Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁନଲୁର

କେରଳର କୋଲାମ୍‌ ଜିଲାରେ ଅବସ୍ଥିତ ପୁନଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ…

କେରଳର କୋଲାମ୍‌ ଜିଲାରେ ଥିବା ପୁନଲୁର୍‌ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କଲ୍ଲାଦା ନଦୀର ତଟଦେଶରେ ଥିବା ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟସ୍ଥାନ। ପାହାଡ଼, ଜଙ୍ଗଲ, ଝରଣାର ଆକର୍ଷଣରେ ଆକର୍ଷିତ ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ପୁନଲୁର ପେପର୍‌ ମିଲ୍‌ ଓ ପୁନଲୁର ହ୍ୟାଙ୍ଗିଂ ବ୍ରିଜ୍‌; ଯାହା ହେଉଛି ସ୍ଥାନୀୟ ଅଞ୍ଚଳର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କେବଳ ଏତିକି ନୁହେଁ ଏଠାରେ ଅନେକ ପାର୍କ ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।

କ’ଣ ସବୁ ରହିଛି ଏଠାରେ
ପୁନଲୁରରେ ବା ପୁନଲୁରର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ପୁନଲୁର ହ୍ୟାଙ୍ଗିଂ ବ୍ରିଜ୍‌, ଥେନମାଲା ଇକୋ ଟୁରିଜମ୍‌ ଓ ଡ୍ୟାମ୍‌, ଥେନମାଲା ହରିଣ ଉଦ୍ୟାନ, ଥେନମାଲା ପ୍ରଜାପତି ସଫାରି ଉଦ୍ୟାନ, ଥେନମାଲା ସ୍ଥାପତ୍ୟ ଉଦ୍ୟାନ, ଚେଙ୍କୁଲାମ୍‌ ଇକୋଟୁରିଜମ୍‌, ସେନ୍‌ନ୍ଦୁରୁନି ବନ୍ୟପ୍ରାଣୀ ଅଭୟାରଣ୍ୟ, ଜଙ୍କଲ୍‌ ପାର୍କ, ଜଟାୟୁପାରା ଇକୋ ଟୁରିଜମ୍‌, କୁଦୁକାଥୁପାରା ଇକୋ ଟୁରିଜମ୍‌, ପାଲାରୁଭି ଜଳପ୍ରପାତ, କୁମ୍ଭଭୁରୁଟ୍ଟି ଜଳପ୍ରପାତ, କାଞ୍ଜିରମାଳା ହିଲ୍‌, କୋନାମ୍‌କୁଝି ସୁଇସାଇଡ୍‌ ପଏଣ୍ଟ, କୋଟ୍ଟୁକାଲ୍‌ ଗୁମ୍ଫା ମନ୍ଦିର, ପିନକଲ୍‌ ଭ୍ୟୁ ପଏଣ୍ଟ, ୧୩ କନ୍ନାରା ବ୍ରିଜ୍‌, ଓଲାପରା ଜଳପ୍ରପାତ, କେଲାନ୍‌କାଭୁ ଜଳପ୍ରପାତ, ସିଏସ୍‌ଆଇ ଚର୍ଚ୍ଚ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା ପୁନଲୁରବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ ଅନେକ ଥିଏଟର୍‌ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ସେହିପରି ବହୁ ଅଡିଟୋରିୟମ୍‌ ବି ଏଠାରେ ଅଛି। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ଅନେକ ମଲ୍‌ ତଥା ମାର୍କେଟ୍‌ ବି ରହିଛି; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣିପାରିବେ।

ପୁନଲୁରର ଅର୍ଥନୀତି
ପୁନଲୁରରେ ମୁଖ୍ୟତଃ ସପୁରି, ଗୋଲମରିଚ, ରବର ତଥା ପ୍ଲାଏଉଡ୍‌ର ଉତ୍ପାଦନ ପ୍ରଚୁର ପରିମାଣରେ ହୋଇଥାଏ। ଏପରିକି ଏହି ସବୁ ସାମଗ୍ରୀ ବାହାରକୁ ରପ୍ତାନି ମଧ୍ୟ ହୋଇଥାଏ। ଏପରିକି ପୁନଲୁର୍‌ ପେପର୍‌ ମିଲ୍‌ ନାମରେ ଏକ ଇଣ୍ଡଷ୍ଟ୍ରି ମଧ୍ୟ ଆଜକୁ ବହୁ ବର୍ଷ ତଳୁ ଏଠାରେ ଗଢ଼ିଉଠିଛି, ଯାହା ଆଗନ୍ତୁକଙ୍କୁ ଏଠାକାର ବ୍ୟବସାୟ ସମ୍ପର୍କରେ ଅନେକ କିଛି ସୂଚନା ପ୍ରଦାନ କରିଥାଏ। ସେହିପରି ଏଠାରେ ଥିବା ଶ୍ରୀରାମଭର୍ମାପୁରମ୍‌ ନାମକ ଏକ ମାର୍କେଟ୍‌ରେ ସବୁବେଳେ ବିଭିନ୍ନ ପ୍ରକାରର ସତେଜ ପନିପରିବା ମିଳିଥାଏ। କୁହାଯାଏ, ଏହା ହେଉଛି କେରଳର ଅନ୍ୟତମ ଏକ ବଡ଼ ପରିବା ମାର୍କେଟ୍‌ । ତା’ଛଡ଼ା ଏଠାକାର ଅନେକ ଲୋକ ଉଚ୍ଚ ଶିକ୍ଷା ଲାଭ କରି ଭଲ ପଦପଦବୀରେ ମଧ୍ୟ ଅବସ୍ଥାନ କରିଛନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। ତେବେ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିବାକୁ ଗଲେ ବେଶ୍‌ ଆରାମ ଲାଗିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ଅଥବା ପ୍ଲେନ୍‌ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri