ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ ଇଣ୍ଟରନେଟ ସ୍ପିଡ୍‌ର ହାରାହାରି ଡାଉନଲୋଡ ବେଗ ଭାରତରେ ୬୩.୧୫ ଏମ୍‌ବିପିଏସ୍‌ ରହିଛି।

ସେହିପରି ଅପଲୋଡିଂ ସ୍ପିଡ ହେଉଛି ୧୩.୩୭ ଏମ୍‌ବିପିଏସ୍‌। ଏହି ଦୁଇ କାର୍ଯ୍ୟ ମଧ୍ୟରେ ବିଳମ୍ବତା ବା ଲାଣ୍ଟେସିସ୍‌ ୩୬ ଏମ୍‌ଏସ୍‌ ରହିଛି। ଯଦି ଭାରତକୁ ଅନ୍ୟ ଦେଶମାନଙ୍କ ସହିତ ତୁଳନା କରାଯାଏ, ତେବେ ଏହି ତାଲିକାରେ ଥିବା ୧୩୮ ଟି ଦେଶ ମଧ୍ୟରୁ ଭାରତ ୧୨୭ ତମ ସ୍ଥାନରେ ରହିଛି।

ତାଲିକାରେ ଭାରତ ଅପେକ୍ଷା ପଡୋଶୀ ଦେଶ ପାକିସ୍ତାନ ଭଲ ସ୍ଥିତିରେ ଅଛି। ପାକିସ୍ତାନ ଏଥିରେ ୧୧୭ ତମ ସ୍ଥାନ ହାସଲ କରିଛି। ରହିଛି। ଗତ ଅଗଷ୍ଟ ମାସଠାରୁ ପାକିସ୍ତାନ ୩ଟି ସ୍ଥାନ ଆଗୁଆ ରହିଛି। ଅପରପକ୍ଷରେ ଭାରତ ଗତ ମାସ ତୁଳନାରେ ଗୋଟିଏ ସ୍ଥାନ ପଛୁଆ ରହିଛି।

ଭାରତରେ ମୋବାଇଲ୍‌ ଇଣ୍ଟରନେଟ୍‌ ସିଗନାଲ୍‌ ଘୁରି ଘୁରି ଶେଷରେ ବନ୍ଦ ହୋଇ ଯାଉଛି। ଫଳରେ ୟୁଜରମାନେ ଅସୁବିଧାରେ ପଡୁଛନ୍ତି।

ଏହି ତାଲିକାରେ ନେପାଳ ୧୧୦ ତମ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ୧୨୮ରେ ରହିଛି। ଶ୍ରେଷ୍ଠ ୫ ମୋବାଇଲ ଇଣ୍ଟରନେଟ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ :

ୟୁଏଇ – ୨୩୮ ଏମ୍‌ବିପିଏସ୍‌
ଦକ୍ଷିଣ କୋରିଆ – ୨୦୨ ଏମ୍‌ବିପିଏସ୍‌
ନରୱେ – ୧୭୭ ଏମ୍‌ବିପିଏସ୍‌
କତାର – ୧୭୨ ଏମ୍‌ବିପିଏସ୍‌
ଚାଇନା – ୧୬୫ ଏମ୍‌ବିପିଏସ୍‌
ଆଦି ଦେଶ ରହିଛନ୍ତି।

ବ୍ରଡବ୍ୟାଣ୍ଡ ସ୍ପିଡରେ ସେପ୍ଟେମ୍ବର ୨୦୨୧ରେ ହାରାହାରି ଡାଉନଲୋଡ ସ୍ପିଡ ୧୧୩.୨୫ ଏମ୍‌ବିପିଏସ୍‌ ଥିଲା। ସେହିପରି ଅପଲୋଡ ସ୍ପିଡ ଥିଲା ୬୨.୪୫ ଏମ୍‌ବିପିଏସ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ ଦୃଷ୍ଟିରୁ ୧୮୧ ଦେଶ ମଧ୍ୟରେ ଭାରତ ୭୧ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଭାରତରେ ସ୍ପିଡ୍‌ ୬୪.୦୩ ଏମ୍‌ବିପିଏସ୍‌ ରହିଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ରେ ଭାରତର ସ୍ଥାନ ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଅପେକ୍ଷା ଭଲ ରହିଛି। ଏହି ତାଲିକାରେ:

ଭାରତ -୭୧ ତମ – ୬୪.୦୩ ଏମ୍‌ବିପିଏସ୍‌
ନେପାଳ ୧୦୮ – ୩୩.୮୭ ଏମ୍‌ବିପିଏସ୍‌
ଶ୍ରୀଲଙ୍କା ୧୨୪ ତମ – ୨୬.୦୮ ଏମ୍‌ବିପିଏସ୍‌
ପାକିସ୍ତାନ – ୧୬୦ତମ – ୧୩.୮୪ ଏମ୍‌ବିପିଏସ୍‌

ସେହିପରି ଶ୍ରେଷ୍ଠ ବ୍ରଡବ୍ୟାଣ୍ଡ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ:

ମୋନାକୋ – ୨୬୧.୮୨ ଏମ୍‌ବିପିଏସ୍‌
ସିଙ୍ଗାପୁର – ୨୫୫.୮୩ ଏମ୍‌ବିପିଏସ୍‌
ହଂକଂ – ୨୫୪.୭୦ ଏମ୍‌ବିପିଏସ୍‌
ରୋମାନିଆ – ୨୩୨.୧୭ ଏମ୍‌ବିପିଏସ୍‌
ସ୍ବିଜରଲାଣ୍ଡ – ୨୯୯.୯୬ ଏମ୍‌ବିପିଏସ୍‌

ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ସୁଧ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୭ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ଉପରେ ସୁଧହାର...

କମିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ଜାତୀୟ ରାଜଧାନୀରେ ହ୍ରାସ ପାଇଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ। ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୯୧ଟଙ୍କା ୫୦...

ପାନ, ଗୁଟ୍‌ଖା ବିକ୍ରି ନିଷିଦ୍ଧ କର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍‌ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି।...

‘କଂଗ୍ରେସ ତୁମ ମନ ମରି ଯାଇଛି, ମୋଦିଙ୍କୁ ଯେତେ ଗାଳି ଦେବ, ପଦ୍ମ ସେତେ ଫୁଟିବ’, ଖାର୍ଗେଙ୍କୁ ଶାହାଙ୍କ ଜବାବ

ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଭାକ୍ସିନ୍‌ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍‌ …

ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍‌ ନେଇପାରିବେ।...

ଫୋନ୍‌ରେ ହତ୍ୟା ଧମକ ମିଳୁଛି

ହାଇଦ୍ରାବାଦ,୧୫।୧୧: ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ କିଣିବା ପାଇଁ ଭାଜପା ଟଙ୍କା ଯାଚିଥିବା ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକ୍ରମେ ତେଲଙ୍ଗାନା ପୋଲିସ ୩ ଜଣଙ୍କୁ...

ଦାବି ସହ ସାଲିସ ନାହିଁ

ନୂଆଦିଲ୍ଲୀ,୭ା୧୨: କେନ୍ଦ୍ର ସରକାର ଯେତେ ଭୁଆଁ ବୁଲାଇଲେ ବି ଦାବି ସହ ସାଲିସ କରାଯିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନରତ କୃଷକ। ଆସନ୍ତା...

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ...

Advertisement
Archives

Model This Week