Posted inଜାତୀୟ

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି । ପଞ୍ଜାବର ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର କହିଥିଲେ କି କ୍ୟାପଟେନ ଅମରିନ୍ଦର ସିଂଙ୍କ ପାକିସ୍ତାନୀ ବାନ୍ଧବି ଅରୁସା ଆଲମଙ୍କର ଆଇଏସ୍ ଲିଙ୍କ ରହିଛି । ଏହାର ଯାଞ୍ଚ କରାଯାଉ । ଏହାପରେ କ୍ୟାପଟେନ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ରନ୍ଧୱାଙ୍କୁ ଟାର୍ଗେଟ କରିଛନ୍ତି । ସେ ରନ୍ଧୱାଙ୍କ କାର୍ଯ୍ୟକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି । କ୍ୟାପଟେନ କହିଛନ୍ତି ରନ୍ଧୱା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏମିତି ଏକ କାମରେ ଲଗାଇ ଦେଇଛନ୍ତି ଯାହାର କୌଣସି ଆଧାର ହିଁ ନାହିଁ ।
କ୍ୟାପଟେନ ତାଙ୍କ ପ୍ରଥମ ଟୁଇଟରେ ରନ୍ଧୱାଙ୍କୁ ପଚାରିଛନ୍ତି, ଆପଣ ମୋ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ କେବେ କାହିଁକି ଅରୁସା ଆଲମଙ୍କ କଥା ତ ଉଠାଇ ନାହାନ୍ତି । ୧୬ ବର୍ଷ ହେବ ସେ ସରକାରଙ୍କ ଅନୁମତି କ୍ରମେ ଭାରତ ଆସୁଛନ୍ତି । ହେଲେ ଆପଣ ଏବେ ଅଭିଯୋଗ କରୁଛନ୍ତି । ସେତେବେଳେ କ’ଣ ଉପା ଓ ଏନ୍‌ଡିଏ ସରକାରଙ୍କ ଆଇଏସ୍ ସହ ସଲାସୁତୁରା ଥିଲା ।
ଦ୍ୱିତୀୟ ଟୁଇଟରେ କ୍ୟାପଟେନ କହିଛନ୍ତି, ଦେଶକୁ ଏବେ ଆତଙ୍କବାଦର ଭୟ ରହିଛି, ଆଗକୁ ପର୍ବ ଆସୁଛି ରାଜ୍ୟରେ ଆଇନ ବ୍ୟବସ୍ଥା ଉପରେ ନଜର ରଖିବା ଛାଡି ଡିଜିପିଙ୍କୁ ଏକ ଆଧାର ହିନ କାମରେ ଲାଗାଇ ଦିଆଯାଇଛି । ଏମିତି ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କ୍ୟାପଟେନ ଅମରିନ୍ଦର ସିଂ ଗୃହମନ୍ତ୍ରୀ ରନ୍ଧୱାଙ୍କୁ ଟାର୍ଗେଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri