ସହଜ ହେଉନି ସମ୍ପର୍କ

ବଇଣ୍ଡା,୫ା୮:ପ୍ରଶାସନ ବୁଝୁନି ପଞ୍ଚାୟତର ଗୁରୁତ୍ୱ। ସେଥିପାଇଁ ଦୂରୀଭୂତ ହେଉନି ପାଞ୍ଚଟି ଗଁାର ଦୁଃସ୍ଥିତି। ବଦଳୁନି ଶୋଚନୀୟ ସଡ଼କ ଓ ଏହା ଉପରେ ଥିବା ନାଳର ଭାଗ୍ୟ। ପରିବର୍ତ୍ତନ ଆସୁନି ଏହି ଦୁଇ ପ୍ରମୁଖ ପ୍ରତିବନ୍ଧକରେ। ଏହି କାରଣରୁ ୩ ହଜାର ଲୋକ ହେଉଛନ୍ତି ହୀନିମାନ। ନିଜ ପଞ୍ଚାୟତରେ ଥିବା ହାଇସ୍କୁଲରେ ନ ପଢ଼ି ପଡ଼ୋଶୀ ପଞ୍ଚାୟତକୁ ଯାଉଛନ୍ତି ପିଲା। ମାସିକିଆ ଭତ୍ତା ଆଣିବାକୁ ବୃଦ୍ଧାବୃଦ୍ଧଙ୍କୁ ଭୋଗିବାକୁ ପଡ଼ୁଛି ନାନା ହୀନସ୍ତା। ୫ ମାସ କାଳ ନାଳ ପାଣିରେ ପଶି ଯିବାକୁ ପ୍ରସ୍ତୁତ ନୁହନ୍ତି କେହି। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଞ୍ଚାୟତ ସହ ସହଜ ହେଉନି ୫ ଗଁାର ସମ୍ପର୍କ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ଲୁଣହାଣ୍ଡି ପଞ୍ଚାୟତରେ ଥିବା ଗଁାଗୁଡ଼ିକ ମଧ୍ୟରୁ ତେଲିନାଳି, ଟାଇଁସର, ରାସୋସିଙ୍ଗା, ଜହ୍ନିମୁଣ୍ଡା ଓ ସିଆରିନାଳି ଗଁା ଲୋକେ ଦୀର୍ଘବର୍ଷ ହେଲା ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟାଇଁସରଠାରୁ ଲୁଣହାଣ୍ଡି ପର୍ଯ୍ୟନ୍ତ ଯାଇଥିବା ଅଢ଼େଇ କି.ମି. ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ବିଶେଷକରି ରାସ୍ତା ମଝିରେ ଏକ ନାଳ ବହିଯାଇଥିବା ବେଳେ ବ୍ରିଜ୍‌ ନିର୍ମାଣ କରାଯାଇ ନାହିଁ। ବର୍ଷକୁ ୫ ମାସ ଏହି ନାଳ ପାଣିରେ ପଶି ଲୋକେ ଯାତାୟାତ କରୁଛନ୍ତି। ଅଧିକ ବର୍ଷା ହେଲେ ଉକ୍ତ ୫ ଗ୍ରାମବାସୀ ପଡ଼ୋଶୀ ମାଧପୁର ପଞ୍ଚାୟତ ଦେଇ ୭ କି.ମି. ବୁଲି ଗଁାକୁ ଆସୁଛନ୍ତି। ସେହିପରି ନାଳ ଉପରେ ପୋଲ ନିର୍ମାଣ ହେଉ ନ ଥିବାରୁ ଏହି ୫ଟି ଗ୍ରାମର ଛାତ୍ରୀଛାତ୍ର ପାଠପଢ଼ିବା ପାଇଁ ମାଧପୁର ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ରାଶନକାର୍ଡଧାରୀମାନେ ରାଶନ ଆଣିବାକୁ ମାଧପୁର ଦେଇ ଲୁଣହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାବେଳେ ମାସିକିଆ ଭତ୍ତା ପାଇଁ ବୃଦ୍ଧାବୃଦ୍ଧମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଳରେ ପଶି ଯିବା ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ଗାଡ଼ିରେ ଅର୍ଥ ଖର୍ଚ୍ଚ କରି ପଞ୍ଚାୟତ ଅଫିସ ଯାଉଛନ୍ତି ସେମାନେ। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ନାଳ ଉପରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ମେ ୨୦୨୦ ଓ ୧୯ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେବଳ ନିର୍ବାଚନ ସମୟରେ ରାଜନେତାମାନେ ଯାହା ପ୍ରତିଶ୍ରୁତି ଦେଇଯାଉଛନ୍ତି। ଉକ୍ତ ରାସ୍ତାକୁ ପିଚୁ ସହ ନାଳ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ଗତ ସୋମବାର ପଞ୍ଚାୟତ ବାସୀଙ୍କ ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ଅଞ୍ଚଳବାସୀ କହିଛନ୍ତି।

ପ୍ରଶାସନ ସମାଧାନ କରୁନାହିଁ
ଦୀର୍ଘବର୍ଷ ହେଲା ଏହି ରାସ୍ତା ଓ ନାଳକୁ ନେଇ ୫ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ସମାଧାନ କରାଯାଉ ନାହିଁ। ଫଳରେ ଭତ୍ତା ଠାରୁ ରାଶନ ଆଣିବା ଯାଏ ସମସ୍ତଙ୍କୁ ହଇରାଣ ହେବାକୁ ପଡ଼ୁଛି।
-ଅବଧୂତ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ
ଠିକ୍‌ ଭାବେ ମିଳୁନି ଯୋଜନାର ସୁଫଳ
ରାସ୍ତା ଓ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ସରକାରୀ ଯୋଜନାର ସୁଫଳ ଠିକ୍‌ ଭାବେ ଏଠାକାର ଲୋକେ ପାଇପାରୁ ନାହାନ୍ତି। ମାଧପୁର ଦେଇ ୭ କି.ମି. ଅଧିକ ବାଟ ଗାଡ଼ିରେ ଯିବାକୁ ପଡ଼ୁଥିବାରୁ ସେମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି।
-ବିଶ୍ୱଜିତ ଗାଇଗରିଆ, ତେଲିନାଳି
ଲୋକପ୍ରତିନିଧିମାନେ ଗୁରୁତ୍ୱ ଦିଅନ୍ତୁ
ପଞ୍ଚାୟତର ବିକାଶ ପାଇଁ ରାସ୍ତାର ଉନ୍ନତି ଓ ନାଳ ଉପରେ ବ୍ରିଜ୍‌ ନିର୍ମାଣର ଆବଶ୍ୟକତା ରହିଛି। ସରକାର ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରନ୍ତୁ। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ।
-ପ୍ରାଣବନ୍ଧୁ ମେଣ୍ଡୁଲି, ଆଇନଜୀବୀ, ଲୁଣହାଣ୍ଡି
ବହୁବାର ଅଭିଯୋଗ କରାଯାଇଛି
ରାସ୍ତା ଓ ବ୍ରିଜ୍‌ ନିର୍ମାଣ ପାଇଁ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ୫ଟି ଗ୍ରାମର ଛାତ୍ରୀଛାତ୍ରଙ୍କୁ ଅନ୍ୟ ପଞ୍ଚାୟତର ହାଇସ୍କୁଲ ଉପରେ ନିର୍ଭର କରିବାକୁ ପଡ଼ୁଛି।
-ଅନ୍ତଯର୍‌ୟାମୀ ମହାକୁଡ, ପୂର୍ବତନ ସରପଞ୍ଚ
ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
ଗ୍ରାମବାସୀଙ୍କ ଅଭିଯୋଗର ସମୀକ୍ଷା କରିବା ପାଇଁ ଜିଲାପାଳ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ଉକ୍ତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।
-ସନ୍ତୋଷ କୁମାର ସାହୁ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri