Posted inରାଜ୍ୟ

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ ବିଭାଗର ଆଶ୍ରୟରେ ଚାରି କାନ୍ଥ ମଧ୍ୟରେ ଜୀବନ କାଟୁଛି। ଆଠମଲ୍ଲିକର ପଞ୍ଚଧରା ପାହାଡ଼ରୁ କୁସୁମକୁହୁରୀ ଗାଁକୁ ଆସୁଥିବା ହାତୀପଲ୍ଲୀରୁ ଏହି ଛୁଆଟି ଏକ ନାଳୀରେ ପଡ଼ିଯାଇଥିଲା। ସେପ୍ଟେମ୍ବର ୧୧ ସକାଳେ ଗାଁ ଲୋକେ ତାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ।

କିନ୍ତୁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମା’ ହାତୀଣୀ ଛୁଆକୁ ଗ୍ରହଣ କରିନଥିଲା। ବିଶେଷଜ୍ଞଙ୍କ ମତରେ, ଛୁଆ ଶରୀରରେ ମଣିଷର ଗନ୍ଧ ଲାଗିଯିବାରୁ ମା’ ତାକୁ ଅସ୍ୱୀକାର କଲା। ଆଠମଲ୍ଲିକ ଏସିଏଫ ସଚିଦାନନ୍ଦ ସେଠୀ କହିଛନ୍ତି, “ହାତୀପଲ୍ଲୀ ସେପ୍ଟେମ୍ବର ୧୨ ଦିନ ମଧ୍ୟାହ୍ନରେ ଆସିଥିଲା, କିନ୍ତୁ ଛୁଆକୁ ନେଇନଥିଲେ। ପରେ ରାତିରେ ମଧ୍ୟ ପଲ୍ଲୀ ଦୂରରେ ରହି ଜଙ୍ଗଲକୁ ଫେରିଗଲେ।”

ପରିବେଶବିତ ପ୍ରବୀଣ କୁମାର ଦାସ କହିଛନ୍ତି, “ମା’ଠାରୁ ବିଚ୍ଛିନ୍ନ ହୋଇ ଛୁଆର ଆଖିରୁ ଲୁହ ଝରୁଥିବା ଦୃଶ୍ୟ ହୃଦୟବିଦାରକ। ଏହାର ଭାବନା ଅକଥନୀୟ ହେଲେ ମଧ୍ୟ ତା’ର ଯନ୍ତ୍ରଣା ଅନୁଭବ ହୁଏ।”

ବନ ବିଭାଗ ଏହି ଛୁଆକୁ ‘ପ୍ରିୟାଂଶୀ’ ନାମ ଦେଇ ଯତ୍ନ ନେଉଛି। ପରିଚର୍ଯ୍ୟାକାରୀଙ୍କ ସହ ପ୍ରିୟାଂଶୀ ବନ୍ଧନ ଗଢ଼ିଛି ଏବଂ ସେମାନେ ଦୃଷ୍ଟିରୁ ଓହରିଲେ ବିଭିନ୍ନ ଶବ୍ଦରେ ଡାକୁଛି। ସ୍ଥାନୀୟ ବାସିନ୍ଦା ରତ୍ନାକର ବେହେରା କହିଛନ୍ତି, “ବନ ବିଭାଗର ଏହି ଯତ୍ନ ପ୍ରଶଂସନୀୟ ଓ ଏକ ସୁନ୍ଦର ବାର୍ତ୍ତା ଦେଉଛି।”

ବନ ଅଧିକାରୀଙ୍କ କହିବାନୁସାରେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଇଲେ ପ୍ରିୟାଂଶୀକୁ ଦୀର୍ଘମିଆଦି ଯତ୍ନ ପାଇଁ କପିଳାସ ଚିଡ଼ିଆଖାନା କିମ୍ବା ନନ୍ଦନକାନନ ଜୁଓଲୋଜିକାଲ ପାର୍କକୁ ସ୍ଥାନାନ୍ତର କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri