ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମାଜେଷ୍ଟିକ ଥାଞ୍ଜାଭୁର’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଚଳିତ ବର୍ଷର ଅକ୍ଷୟ ତୃତୀୟା ପାଇଁ ଏଭଳି ଏକ ଆକର୍ଷଣୀୟ କଲେକ୍ସନ ‘ଥାଞ୍ଜାଭୁର’ର ବଜାର ପ୍ରବେଶ କରାଯାଇଛି। ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଚଳିତ ବର୍ଷର ଅକ୍ଷୟ ତୃତୀୟା ପାଇଁ ଆମେ ସାରା ଭାରତରେ ଥାଞ୍ଜାଭୁର କଲେକ୍ସନ ବଜାର ପ୍ରବେଶ କରାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ବିଶେଷକରି ତାମିଲନାଡୁର ଥାଞ୍ଜାଭୁରର ସମୃଦ୍ଧ ଐତିହ୍ୟକୁ ଏହା ବହନ କରିଥାଏ। ଆମର ଥିମାଟିକ୍ ଜୁଏଲେରି କଲେକ୍ସନ ଭାରତର ବ୍ୟାପକ ସଂସ୍କୃତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏପରିକି ସିଜନ୍ ୭.୦ର ଶୁଭାରମ୍ଭ ସହ ଏହି ଧାରାକୁ ଅବ୍ୟାହତ ରଖିଥିବାରୁ ଅତ୍ୟନ୍ତ ଆନନ୍ଦିତ। ସେହିଭଳି ଗ୍ରାହକମାନେ ଆମର ଉତ୍କୃଷ୍ଟ କାରିଗରିକୁ ସର୍ବଦା ପସନ୍ଦ କରି ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି କଲେକ୍ସନ ରିଲାଏନ୍ସ ଜୁଏଲ୍ସର ସମସ୍ତ ଷ୍ଟୋରରେ ଉପଲବ୍ଧ ରହିଛି। ଏପରିକି ରିଲାଏନ୍ସ ଜୁଏଲ୍ସର କ୍ୟାମ୍ପେନ ଅବଧି ୨୦୨୩ ଏପ୍ରିଲ ୨୪ ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ସୁନାଗହଣାର ଗଢ଼ା ମଜୁରି ଉପରେ ଓ ଡାଏମଣ୍ଡ ଜୁଏଲେରି ଇନ୍ଭଏସ୍ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।