ୍‌ ପର୍ଫମିଂ ପବ୍ଲିକ୍‌ ସେକ୍ଟର୍‌ କମ୍ପାନୀ ଓ ଆର୍ଥିକ ସଂସ୍ଥାଗୁଡ଼ିକର ବିନିବେଶ ଏହି ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଅଂଶ। ପାଣ୍ଡେ ଓ ଡିଆଇପିଏଏମ୍‌ ସହ ଜଡ଼ିତ ମନ୍ତ୍ରଣାଳୟଗୁଡ଼ିକର ସଚିବମାନେ ୨୦୨୧-୨୨ ବିତ୍ତୀୟ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ଏକ କଠିନ ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଛନ୍ତି। ଏୟାର୍‌ ଇଣ୍ଡିଆ ବିକ୍ରି ସରକାରଙ୍କୁ ଆଶ୍ୱସ୍ତି ଦେବା ସହ ଉତ୍ସାହ ବଢ଼ାଇଦେଇଛି। ଏହା ମଧ୍ୟ ବାବୁମାନଙ୍କୁ ସେମାନଙ୍କ ଉଦ୍ୟମ ଜାରି ରଖିତ୍ବା ଲାଗି ନୂତନ ଶକ୍ତି ଯୋଗାଇଛି।
ଶିକ୍ଷାମନସ୍କ
ଜାନୁୟାରୀରେ ଆସିବାକୁ ଥିବା ଇକୋନୋମିକ୍‌ ସର୍ଭେ ଓ କେନ୍ଦ୍ର ବଜେଟର କିଛି ସପ୍ତାହ ଆଗରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ ପୁଣି ତାଙ୍କ ଶିକ୍ଷା କ୍ଷେତ୍ରକୁ ଫେରିଯିବେ। ଡିସେମ୍ବରରେ ତାଙ୍କ ୩ ବର୍ଷର କାର୍ଯ୍ୟକାଳ ଶେଷ ହେବ। କ୍ରିଷ୍ଣମୂର୍ତ୍ତିଙ୍କ ପୂର୍ବରୁ ଡିସେମ୍ବର ୨୦୧୮ରେ ଅରବିନ୍ଦ ସୁବ୍ରମଣ୍ୟନଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ପଦ ତ୍ୟାଗ କରି ଶିକ୍ଷାକ୍ଷେତ୍ରକୁ ଫେରିଯାଇଥିଲେ। ଏହା ପୂର୍ବରୁ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଓ କେନ୍ଦ୍ର ମଧ୍ୟରେ ବିବାଦ ଯୋଗୁ ସେ ପଦବୀ ଛାଡ଼ି ଶିକ୍ଷା କ୍ଷେତ୍ରକୁ ଲେଉଟିଥିଲେ। ସ୍ପଷ୍ଟତଃ, ଶିକ୍ଷା କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷ ନୀତି ନିର୍ଦ୍ଧାରଣ ଓ ରାଜନୀତିର ଦ୍ୱନ୍ଦ୍ୱ ତଥା ବ୍ୟସ୍ତ ପରିବେଶକୁ ଏଯାବତ ପସନ୍ଦ କରୁନାହାନ୍ତି, ବରଂ ଶିକ୍ଷା ମନସ୍କ ହେଉଛନ୍ତି। ସରକାରରେ ଯୋଗଦେବା ପୂର୍ବରୁ ସୁବ୍ରମଣ୍ୟନ ହାଇଦ୍ରାବାଦ୍‌ର ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସର ସେଣ୍ଟର ଫର୍‌ ଆନାଲିଟିକାଲ ଫାଇନାନ୍ସରେ ପଢ଼ାଉଥିଲେ। ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ନୀତିରେ ତାଙ୍କ ଦକ୍ଷତା ପାଇଁ ସେ ବେଶ୍‌ ଜଣାଶୁଣା। ଅର୍ଥ ମନ୍ତ୍ରଣାଳୟରେ ନୀତି ନିର୍ଦ୍ଧାରଣରେ ତାଙ୍କର ଅନେକ ଯୋଗଦାନ ରହିଛି ଏବଂ ‘ଥାଳିନୋମିକ୍ସ’ ପାଇଁ ଲୋକେ ତାଙ୍କୁ ମନେରଖିବେ। ପୂର୍ବରୁ ଅରବିନ୍ଦ ଅର୍ଥ ମନ୍ତ୍ରଣାଳୟରେ ତାଙ୍କ କାର୍ଯ୍ୟକାଳକୁ ନେଇ ଯେଭଳି ବହି ଲେଖିତ୍ଥିଲେ ସୁବ୍ରମଣ୍ୟନଙ୍କର ସେଭଳି କିଛି ଲେଖିବାର ଯୋଜନା ନାହିଁ। ସୁବ୍ରମଣ୍ୟନଙ୍କ ପରେ ସେହି ପଦବୀ ପାଇଁ କେନ୍ଦ୍ର ଏବେ ପ୍ରାର୍ଥୀ ଖୋଜିବାରେ ଲାଗିଛି। ତାଙ୍କ ଡେପୁଟି ତଥା ପ୍ରିନ୍ସିପାଲ ଇକୋନୋମିକ ଆଡ୍‌ଭାଇଜର ସଞ୍ଜୀବ ସାନ୍ୟାଲ ଦାୟିତ୍ୱ ବହନ କରିବାକୁ କେନ୍ଦ୍ର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ଏବେ ସେ ୨୦୨୧-୨୨ ଇକୋନୋମିକ ସର୍ଭେ ପ୍ରସ୍ତୁତି କାର୍ଯ୍ୟକୁ ନିରୀକ୍ଷଣ କରିବେ ଏବଂ ପରବର୍ତ୍ତୀ ସିଇଏ ହେବେ ବୋଲି ଆଲୋଚନା ହେଉଛି।
ଫୈସଲ ଫେରିବେ କି
ଜମ୍ମୁ-କଶ୍ମୀରର ଆଇଏଏସ୍‌ ଅଧିକାରୀ ଶାହା ଫୈସଲ ୨୦୧୯ରେ ସେଠାରେ କେନ୍ଦ୍ରର ନୀତିକୁ ବିରୋଧ କରି ଇସ୍ତଫା ଦେଇଥିଲେ ଓ ପୁଣି ସିଭିଲ୍‌ ସର୍ଭିସରେ ଯୋଗ ଦେବାକୁ ଚାହଁୁଥିଲେ ବୋଲି ପୂର୍ବରୁ ଉକ୍ତ ସ୍ତମ୍ଭରେ ପ୍ରକାଶ କରାଯାଇଥିଲା। ଏବେ ବାବୁ ପରିସରରେ ପୁଣି ତାଙ୍କ ନିଯୁକ୍ତି କଥା କଥା ଉଠିଛି। ଫୈସଲ ଜମ୍ମୁ କଶ୍ମୀରର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ନିକଟରେ ବସିର୍‌ ଖାନଙ୍କୁ ଉକ୍ତ ଦାୟିତ୍ୱରୁ ରିଲଭ୍‌ କରାଯାଇଛି। ଏବେସୁଦ୍ଧା ଫୈସଲଙ୍କ ଇସ୍ତଫା ରହସ୍ୟରେ ରହିଛି ଏବଂ ସରକାର ଏ ସମ୍ପର୍କରେ ଅଧିକ କିଛି କହୁନାହାନ୍ତି। କୁହାଯାଉଛି,କେନ୍ଦ୍ର ମଧ୍ୟ ଏଯାବତ ଫୈସଲଙ୍କ ଇସ୍ତଫା ଉପରେ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ସ୍ଥିତିରେ ଆଇନ ଅନୁସାରେ ଇସ୍ତଫା ସ୍ବତଃ ପ୍ରତ୍ୟାହାର ହୋଇଯାଏ ବୋଲି ବିଚାର କରାଯାଏ। କିନ୍ତୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଅନୁଯାୟୀ ଏହି ଇସ୍ତଫା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ସେ ଇସ୍ତଫା ଦେବା ପରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲସ୍‌ ମୁଭ୍‌ମେଣ୍ଟ ରାଜନୈତିକ ଦଳ ଗଠନ କରିଥିଲେ।
ପାର୍ଲାମେଣ୍ଟରେ ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ଷ୍ଟାଟସ୍‌ ହଟାଯିବାର ଦିନକ ପୂର୍ବରୁ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ଅଟକ ରଖାଯାଇଥିଲା। ଏବେ ସିହ୍ନାଙ୍କ ପରାମର୍ଶଦାତା ଭାବେ ଫୈସଲଙ୍କ ସମ୍ଭାବ୍ୟ ନିଯୁକ୍ତିକୁ ନେଇ ଯେଉଁ ଗୁଜବ ଉଠିଛି ତାହା ସୋସିଆଲ ମିଡ଼ିଆରେ ଅତ୍ୟଧିକ ଚର୍ଚ୍ଚାର ପରିସରକୁ ଆସିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri