ଅନୁଗୋଳରେ ଏଡ୍‌ସ ଅଣାୟତ୍ତ

ଅନୁଗୋଳ ଅଫିସ,୧ା୧୨: ସଚେତନ, ସତର୍କ ଓ ସଂଜମ ଆଚରଣ ଦ୍ୱାରା ହିଁ ଏଡ୍‌ସର ପ୍ରତିରୋଧ କରାଯାଇପାରିବ। ଦୀର୍ଘବର୍ଷ ହେଲା ସରକାର ଏହା ବୁଝାଉଛନ୍ତି। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ଏନ୍‌ଜିଓ ମାଧ୍ୟମରେ ସଚେତନତା ସୃଷ୍ଟିର ଉଦ୍ୟମ କରିଆସୁଛନ୍ତି। ହେଲେ ଅନୁଗୋଳ ଜିଲାର ଅନେକେଙ୍କ ନିକଟରେ ଏପରି ସଚେତନତାର ବାର୍ତ୍ତା ପହଞ୍ଚିପାରି ନାହିଁ। କାରଣ ଶିଳ୍ପରେ ଭରା ଅନୁଗୋଳ ଜିଲାରେ ଏଡ୍‌ସ ସ୍ଥିତି ଏବେ ବି ଅଣାୟତ୍ତ ଅବସ୍ଥାରେ ରହିଛି। ଗତ କିଛି ବର୍ଷ ପରି ଚଳିତବର୍ଷର ମାତ୍ର ୭ ମାସ ମଧ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଯାଇଛି। ଏହି ଭୂତାଣୁଧାରୀଙ୍କ ମଧ୍ୟରେ ୯ ଜଣ ଗର୍ଭବତୀ ଓ ୨ ଶିଶୁ ରହିବା ଉଦ୍‌ବେଗର ବିଷୟ ହୋଇଛି।
ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ (ଡାପ୍‌ସୁ) ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୦୩ ମସିହାରୁ ଅନୁଗୋଳ ଜିଲାରେ ଏଚ୍‌ଆଇଭି ନମୁନା ସଂଗ୍ରହ ହେଉଛି। ସେବେଠାରୁ ଏଯାବତ୍‌ ଜିଲାରେ ମୋଟ୍‌ ୨୩୧୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୨୬ ପୁରୁଷ ରହିଥିବାବେଳେ ୭୨୬ ହେଉଛନ୍ତି ମହିଳା। ସେହିପରି ଏହି ୧୯ ବର୍ଷରେ ୧୬୬ ଶିଶୁ ଓ୨୩୫ ଗର୍ଭବତୀ ଏହି ମରାତ୍ମକ ରୋଗର ଶିକାର ହୋଇଛନ୍ତି। ଜିଲାର ବିଭିନ୍ନ ବ୍ଲକ ଅନୁଯାୟୀ ଦେଖିଲେ ଅନୁଗୋଳ ବ୍ଳକରେ ସର୍ବାଧିକ ୪୩୧ ଜଣ ଏଡ୍‌ସରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଖଣିଖାଦାନ ଭରା ତାଳଚେର ବ୍ଲକରେ ୪୩୬ ଜଣ, ବଅଁରପାଳ ବ୍ଲକରେ ୩୫୪, କିଶୋରନଗର ବ୍ଲକରେ ୧୮୫, ଛେଣ୍ଡିପଦା ବ୍ଳକରେ ୧୮୫, ଆଠମଲ୍ଲିକ ବ୍ଲକରେ ୧୨୦, କଣିହାଁ ବ୍ଲକରେ ୧୧୧ ଓ ପାଲଲହଡ଼ା ବ୍ଲକରୁ ୬୧ ଜଣ ଏଡ୍‌ସ ରୋଗୀ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ବାହାର ଜିଲାରୁ ଆସି ଏଠାରେ ୪୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ କରୋନା ସମୟରେ ଏଚ୍‌ଆଇଭି ସଂଖ୍ୟା ବୃଦ୍ଧିରେ ସାମାନ୍ୟ ରୋକ୍‌ ଲାଗିଥିଲା। ହେଲେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହୋଇଛି। ୨୦୧୭ – ୧୮ରେ ଜିଲାରୁ ୧୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ୨୦୧୮-୧୯ରେ ୧୩୨, ୨୦୧୯-୨୦ରେ ୧୩୨, ୨୦୨୦-୨୧ରେ ୧୨୮, ୨୦୨୧-୨୨ରେ ୧୨୩ ଜଣ ସଂକ୍ରମିତ ବାହାରିଥିବା ବେଳେ ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିରୁ ଅନୁଗୋଳ ବ୍ଲକରୁ ୧୭ ଜଣ, ବଅଁରପାଳରୁ ୧୦, ତାଳଚେରରୁ ସର୍ବାଧିକ ୨୬ ଓ କିଶୋରନଗରରୁ ୧୦ ଜଣ ରହିଛନ୍ତି। କେବଳ ଅକ୍ଟୋବର ମାସରେ ଜିଲାରୁ ୧୫ ପଜିଟିଭି ଚିହ୍ନଟ ହୋଇଛନ୍ତି ବୋଲି ଡାପସୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri