୧୮ଟି ଦେଶରେ ପୁଣି ରିଲିଜ ହେବ ଏହି ଫିଲ୍ମ, ଚାହିଁ ରହିଛନ୍ତି ଦର୍ଶକେ

ମୁମ୍ବାଇ: ଶାହାରୁଖ ଏବଂ କାଜଲଙ୍କ ଅଭିନୀତ ଆଇକନିକ ଫିଲ୍ମ‘ ଦିଲ୍‌ଓ୍ବାଲେ ଦୁଲହାନିଆ ଲେ ଜାୟେଙ୍ଗ’ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ଫିଲ୍ମଟି ବେଶ୍‌ କିଛିଦିନ ଧରି ହେଡ୍‌ଲାଇନ୍‌ରେ ରହିଆସିଛି। ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫଳସ୍ବରୂପ ୧୮ଟି ଦେଶରେ ପୁଣିଥରେ ଏହା ରିଲିଜ ହେବାକୁ ଯାଉଛି।

ଫିଲ୍ମ ସମାଲୋଚକ ତରଣ ଆଦର୍ଶ କହିଛନ୍ତି ଯେ, ଶାହାରୁଖ-କାଜଲଙ୍କ ଏହି ବ୍ଲକବଷ୍ଟର ଫିଲ୍ମ ୧୮ଟି ଦେଶରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଆମେରିକା, ବ୍ରିଟେନ, ୟୁଏଇ, ସାଉଦି ଆରବ, କାତାର, ମରିସସ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଫିଜି, ଜର୍ମାନୀ, ନରଓ୍ବେ, ସ୍ବିଡେନ, ସ୍ପେନ, ସୁଇଜରଲ୍ୟାଣ୍ଡ, ଇଷ୍ଟୋନିଆ ଏବଂ ଫିନ୍‌ଲ୍ୟାଣ୍ଡ ଆଦି ଦେଶରେ ରିଲିଜ ହେବ। ଏଥରୁ ବୁଝାପଡୁଛି ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ ଫିଲ୍ମର କ୍ରେଜ କେବଳ ଭାରତରେ ସୀମିତ ନୁହେଁ, ଏହି ଫିଲ୍ମଟି ସାରା ବିଶ୍ୱାବାସୀଙ୍କ ହୃଦୟକୁ ଛୁଇଁଛି। ଫିଲ୍ମଟି ପ୍ରକୃତ ପ୍ରେମର ଅର୍ଥ କ’ଣ ସୂଚାଇଛି।

ଉଲ୍ଲେଖଥାଉ କି, ଏହି ଫିଲ୍ମଟି ୨୫ବର୍ଷ ପୂରଣ କରିଥିବାରୁ ଶାହାରୁଖ ଏବଂ କାଜଲଙ୍କୁ ଏକ ବିଶେଷ ସମ୍ମାନ ଦିଆଯିବ। ପ୍ରଥମ ଥର ପାଇଁ ବଲିଉଡ୍‌ର ଏହି ଆଇକନ ଫିଲ୍ମ ଲଣ୍ଡନର ଲିସେଷ୍ଟର୍‌ ସ୍କୋୟାରରେ ସମ୍ମାନିତ ହେବାକୁ ଯାଉଛି। କୁହାଯାଉଛି, ଉଭୟ ଶାହାରୁଖ ଏବଂ କାଜଲଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

୍‌ଫିଲ୍ମରେ ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶନା ଦେଇଥିବା ବେଳେ ଶାହାରୁଖ-କାଜଲଙ୍କ ବ୍ୟତୀତ ଏଥିରେ ଅନୁପମ ଖେର, ଅମରେଶ ପୁରୀ, ଫରିଦା ଜଲାଲ, ସତୀଶ ଶାହାଙ୍କ ଭଳି ଶ୍ରେଷ୍ଠ ଅଭିନେତା ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭: ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ ନିକଟରେ ବୁଡ଼ିଯିବାବେଳେ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri