ସମୟ ସ୍ରୋତରେ ସମ୍ପର୍କ

ଡ. ସୌମ୍ୟା ପରିଡ଼ା

କେହି ଜଣେ ପଚାରିଲେ ବଞ୍ଚତ୍ବା ପାଇଁ କ’ଣ କର। କହିଲି ଲେଖାଲେଖି କରେ, ଗଛ ଲଗାଏ, ସାଙ୍ଗସାଥୀଙ୍କୁ ଭେଟେ। ଆଉ ଆପଣ? ସେ କହିଲେ, ମୁଁ କେବଳ କାମ କରେ। ଆଉ କିଛି କରିବାକୁ ସମୟ ହିଁ ନାହିଁ। ଜୀବନ ଏବେ ନିରାଶପ୍ରାୟ। ଘରୁ ଅଫିସ୍‌ ଆଉ ଅଫିସ୍‌ରୁ ଘର। ତା’ଛଡ଼ା ଆଉ କିଛି କରିହୁଏନି। ନୂଆ ବାହାଘର ପରେ ସିନା ଖୁସିର ସଂସାର ଚାଲେ। ହେଲେ ପରେ ସେସବୁ ଜଞ୍ଜାଳ। ଛୁଆପିଲା, ଘରର ହାନିଲାଭ ଆଉ କର୍ତ୍ତବ୍ୟରେ ବନ୍ଧା ମଣିଷ ଯାହା ନିଇତି ଦଉଡ଼ିବା କଥା। ଏବେ ଘରେ ପାଦ ଦେଉ ଦେଉ ସବୁଦିନ କଳି ନ ହେଲେ ମନୋମାଳିନ୍ୟ। କେତେ ଆଉ ଖେଟେଖେଟେ ଶୁଣିବି, ଏବେ ଯାହା ଶୁଣିଲେ ବି ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ। ତା’ପରେ ବି ଶାନ୍ତି ନାହିଁ।
ମନୋଜ ”ସମୟ ସହ ସବୁକଥା ଧୀରେ ଧୀରେ ବଦଳେ। ଆଗରୁ ଅଫିସ୍‌ ସରିଲେ କେମିତି ଘରକୁ ଯିବି ଭାବୁଥିଲି। ହେଲେ ଏବେ ଏତେ ଜଞ୍ଜାଳ ବୋଝ ଯେ, କେମିତି ଅଧିକ କାମ କରି ପରିବାରର ଛୋଟ ବଡ଼ ଆବଶ୍ୟକତା ପୂରଣ କରିବି ସେଇ ଚିନ୍ତା। ତେଣୁ ଘରୁ ମୁଁ ସକାଳୁ ବାହାରିଯାଏ ଆଉ ଡେରି ରାତିରେ ପହଞ୍ଚେ।“
ମିନତି ”ନୂଆ ନୂଆ ବାହାହୋଇ ଆସିଲା ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଧୀରେ ଧୀରେ ଦିହିଙ୍କଠୁ କେବେ ଦୁହେଁ ଦୂରେଇଗଲୁ ଜଣାପଡ଼ିଲାନି। ଆଗରୁ ଶାଶୁ, ଶ୍ୱଶୁର, ଦିଅର, ନଣନ୍ଦ ଆଉ ଏବେ ନିଜ ପିଲାମାନେ ଆମର ପ୍ରାଥମିକତା। ତେଣୁ ତା’ ଭିତରେ ଦିହିଙ୍କ ସମ୍ପର୍କ କଥା ପଚାରେ କିଏ।“
ଆଜିକାଲି ବିଭିନ୍ନ କାରଣ ନେଇ ଉଭୟ ମହିଳା ଓ ପୁରୁଷ ଚାପଗ୍ରସ୍ତ। ଆଉ ସେଥିପାଇଁ ପାରିବାରିକ କଳହ, ଘରୋଇ ହିଂସା, ଛାଡ଼ପତ୍ର, ହତ୍ୟାା ଏସବୁ ଯେମିତି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆମ ଜେଜେମା’ ଜେଜେବାପା, ଆମ ମା’-ବାପା ଆଉ ଆମର ଏବେକାର ସମ୍ପର୍କ ଭିତରେ ଯେମିତି ଆକାଶପାତାଳ ତଫାତ୍‌। ସେତେବେଳେ ଆର୍ଥିକସ୍ତରରେ ଏତେ ସ୍ବଚ୍ଛଳ ନ ଥିଲେ ବି ମାନସିକସ୍ତରରେ ସେମାନେ ଆମଠୁ ଥିଲେ ଢେର୍‌ ଆଗରେ। ଯୌଥ ପରିବାରର ମଜା ଥିଲା ଅଲଗା। ପରସ୍ପର ପ୍ରତି ସ୍ନେହ, ଆଦର, ଅସୁବିଧାରେ ଜଣେ ଅନ୍ୟ ଜଣଙ୍କର ସାହାରା ହେବା, ସମ୍ପର୍କକୁ ନିଜ ନିଜ ଭିତରେ ସଜାଡ଼ି ରଖିବା ଯେମିତି ସେମାନଙ୍କ ପାଇଁ ବେଶ୍‌ ସହଜ ଥିଲା। କିନ୍ତୁ ଏବେ ପରିବାର କହିଲେ ମା’-ବାପା ଆଉ ଛୁଆ। ତା’ସହ ମୋଟାଅଙ୍କର ଦରମା ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ଆମ ସମ୍ପର୍କକୁ ଯୋଡ଼ିପାରୁନାହିଁ। ଭବିଷ୍ୟତକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁ କରୁ ଆମେ ଯେମିତି ବର୍ତ୍ତମାନକୁ ନିଜଠୁ ଦୂରେଇ ଦେଇଛେ। ‘ଆଜି’ଠାରୁ ଆମକୁ ‘ଆସନ୍ତାକାଲି’ର ନିଶା ବେଶି ଘାରିଛି। ତେଣୁ ବିଭିନ୍ନ ସମୟରେ ସ୍ବାମୀ-ସ୍ତ୍ରୀର ସମ୍ପର୍କ ବଳିପଡ଼ୁଛି। ଉଭୟ ଶାରୀରିକ ଓ ମାନସିକସ୍ତରରେ ସମ୍ପର୍କ ଦୁର୍ବଳ ହେଉଛି, ଯାହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ୁଛି। କାମର ଚାପ, ଦାୟିତ୍ୱ ବୋଝ, ପରିବାର ଭରଣପୋଷଣର ଭାର, ଛୁଆର ଭବିଷ୍ୟତ ଏସବୁ ଭିତରେ ପେଷିହୋଇ ମଣିଷ କେବେ ନିଜଠୁ ଓ ନିଜ ଲୋକଙ୍କଠୁ ଦୂରେଇ ଯାଉଛି ଜାଣିହେଉନି। ଘରେ ନୁହେଁ ବରଂ ବାହାରେ ସାଙ୍ଗସାଥୀ, ଶୁଭେଚ୍ଛୁଟିଏ ହାନିଲାଭ ପଚାରିବାକୁ ଅଧିକ ଗୁରୁତ୍ୱ ଦେଉଛି। ନିଜ ଅଜାଣତରେ ନିଜ ଲୋକଙ୍କୁ ପଛରେ ଛାଡ଼ି ଅନ୍ୟ କାହା ସହ ସମୟ ବିତେଇବା, କଥାହେବା, ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କକୁ ନିବିଡ଼ କରିବାଟାକୁ ଅଧିକ ଗୁରୁତ୍ୱ ଦେଉଛି।
ଅନେକ ସମୟରେ ଜଞ୍ଜାଳ ଭିତରେ ଫସି ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କର ମନକଥା କହିପାରନ୍ତିନି। କେବେକେବେ ଜଣେ ଅନ୍ୟ ଜଣକୁ ବୁଝନ୍ତିନାହିଁ। ଆଉ କେବେକେବେ ମୁଁ କାହିଁକି ଆଗ କହିବି ସେ କହୁ, ମୁଁ କାହିଁକି ଆଗ ବୁଝେଇବି, ସେ କ’ଣ ମୋ ମନକଥା ବୁଝିପାରୁନାହିଁ, ଏମିତି ଭାବନାରେ ମାସ ମାସ ବିତିଯାଏ। ଆଉ ତା’ ଭିତରେ ଗୋଟିଏ ଛାତ ତଳେ ରହିଲେ ବି ମାନସିକସ୍ତରରେ ସେମାନେ ଉଭୟ ଉଭୟଙ୍କଠୁ ବହୁ ଦୂରକୁ ଚାଲିଯାଆନ୍ତି। ସ୍ବାମୀ-ସ୍ତ୍ରୀ ସମ୍ପର୍କ କେବଳ ଶାରୀରିକ ନୁହେଁ ବରଂ ମାନସିକ ବି। ହେଲେ ଆମ ସାମାଜିକ ଚଳଣି ଏମିତି, ଯୋଉଥିପାଇଁ ଏବେ ବି ଏସବୁକୁ ନେଇ ପରିବାରର ଅନ୍ୟ ସଦସ୍ୟମାନେ କଥାହେବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ ହେଲେ ସାଧାରଣତଃ ଘରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଏକୁଟିଆ ଛାଡ଼ିଦିଅନ୍ତି। ତେଣୁ ଅନେକ ସମୟରେ ସେମାନଙ୍କୁ କେହି ଟିକିଏ ବୁଝେଇଦେଲେ ଯେଉଁ କଥାର ସମାଧାନ ହୋଇଯିବା କଥା ସେଇଟି ହୁଏନାହିଁ। ଦୁଇଟି ଲୋକ ମାନସିକ ଓ ଶାରୀରିକସ୍ତରରେ ଯେତେ ନିବିଡ଼ ତାଙ୍କ ସମ୍ପର୍କ ସେତେ ସୁଦୃଢ଼। ହେଲେ ଯୋଉଠି ମଣିଷକୁ ଲାଗେ ତା’ ମନର ମଣିଷ ତାକୁ ସେତିକି ଗୁରୁତ୍ୱ ଦେଉନାହିଁ, ସେଇଠି ସମସ୍ୟା ହେବା ଆରମ୍ଭ ହୁଏ। କଥାଟା ସତ ହେଉ କି ସେ ଲୋକର ଭାବନା, କାରଣ ଯାହାହେଉନା କାହିଁକି ସମ୍ପର୍କରେ ଫାଟ ହେବା ଆରମ୍ଭ ହୁଏ। ମନୋବିଜ୍ଞାନୀ ଗୀତା ଦାସ (କାନାଡ଼ା)ଙ୍କ ମତରେ, ଅନ୍ୟ ଲୋକର ବ୍ୟବହାର ଓ କଥାବାର୍ତ୍ତା ଯେମିତି ଆମ ମନରେ ଭଲ ବା ଖରାପ ପ୍ରତିକ୍ରିୟା ସୃଷ୍ଟିକରେ, ସେମିତି ଆମ ବ୍ୟବହାର ଓ କଥାବାର୍ତ୍ତା ତା’ ମନରେ ମଧ୍ୟ ଭଲ କି ଖରାପ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏଥିପାଇଁ କ୍ରିୟା-ପ୍ରତିକ୍ରିୟାର ବିଷଚକ୍ର ଭାଙ୍ଗିବାକୁ ପଡ଼ିଲେ ଅନ୍ୟ ଲୋକକୁ ଅପେକ୍ଷା ନ କରି ନିଜକୁ ଆଗକୁ ଆସିବାକୁ ପଡ଼ିବ। ଅନ୍ୟ ଲୋକର ବ୍ୟବହାର ଉପରେ ଆପଣଙ୍କର ନିୟନ୍ତ୍ରଣ ନାହିଁ। କିନ୍ତୁ ନିଜ ବୁଝାମଣା, କଥାବାର୍ତ୍ତା, ବ୍ୟବହାର, ମନୋଭାବ ବଦଳାଇପାରିଲେ ପରୋକ୍ଷ ଭାବରେ ଅନ୍ୟର ବ୍ୟବହାରକୁ ପ୍ରଭାବିତ କରିପାରିବେ।
ଯଦି କେହି ତମ ଜୀବନରୁ କେବେ ଦୂରେଇଯାଏ, ତୁମ କାହାଣୀର ଅନ୍ତ ହୁଏନାହିଁ। ବରଂ ତୁମ କାହାଣୀରେ ତା’ ଚରିତ୍ରର ଅନ୍ତ ହୁଏ। ସମୟ ସହ ସମ୍ପର୍କ ବି ଲିପାପୋଛା ଖୋଜେ, ମରାମତି ଖୋଜେ। କେବେ ସଜଡ଼ା ସମ୍ପର୍କ ଅସଜଡ଼ା ଲାଗେ ତ ଆଉ କେବେ ଦୀର୍ଘ ବର୍ଷର ଅସଜଡ଼ା ସମ୍ପର୍କ ପୁଣିଥରେ ସଜାଡ଼ି ହୋଇଯାଏ। ସମୟ ସ୍ରୋତରେ ନିଜକୁ ସମ୍ଭାଳି ନ ପାରି ଅନେକେ ଦିଗହରା ହୁଅନ୍ତି, ଅଧାବାଟରେ ଝୁଣ୍ଟିପଡ଼ନ୍ତି। ବୟସ ସହ ପରିପକ୍ୱତା ବି ବଢ଼େ। ତେଣୁ ପଛକୁ ଫେରି ଭାଙ୍ଗିଯାଇଥିବା ସମ୍ପର୍କ ଆଉ ଉଜୁଡ଼ା ସଂସାରକୁ ଦେଖିଲାବେଳେ ଅନେକେ ଭାବନ୍ତି, ବୋଧହୁଏ ସେ ସମୟର ନିଷ୍ପତ୍ତିଟା ଭୁଲ୍‌ ଥିଲା। ପଛକୁ ଫେରି ଉଜୁଡ଼ା ସମ୍ପର୍କକୁ ସଜାଡ଼ିବାକୁ ମନ ବଳାଇଲେ ବି ଆଉ ପରିସ୍ଥିତି ନ ଥାଏ।
ମୋ:୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri