ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ ଇଣ୍ଟରନେଟ ସ୍ପିଡ୍‌ର ହାରାହାରି ଡାଉନଲୋଡ ବେଗ ଭାରତରେ ୬୩.୧୫ ଏମ୍‌ବିପିଏସ୍‌ ରହିଛି।

ସେହିପରି ଅପଲୋଡିଂ ସ୍ପିଡ ହେଉଛି ୧୩.୩୭ ଏମ୍‌ବିପିଏସ୍‌। ଏହି ଦୁଇ କାର୍ଯ୍ୟ ମଧ୍ୟରେ ବିଳମ୍ବତା ବା ଲାଣ୍ଟେସିସ୍‌ ୩୬ ଏମ୍‌ଏସ୍‌ ରହିଛି। ଯଦି ଭାରତକୁ ଅନ୍ୟ ଦେଶମାନଙ୍କ ସହିତ ତୁଳନା କରାଯାଏ, ତେବେ ଏହି ତାଲିକାରେ ଥିବା ୧୩୮ ଟି ଦେଶ ମଧ୍ୟରୁ ଭାରତ ୧୨୭ ତମ ସ୍ଥାନରେ ରହିଛି।

ତାଲିକାରେ ଭାରତ ଅପେକ୍ଷା ପଡୋଶୀ ଦେଶ ପାକିସ୍ତାନ ଭଲ ସ୍ଥିତିରେ ଅଛି। ପାକିସ୍ତାନ ଏଥିରେ ୧୧୭ ତମ ସ୍ଥାନ ହାସଲ କରିଛି। ରହିଛି। ଗତ ଅଗଷ୍ଟ ମାସଠାରୁ ପାକିସ୍ତାନ ୩ଟି ସ୍ଥାନ ଆଗୁଆ ରହିଛି। ଅପରପକ୍ଷରେ ଭାରତ ଗତ ମାସ ତୁଳନାରେ ଗୋଟିଏ ସ୍ଥାନ ପଛୁଆ ରହିଛି।

ଭାରତରେ ମୋବାଇଲ୍‌ ଇଣ୍ଟରନେଟ୍‌ ସିଗନାଲ୍‌ ଘୁରି ଘୁରି ଶେଷରେ ବନ୍ଦ ହୋଇ ଯାଉଛି। ଫଳରେ ୟୁଜରମାନେ ଅସୁବିଧାରେ ପଡୁଛନ୍ତି।

ଏହି ତାଲିକାରେ ନେପାଳ ୧୧୦ ତମ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ୧୨୮ରେ ରହିଛି। ଶ୍ରେଷ୍ଠ ୫ ମୋବାଇଲ ଇଣ୍ଟରନେଟ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ :

ୟୁଏଇ – ୨୩୮ ଏମ୍‌ବିପିଏସ୍‌
ଦକ୍ଷିଣ କୋରିଆ – ୨୦୨ ଏମ୍‌ବିପିଏସ୍‌
ନରୱେ – ୧୭୭ ଏମ୍‌ବିପିଏସ୍‌
କତାର – ୧୭୨ ଏମ୍‌ବିପିଏସ୍‌
ଚାଇନା – ୧୬୫ ଏମ୍‌ବିପିଏସ୍‌
ଆଦି ଦେଶ ରହିଛନ୍ତି।

ବ୍ରଡବ୍ୟାଣ୍ଡ ସ୍ପିଡରେ ସେପ୍ଟେମ୍ବର ୨୦୨୧ରେ ହାରାହାରି ଡାଉନଲୋଡ ସ୍ପିଡ ୧୧୩.୨୫ ଏମ୍‌ବିପିଏସ୍‌ ଥିଲା। ସେହିପରି ଅପଲୋଡ ସ୍ପିଡ ଥିଲା ୬୨.୪୫ ଏମ୍‌ବିପିଏସ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ ଦୃଷ୍ଟିରୁ ୧୮୧ ଦେଶ ମଧ୍ୟରେ ଭାରତ ୭୧ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଭାରତରେ ସ୍ପିଡ୍‌ ୬୪.୦୩ ଏମ୍‌ବିପିଏସ୍‌ ରହିଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ରେ ଭାରତର ସ୍ଥାନ ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଅପେକ୍ଷା ଭଲ ରହିଛି। ଏହି ତାଲିକାରେ:

ଭାରତ -୭୧ ତମ – ୬୪.୦୩ ଏମ୍‌ବିପିଏସ୍‌
ନେପାଳ ୧୦୮ – ୩୩.୮୭ ଏମ୍‌ବିପିଏସ୍‌
ଶ୍ରୀଲଙ୍କା ୧୨୪ ତମ – ୨୬.୦୮ ଏମ୍‌ବିପିଏସ୍‌
ପାକିସ୍ତାନ – ୧୬୦ତମ – ୧୩.୮୪ ଏମ୍‌ବିପିଏସ୍‌

ସେହିପରି ଶ୍ରେଷ୍ଠ ବ୍ରଡବ୍ୟାଣ୍ଡ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ:

ମୋନାକୋ – ୨୬୧.୮୨ ଏମ୍‌ବିପିଏସ୍‌
ସିଙ୍ଗାପୁର – ୨୫୫.୮୩ ଏମ୍‌ବିପିଏସ୍‌
ହଂକଂ – ୨୫୪.୭୦ ଏମ୍‌ବିପିଏସ୍‌
ରୋମାନିଆ – ୨୩୨.୧୭ ଏମ୍‌ବିପିଏସ୍‌
ସ୍ବିଜରଲାଣ୍ଡ – ୨୯୯.୯୬ ଏମ୍‌ବିପିଏସ୍‌

ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?