ସହଜ ହେଉନି ସମ୍ପର୍କ

ବଇଣ୍ଡା,୫ା୮:ପ୍ରଶାସନ ବୁଝୁନି ପଞ୍ଚାୟତର ଗୁରୁତ୍ୱ। ସେଥିପାଇଁ ଦୂରୀଭୂତ ହେଉନି ପାଞ୍ଚଟି ଗଁାର ଦୁଃସ୍ଥିତି। ବଦଳୁନି ଶୋଚନୀୟ ସଡ଼କ ଓ ଏହା ଉପରେ ଥିବା ନାଳର ଭାଗ୍ୟ। ପରିବର୍ତ୍ତନ ଆସୁନି ଏହି ଦୁଇ ପ୍ରମୁଖ ପ୍ରତିବନ୍ଧକରେ। ଏହି କାରଣରୁ ୩ ହଜାର ଲୋକ ହେଉଛନ୍ତି ହୀନିମାନ। ନିଜ ପଞ୍ଚାୟତରେ ଥିବା ହାଇସ୍କୁଲରେ ନ ପଢ଼ି ପଡ଼ୋଶୀ ପଞ୍ଚାୟତକୁ ଯାଉଛନ୍ତି ପିଲା। ମାସିକିଆ ଭତ୍ତା ଆଣିବାକୁ ବୃଦ୍ଧାବୃଦ୍ଧଙ୍କୁ ଭୋଗିବାକୁ ପଡ଼ୁଛି ନାନା ହୀନସ୍ତା। ୫ ମାସ କାଳ ନାଳ ପାଣିରେ ପଶି ଯିବାକୁ ପ୍ରସ୍ତୁତ ନୁହନ୍ତି କେହି। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଞ୍ଚାୟତ ସହ ସହଜ ହେଉନି ୫ ଗଁାର ସମ୍ପର୍କ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ଲୁଣହାଣ୍ଡି ପଞ୍ଚାୟତରେ ଥିବା ଗଁାଗୁଡ଼ିକ ମଧ୍ୟରୁ ତେଲିନାଳି, ଟାଇଁସର, ରାସୋସିଙ୍ଗା, ଜହ୍ନିମୁଣ୍ଡା ଓ ସିଆରିନାଳି ଗଁା ଲୋକେ ଦୀର୍ଘବର୍ଷ ହେଲା ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟାଇଁସରଠାରୁ ଲୁଣହାଣ୍ଡି ପର୍ଯ୍ୟନ୍ତ ଯାଇଥିବା ଅଢ଼େଇ କି.ମି. ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ବିଶେଷକରି ରାସ୍ତା ମଝିରେ ଏକ ନାଳ ବହିଯାଇଥିବା ବେଳେ ବ୍ରିଜ୍‌ ନିର୍ମାଣ କରାଯାଇ ନାହିଁ। ବର୍ଷକୁ ୫ ମାସ ଏହି ନାଳ ପାଣିରେ ପଶି ଲୋକେ ଯାତାୟାତ କରୁଛନ୍ତି। ଅଧିକ ବର୍ଷା ହେଲେ ଉକ୍ତ ୫ ଗ୍ରାମବାସୀ ପଡ଼ୋଶୀ ମାଧପୁର ପଞ୍ଚାୟତ ଦେଇ ୭ କି.ମି. ବୁଲି ଗଁାକୁ ଆସୁଛନ୍ତି। ସେହିପରି ନାଳ ଉପରେ ପୋଲ ନିର୍ମାଣ ହେଉ ନ ଥିବାରୁ ଏହି ୫ଟି ଗ୍ରାମର ଛାତ୍ରୀଛାତ୍ର ପାଠପଢ଼ିବା ପାଇଁ ମାଧପୁର ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ରାଶନକାର୍ଡଧାରୀମାନେ ରାଶନ ଆଣିବାକୁ ମାଧପୁର ଦେଇ ଲୁଣହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାବେଳେ ମାସିକିଆ ଭତ୍ତା ପାଇଁ ବୃଦ୍ଧାବୃଦ୍ଧମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଳରେ ପଶି ଯିବା ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ଗାଡ଼ିରେ ଅର୍ଥ ଖର୍ଚ୍ଚ କରି ପଞ୍ଚାୟତ ଅଫିସ ଯାଉଛନ୍ତି ସେମାନେ। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ନାଳ ଉପରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ମେ ୨୦୨୦ ଓ ୧୯ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେବଳ ନିର୍ବାଚନ ସମୟରେ ରାଜନେତାମାନେ ଯାହା ପ୍ରତିଶ୍ରୁତି ଦେଇଯାଉଛନ୍ତି। ଉକ୍ତ ରାସ୍ତାକୁ ପିଚୁ ସହ ନାଳ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ଗତ ସୋମବାର ପଞ୍ଚାୟତ ବାସୀଙ୍କ ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ଅଞ୍ଚଳବାସୀ କହିଛନ୍ତି।

ପ୍ରଶାସନ ସମାଧାନ କରୁନାହିଁ
ଦୀର୍ଘବର୍ଷ ହେଲା ଏହି ରାସ୍ତା ଓ ନାଳକୁ ନେଇ ୫ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ସମାଧାନ କରାଯାଉ ନାହିଁ। ଫଳରେ ଭତ୍ତା ଠାରୁ ରାଶନ ଆଣିବା ଯାଏ ସମସ୍ତଙ୍କୁ ହଇରାଣ ହେବାକୁ ପଡ଼ୁଛି।
-ଅବଧୂତ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ
ଠିକ୍‌ ଭାବେ ମିଳୁନି ଯୋଜନାର ସୁଫଳ
ରାସ୍ତା ଓ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ସରକାରୀ ଯୋଜନାର ସୁଫଳ ଠିକ୍‌ ଭାବେ ଏଠାକାର ଲୋକେ ପାଇପାରୁ ନାହାନ୍ତି। ମାଧପୁର ଦେଇ ୭ କି.ମି. ଅଧିକ ବାଟ ଗାଡ଼ିରେ ଯିବାକୁ ପଡ଼ୁଥିବାରୁ ସେମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି।
-ବିଶ୍ୱଜିତ ଗାଇଗରିଆ, ତେଲିନାଳି
ଲୋକପ୍ରତିନିଧିମାନେ ଗୁରୁତ୍ୱ ଦିଅନ୍ତୁ
ପଞ୍ଚାୟତର ବିକାଶ ପାଇଁ ରାସ୍ତାର ଉନ୍ନତି ଓ ନାଳ ଉପରେ ବ୍ରିଜ୍‌ ନିର୍ମାଣର ଆବଶ୍ୟକତା ରହିଛି। ସରକାର ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରନ୍ତୁ। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ।
-ପ୍ରାଣବନ୍ଧୁ ମେଣ୍ଡୁଲି, ଆଇନଜୀବୀ, ଲୁଣହାଣ୍ଡି
ବହୁବାର ଅଭିଯୋଗ କରାଯାଇଛି
ରାସ୍ତା ଓ ବ୍ରିଜ୍‌ ନିର୍ମାଣ ପାଇଁ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ୫ଟି ଗ୍ରାମର ଛାତ୍ରୀଛାତ୍ରଙ୍କୁ ଅନ୍ୟ ପଞ୍ଚାୟତର ହାଇସ୍କୁଲ ଉପରେ ନିର୍ଭର କରିବାକୁ ପଡ଼ୁଛି।
-ଅନ୍ତଯର୍‌ୟାମୀ ମହାକୁଡ, ପୂର୍ବତନ ସରପଞ୍ଚ
ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
ଗ୍ରାମବାସୀଙ୍କ ଅଭିଯୋଗର ସମୀକ୍ଷା କରିବା ପାଇଁ ଜିଲାପାଳ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ଉକ୍ତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।
-ସନ୍ତୋଷ କୁମାର ସାହୁ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri