ରିଲ୍ସ ହେଲା କାଳ: ପାଣିରେ ବୁଡିଗଲେ ୨ ଛାତ୍ର

ଖୋର୍ଦ୍ଧା,୯ା୭(ପ୍ରଭାତ ପାଣିଗ୍ରାହୀ):ସେଲ୍ଫି ଓ ରିଲ୍ସ କରିବା କାଳ ହେଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀରେ ସୋମବାର ସେଲ୍ଫି ନେବା ସହ ରିଲ୍ସ କରୁଥିବା ବେଳେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ଛାତ୍ର ସୁରଜ ସାମଲଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ନିଖୋଜ ଛାତ୍ର ହେଲେ ଖୋର୍ଦ୍ଧା ଅଞ୍ଚଳର ଓମ୍‌ ପ୍ରସାଦ ରଥ। ଖବରପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଖରୀ ଗଭୀରତା ୪୦ରୁ ୫୦ଫୁଟ ରହିଥିବା ଅନୁମାନ କରାଯାଉଛି। ରାତି ହୋଇଯିବାରୁ ଚାରିପଟେ ଲାଇଟ୍‌ ଲଗାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି। ପୋଲିସ ଉକ୍ତ ଅଞ୍ଚଳକୁ ନ ଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି।
ସୂଚନା ମୁତାବକ, ଭୁବନେଶ୍ୱରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ ଏକ କାର୍‌ରେ ଖୋର୍ଦ୍ଧା ଯାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଓମ୍‌ ପ୍ରସାଦ ସେମାନଙ୍କ ସାଥିରେ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀ ନିକଟକୁ ବୁଲିବାକୁ ଯାଇଥିଲେ। ତେବେ ସେମାନଙ୍କୁ ପୋଖରୀ ନିକଟକୁ ନ ଯିବାକୁ କାର୍‌ ଡ୍ରାଇଭର ମାନସ ରଞ୍ଜନ ଜେନା କହିଥିଲେ। ହେଲେ ସେମାନେ ଡ୍ରାଇଭରଙ୍କ କଥା ନ ମାନି ପୋଖରୀରେ ସେଲ୍ଫି ନେବା ସହ ରିଲ୍ସ କରୁଥିଲେ। ଏହି ସମୟରେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ଚିତ୍କାର ଶୁଣି କାର୍‌ ଡ୍ରାଇଭର ମାନସ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ ସନ୍ଧାନ ପାଇ ନ ଥିଲେ। ଏହା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରକାଶ ଯେ, ତାପଙ୍ଗ ମୁଣ୍ଡିଆରେ ପଥର ବ୍ଲାଷ୍ଟିଂ ଯୋଗୁ ଉକ୍ତ ଚାରିପଟ ଖାଲୁଆ ହୋଇଯାଇଛି। ବର୍ଷାଜଳ ସଂରକ୍ଷିତ ହେବା ପରେ ଏଠାରେ ପଙ୍କ, ଅନାବନା ଗଛଲତା ପଡ଼ି ଏହାର ଜଳ ନୀଳବର୍ଣ୍ଣ ରହିଛି। ଚାରିପଟ ପାହାଡ଼ ଏବଂ ମଝିରେ ନୀଳ ଜଳରାଶି ଯୋଗୁ ସୋସିଆଲ ମିଡିଆରେ ଓଡ଼ିଶାର ଲଦାଖ ବୋଲି ଭ୍ରମ ସୃଷ୍ଟି କରିଥିଲା। ଫଳରେ ଏହି ସ୍ଥାନ ଏକପ୍ରକାର ସେଲ୍ଫି ପଏଣ୍ଟ ପାଲଟିଥିଲା। ଏପରିକି ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍‌ ଶୁଟିଂ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ବାହାର ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ବୁଲିବାକୁ ଆସିଲେ। ୨୦୨୨ରେ ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଥିଲା। ସେହି ସମୟରେ ଉପଜିଲାପାଳ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଥିଲେ। ତେବେ ଏହାର କିଛି ମାସ ପରେ ପୁଣି ଯୁବତୀଯୁବକମାନେ ସ୍ଥାନୀୟ ଯୁବକମାନଙ୍କୁ ହାତ କରି ଏଠାକୁ ଆସିବାକୁ ଲାଗିଲେ। ଏଠାରେ ସେଲ୍ପି ଏବଂ ରିଲ୍ସ ନିଶାରେ ଜୀବନ ଯାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଛି ବୋଲି ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri