ନିୟମିତ ଉଲ୍ଲଂଘନକାରୀ ଗଣିବେ ଅଧିକ ବୀମା ରାଶି

ଭୁବନେଶ୍ବର,୨୬।୪ (ବ୍ୟୁରୋ) ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉ ନାହିଁ। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯେତେ ପ୍ରକାର ଉଦ୍ୟମ କରୁଛନ୍ତି ସେସବୁ ବାରମ୍ବାର ଫେଲ୍‌ ମାରୁଛି। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଗତ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ପାଳନ କରାଯାଇଥିଲା। ଏଥିଲାଗି ସବୁ ଆର୍‌ଟିଓ ଏବଂ ପୋଲିସ ଅଧିକାରୀମାନେ ରାସ୍ତାରେ ଟ୍ରାଫିକ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ଚେକିଂ କଡ଼ାକଡ଼ି କରିଥିଲେ। ଏହା ଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଯଦିଓ ହ୍ରାସ ପାଇଥିଲା ହେଲେ ପରିବହନ ବିଭାଗର ଏହି ମିଶନ କିନ୍ତୁ ସଫଳ ହୋଇପାରିଲା ନାହିଁ। ତେଣୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ନିୟମିତ ଭାବେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଅଧିକ ବୀମା ଅର୍ଥ ଆଦାୟ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଏକ ପ୍ରସ୍ତାବ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ସଚିବ ଅନୁ ଜେନ୍‌ଙ୍କୁ ମଙ୍ଗଳବାର ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି।
ସଚିବ ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସଡ଼କ ଦୁର୍ଘଟଣା ଯୋଗୁ ଦେଶରେ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କ ଜୀବନହାନି ଘଟୁଛି। ବହୁ ଲୋକ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯାଉଛନ୍ତି। ଏପରି କି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସମସ୍ୟା ଏବଂ ମାନସିକ ଚାପ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ଓଡ଼ିଶା ସରକାର ସଡ଼କ ସୁରକ୍ଷାକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଗଠନ କରାଯାଇଥିବା ଅଡିଟ୍‌ ଟିମ୍‌ର ରିପୋର୍ଟ ମୁତାବକ ଓଡ଼ିଶା ସଡ଼କ ସୁରକ୍ଷା କ୍ଷେତ୍ରରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ। ଏହି ଅଡିଟ୍‌ ଅନୁଯାୟୀ ଓଡ଼ିଶାକୁ ସଡ଼କ ସୁରକ୍ଷା ନେଇ ୬୭% ମାର୍କ ମିଳିଛି। ଏହାଛଡ଼ା ଓଡ଼ିଶା ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ନେଇ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉଚ୍ଚକୋଟିର ଏବଂ ଏହାକୁ ଅନ୍ୟ ରାଜ୍ୟଗୁଡ଼ିକ ଅନୁକରଣ କରିବା ପାଇଁ ଉକ୍ତ ଅଡିଟ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ନିୟମିତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଅଧିକ ସଚେତନ କରିବା ଲାଗି ରାଜ୍ୟମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଡ଼କ ସୁରକ୍ଷା କାଉନ୍‌ସିଲ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁୟାୟୀ, ଯେଉଁମାନେ ନିୟମିତ ଭାବେ ଟ୍ରାଫିକ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଅଧିକ ବୀମା ରାଶି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି।
ଗତ ମାର୍ଚ୍ଚ ୩୦ ତାରିଖରେ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସଡ଼କ ସୁରକ୍ଷା ଲାଗି ଯାହାସବୁ ସହଯୋଗ ଦରକାର ତାହା ଲାଗୁ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଦେଶର ଅନେକ ରାଜ୍ୟ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିଛନ୍ତି। ବାହାନ ଏବଂ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି (ଆଇଆର୍‌ଡିଏ)ର ତଥ୍ୟ ଅନୁୟାୟୀ ଯେଉଁମାନେ ଟ୍ରାଫିକ ନିୟମ ନିୟମିତ ଭାବେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ସେମାନଙ୍କଠାରୁ ବୀମା ରାଶିର ରିନୁଓ୍ବାଲ ସମୟରେ ଅଧିକ ରାଶି ଆଦାୟ କରାଯିବ। ସେହି ଅଧିକ ବୀମା ଅର୍ଥ ରାଜ୍ୟ ସରକାର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ କରାଯିବ। ଏ ସମ୍ପନ୍ଧୀୟ ଅଧିକ ନିଷ୍ପତ୍ତି ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ନେବେ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri