ମିଥ୍ୟା ତଥ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ

ରାୟଗଡ଼ା ଅଫିସ,୧ା୧୨: ରାଜ୍ୟରେ ଖରିଫ୍‌ ଋତୁ ପାଇଁ ଚାଷୀ ପଞ୍ଜୀକରଣ କରାଯାଇଥିଲା। ହେଲେ ଏଥିରେ ବେଆଇନ୍‌ ତଥା ମିଥ୍ୟା ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ମିଥ୍ୟା ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିବା ନେଇ ଅଭିଯୋଗ ହେବାପରେ ଧାନଚାଷ କରାଯାଇଥିବା ଜମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଟେଲାଇଟ୍‌ ମାଧ୍ୟମରେ ଚିହ୍ନଟ କରାଯାଉଛି। ଚଳିତ ଥର ଜିଲାରେ ଖରିଫ ଧାନ ପାଇଁ ୨୧,୧୭୧ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୨୦,୩୩୨ ଚାଷୀଙ୍କ ତଥ୍ୟ ଯାଞ୍ଚ ସରିଛି। ତେବେ ନଭେମ୍ବର ୨୩ ସୁଦ୍ଧା ହୋଇଥିବା ସାଟେଲାଇଟ୍‌ ସର୍ଭେର ତଥ୍ୟ ଅନୁଯାୟୀ, ୧୭୫୧୨ ଜମିରେ ଧାନଚାଷ ହୋଇ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।
ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ଏବଂ ଏଥିରେ ରାଜସ୍ବ ଏବଂ ସମବାୟ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ସାଟେଲାଇଟ ସର୍ଭେ ଆରମ୍ଭ ହୋଇଥିଲା। ଏଥିସହ ଜିଲାରେ ହୋଇଥିବା ନକଲି ପଞ୍ଜୀକରଣ ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଯାଞ୍ଚ ଆରମ୍ଭ ହୋଇଥିଲା। ଜିଲାର ୧୭୫୧୨ ଜମିରେ ଚାଷ ହୋଇ ନ ଥିବା ଜଣାପଡ଼ିଥିଲା। ଏଥିରେ କଲ୍ୟାଣସିଂହପୁର ଲାମ୍ପ୍‌ସ ଅଧୀନରେ ୩୪୩୧, ଗୁଣପୁର ଲାମ୍ପ୍‌ସ ଅଧୀନରେ ୨୬୩୫, କୋଲନରା ଲାମ୍ପ୍‌ସ ଅଧୀନରେ ୧୪୨୬, ପଦ୍ମପୁର ଲାମ୍ପ୍‌ସ ଅଧୀନରେ ୧୨୬୮, ଗୁଡାରି ଲାମ୍ପ୍‌ସ ଅଧୀନରେ ୧୦୮୬ ଏବଂ ରାମନାଗୁଡ଼ା ଲାମ୍ପ୍‌ସ ଅଧୀନରେ ସର୍ବାଧିକ ୩୫୯୦ ଜମି ରହିଥିବା ଜଣାପଡ଼ିଛି। ସାଟେଲାଇଟ ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ଏବେ ଏହି ଜାଲିଆତି ଘଟଣାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଏ ପର୍ଯ୍ୟନ୍ତ ୧୭୫୧୨ ଜମି ମଧ୍ୟରୁ ୧୧୪୪୬ ଜମିକୁ ସାଟେଲାଇଟ ଯାଞ୍ଚ କରିଛି। ସେଥିମଧ୍ୟରୁ ୧୬୮୧ ଜମିରେ ଧାନ ଚାଷ ହୋଇଥିବା ବେଳେ ୯୭୬୫ ଜମିରେ ଧାନଚାଷ ହୋଇ ନ ଥିବା ସମବାୟ ସମିତି ଉପ ନିବନ୍ଧକ ମନ୍ମଥ କୁମାର ଦାସ ସୂଚନା ଦେଇଛନ୍ତି।
ଜମିରେ କପା, ହରଡ଼, କାଜୁ ଏବଂ ଅନ୍ୟ ଚାଷ ହୋଇଥିବା ବେଳେ ଆଉ କେତୋଟିରେ ପୋଖରୀ ରହିଥିବା ଯାଞ୍ଚବେଳେ ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରାଜସ୍ବ ଏବଂ ଲାମ୍ପ୍‌ସ ଅଧିକରୀଙ୍କ ବିନା ସହୋଯୋଗରେ ଏଭଳି ଦୁର୍ନୀତି କରାଯିବା ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ସାଟେଲାଇଟ୍‌ ସର୍ଭେ ତଥ୍ୟ ଆଧାରରେ ରାୟଗଡ଼ା, କାଶୀପୁର ଏବଂ ଗୁଡାରୀ ବ୍ଲକରେ ଅନିୟମିତତା କମ୍‌ ରହିଥିବା ବେଳେ କଲ୍ୟାଣସିଂହପୁର, ପଦ୍ମପୁର, କୋଲନରା ଏବଂ ରାମନାଗୁଡ଼ାରେ ସବୁଠାରୁ ଅଧିକ ବେଆଇନ ପଞ୍ଜୀକରଣ ହୋଇଛି। ଚାଷୀଙ୍କ ପାଇଁ ଆସୁଥିବା ସବସିଡି ଅର୍ଥ ହଡ଼ପ କରିବା ପାଇଁ ଏଭଳି କାମ କରାଯାଇଥିବା ସନ୍ଦେହ କରାଯାଉଛି। ସର୍ଭେ ଶେଷ ହେବାପରେ କେଉଁଠାରେ କେତେ ଜମିରେ ଧାନଚାଷ ହୋଇଛି ତାହା ସ୍ପଷ୍ଟ ହେବ। ଅପରପକ୍ଷେ ଜିଲାରେ ଚାଷୀ ପଞ୍ଜୀକରଣ ସମୟରେ ଅନେକ ପ୍ରକୃତ ଚାଷୀ ସୂଚନା ପାଇ ନ ଥିବା ଯୋଗୁ ପଞ୍ଜୀକରଣରୁ ବଞ୍ଚିତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପଞ୍ଜୀକରଣରୁ ବଞ୍ଚିତ ଚାଷୀ ଧାନ ମଣ୍ଡିରେ ବିକ୍ରି କରିବାର ସୁଯୋଗ ପାଇବେ ନାହିଁ। ଏହାର ଲାଭ ମିଲର୍ସ ଉଠାଇବେ ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ସୂଚନା ପାଇ ନ ଥିବାରୁ ପଞ୍ଜୀକରଣ କରିପାରି ନ ଥିବା ମୁନିଗୁଡ଼ା ବ୍ଲକର ଚାଷୀ ନିହାର ରଞ୍ଜନ ପ୍ରକାଶ କରିବା ସହ ସେ ନିଜ ଧାନର ଉଚିତ ମୂଲ୍ୟ ପାଇବା ନେଇ ଆଶଙ୍କାରେ ଅଛନ୍ତି। ତେଣୁ ପ୍ରକୃତ ତଦନ୍ତ ହେଲେ କେତେ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri