ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ରିଲାଏନ୍ସ କୋଚିଂରେ ତନାଘନା

ବଲାଙ୍ଗୀର ଅଫିସ,୭ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ତଦନ୍ତ କାର୍ଯ୍ୟକୁ ନିରୀକ୍ଷଣ କରିବା ପାଇଁ ବୁଧବାରଠାରୁ ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କ୍ୟାମ୍ପ କରି ରହିଛନ୍ତି। ଗୁରୁବାର ତଦନ୍ତର ଷଷ୍ଠଦିନ ପୂର୍ବାହ୍ନରୁ କ୍ରାଇମବାଞ୍ଚ ଆଇଜି ସିହ୍ନା ପ୍ରତ୍ୟକ୍ଷଭାବେ ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ବାରାକ୍‌ ପରିସରରେ ରିମାଣ୍ଡରେ ଅଣାଯାଇଥିବା ଜାଲ ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତା, ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କ ଜେରାକୁ ନିରୀକ୍ଷଣ କରିଥିଲେ। ୪ ଅଭିଯୁକ୍ତଙ୍କ ମୁହଁାମୁହିଁ ଜେରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବାରୁ ଅପରାହ୍ଣରେ ଖୋଦ୍‌ ଆଇଜି ସିହ୍ନା ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମିଶନ୍‌ ପଡିଆ ସମ୍ମୁଖର ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ତନାଘନା କରିଥିଲେ। କିଭଳି ଭାବେ ଏହି କୋଠାରୁ ଅଭିଯୁକ୍ତ ମନୋଜ ଏବଂ ଆଲୋକ ଜାଲ୍‌ ସାର୍ଟିିଫିକେଟ୍‌ କାରବାର କରୁଥିଲେ ତାହା ତଦନ୍ତ କରିଥିଲେ। ପୂର୍ବରୁ ବଲାଙ୍ଗୀର ପୋଲିସ ଏହି କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି ଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳର ୫ ହଜାରୁ ଉର୍ଦ୍ଧ୍ୱ ଜାଲ୍‌ ସାର୍ଟିଫିକେଟ, ହାର୍ଡଡିସ୍କ, କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେଶିନ୍‌ ଜବତ କରିଥିଲା।
ଦୁଇ ଅଭିଯୁକ୍ତ ମନୋଜ ଏବଂ ଆଲୋକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେରା ବେଳେ କିଛି ନୂଆ ସୂଚନା ମିଳିଥିଲା। ସେଠାରେ କାଳେ ଅନ୍ୟ ହାର୍ଡଡସ୍କ କିମ୍ବା ଚିପ୍ସ ମିଳିବା ଆଶାରେ ଆଇଜି ସିହ୍ନା, ଡିଏସ୍‌ପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀ ଯାଇଥିଲେ। ସେଠାରୁ ଫେରିବା ବେଳେ ଆଇଜି ସିହ୍ନାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ କୌଣସି ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ତଦନ୍ତ ଠିକ୍‌ ଚାଲିଛି କହି ଚାଲିଯାଇଥିଲେ। ଡିଏସ୍‌ପି ଚକ୍ରଙ୍କୁ ପଚାରିବାରୁ ଅଧିକ କିଛି ତଥ୍ୟ ମିଳିବା ଆଶାରେ ରିଲାଏନ୍ସ କୋଚିଂ ସେଣ୍ଟରକୁ ଆସିଥିଲୁ ବୋଲି କହିଥିଲେ। ଆଜି କ’ଣ ସବୁ ନୂଆ ତଥ୍ୟ ମିଳିଛି ବୋଲି ପ୍ରଶ୍ନ କରିବାରୁ ସବୁଦିନ ଅନେକ ନୂଆ ତଥ୍ୟ ମିଳୁଛି ଏବଂ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି କହିଥିଲେ।
ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ଅନ୍ୟ ଏକ ଟିମ୍‌ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଟାଉନ୍‌ ଥାନାକୁ ଆସିଥିଲେ। ସେଠାରେ ପୂର୍ବାହ୍ନ ୧୧ଟାରୁ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ଏବଂ ଅଭିଯୁକ୍ତ ଆଲୋକ ଉଦ୍‌ଗାତାଙ୍କ ସ୍ତ୍ରୀଙ୍କୁ ଟାଉନ୍‌ ଥାନାକୁ ଡାକି ପଚରାଉଚରା କରିଥିଲେ। ବିଶେଷକରି ଜାଲ୍‌ ସାର୍ଟିଫିକେଟ ମାମଲାରେ ଆର୍ଥିକ କାରବାର ସମ୍ପର୍କରେ ସେମାନେ କ’ଣ ଜାଣିଛନ୍ତି, ଟଙ୍କା ନେଣଦେଣ କିଭଳି ହେଉଥିଲା ଏବଂ ଏହି କାରବାର ଦୁଇ ମୁଖ ଅଭିଯୁକ୍ତଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ଥିଲେ ସେ ବିଷୟରେ ସେମାନଙ୍କ ପାଖେ କ’ଣ ତଥ୍ୟ ରହିଛି ସୂଚନା କ୍ରାଇମ୍‌ବ୍ରାଞ୍ଚକୁ ଦେବାକୁ କହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟ ମହିଳାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ପଣ୍ଡା ପଚରାଉଚରା ଜାରି ରଖିଥିଲେ। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମନୋହରପୁର ରିଜର୍ଭ ପୋଲିସ ବାରାକ୍‌ରେ ଜାଲ୍‌ ସାର୍ଟିଫିକେଟ୍‌ ନେଇ ଚାକିରି ଆବେଦନ କରି ଧରାପଡିଥିବା ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ଜେରା କରି କେତେ ଟଙ୍କାରେ ଏବଂ କେଉଁ ମାଧ୍ୟମରେ ସେମାନେ ସାର୍ଟିଫିକେଟ ହାସଲ କଲେ ସେଦିଗରେ ଅଧିକ ପଚରାଉଚରା କରିଥିବା ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସପି ଚକ୍ର ଗିରଫଦାରୀ ସଂଖ୍ୟା ବଢ଼ିବ ଏବଂ ରାଜ୍ୟ ବାହାରକୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ ଠୋସ୍‌ ତଥ୍ୟ ପାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଟାଉନ୍‌ ଥାନା ପୋଲିସକୁ ଏକ ସମ୍ଭାବ୍ୟ ଗିରଫଦାରୀ ତାଲିକା ପ୍ରଦାନ କରିଥିବା ଜଣାପଡିଛି। ଗୁରୁବାର ରାତିରୁ ସମ୍ଭାବ୍ୟ ତାଲିକାଭୁକ୍ତ ଅଭିଯୁକ୍ତଙ୍କୁ ପୋଲିସ ଉଠାଇବା ବୋଲି ଜଣାପଡିଛି। ରିମାଣ୍ଡ ଅବଧି ଆଉ ଦୁଇଦିନ ବାକି ରହିଥିବାରୁ ଅଭିଯୁକ୍ତଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri