ଧୂଳିରେ ଅଞ୍ଚଳବାସୀ ବଞ୍ଚିବା ଅସହ୍ୟ ହୋଇପଡ଼ିଛି

ଉମରକୋଟ,୧ା୧୨(ସ୍ବ.ପ୍ର.): ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ତେବେ ରାସ୍ତାକାମ ଯୋଗୁ ହଜାର ହଜାର ଟ୍ରକ୍‌ ଚାଲିବା କାରଣରୁ ରାସ୍ତା ନଷ୍ଟ ହେବା ସହ ପ୍ରବଳ ଧୂଳି ଉଡ଼ୁଛି। ଏହାର ପରିମାଣ ଗ୍ରାମାଞ୍ଚଳର ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁକିଗାଁ ପଞ୍ଚାୟତର ମାଟାଗାଁ କ୍ୟାମ୍ପ ସମ୍ମୁଖରେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ କ୍ୟାମ୍ପ୍‌ରୁ କୌଣସି ଟ୍ରକ୍‌ ବହାରିବାକୁ ଦେଇ ନ ଥିଲେ। ପ୍ରତିବାଦ କରିବା ସହ ପ୍ରକଳ୍ପ ଅଧୀନରେ ଚଳାଚଳ କରୁଥିବା ଟ୍ରକ୍‌ ଗୁଡ଼ିକୁ ୩ ଘଣ୍ଟା ଧରି ବନ୍ଦ କରି ଦେଇଥିଲେ।
ଭାରତମାଳା ପ୍ରକଳ୍ପର ଏକ ବଡ଼ କ୍ୟାମ୍ପ ଏଠାରେ ରହିଛି। ଏହି ପ୍ରକଳ୍ପ ରାସ୍ତାକାମ ସୁକିଗାଁ ପଞ୍ଚାୟତ ଦେଇ ଯାଉଛି। ପ୍ରତ୍ୟେକ ଦିନ କାମ ପାଇଁ ହଜାର ହଜାର ସଂଖ୍ୟାରେ ଟିପର୍‌, ଟ୍ରକ୍‌, ଟ୍ରଲି ଟ୍ରକ୍‌ ଯାତାୟାତ କରୁଛି। ଅଧିକ ଗାଡ଼ି ଚଳାଚଳ ଫଳରେ ବେହେଡ଼ା ଠାରୁ କେଶରୀବେଡ଼ା ଯାଇଁ ରହିଥିବା ପିଚୁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଏବେ ରାସ୍ତାରେ ଉଡ଼ୁଥିବା ଧୂଳି ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସେମାନେ ସେଠାରେ ରହିବା କଷ୍ଟକର ହୋଇପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକଳ୍ପ ପକ୍ଷରୁ ରାସ୍ତା ମରାମତି କରାଯାଉ ନ ଥିବାରୁ ଏଭଳି ସସସ୍ୟାଉପୁଜିଥିବା ଜଣାପଡ଼ିଛି। ଅଭିଯୋଗ କଲେ କେବଳ ଖାଲଖମା ସ୍ଥାନରେ ମାଟି ପକାଇ କାମ ଚଳାଇ ଦେଉଛନ୍ତି। ଏହା ଧୂଳିକୁ ବଢ଼ାଇଛି। ବିଶେଷ କରି ବୃଦ୍ଧ, ରୋଗୀ ଏବଂ ଶିଶୁଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିଛି ବୋଲି ଶୁକିଗାଁ ସରପଞ୍ଚ ସୁବାସ ସାନ୍ତା ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ପ୍ରକଳ୍ପକୁ ବିରୋଧ କରୁନାହାନ୍ତି ବରଂ ଅଧିକାରୀ ମାନେ ସ୍ଥାନୀୟ ଲୋକଙ୍କ ପ୍ରତି ମାନବିକତା ଦେଖାଉ ନାହାଁନ୍ତି ବୋଲି ସେ କହିଛନ୍ତି। ଏମିତିକି ସବୁବେଳେ ଓଭରଲୋଡ୍‌ ଟ୍ରକ୍‌ ଦ୍ରୁତଗତିରେ ଚଳଚଳ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ଯାନବାହାନ ଚଳାଜଳ ନିମନ୍ତେ ରାସ୍ତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ଜମି ମାଲିକଙ୍କ ଅନୁମତି ନ ନେଇ ମାଟି ନେଇ ଯାଉଛନ୍ତି। ପ୍ରତିବାଦ କଲେ ଗଣ୍ଡଗୋଳ କରୁଥିବା ଗ୍ରାମବାସି ପ୍ରକାଶ କରିଛନ୍ତି। ଲୋକଙ୍କ ଯାତାୟାତ ପାଇଁ ଡାଇଭରସନ ରାସ୍ତା ମଧ୍ୟ କରାଯାଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବ୍ୟତୀତ ସ୍ଥାନୀୟ ପିଲା ସ୍କୁଲକୁ ଯିବା, ରୋଗୀ ଏବଂ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରେ ନେବା ଆଣିବା ମୁସ୍କିଲ ହୋଇପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ଗ୍ରାମବାସୀ ଟ୍ରକ୍‌ ଚଳାଚଳ ବନ୍ଦ କରି ଦେଇଥିଲେ। ସକାଳ ୯ ଟା ରୁ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିଲା। ପ୍ରକଳ୍ପର ସିପିଏମ୍‌ ଓ ଏଲାଇନମେଣ୍ଟ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଫାଟକ ଖୋଲିଥିଲେ। ଏହି ସମୟରେ ସରପଞ୍ଚ ସୁବାସ ସାନ୍ତା, ସମିତି ସଭ୍ୟା ମଞ୍ଜୁ ପରଜା, ସମସ୍ତ ୱାର୍ଡମେମ୍ବର ଓ ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ସ୍ଥାନୀୟ ଲୋକ ଭୋଗୁଥିବା ସମସ୍ୟାକୁ ହୃଦୟଙ୍ଗମ କରି ଉଚିତ୍‌ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri