ମିଥ୍ୟା ତଥ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ

ରାୟଗଡ଼ା ଅଫିସ,୧ା୧୨: ରାଜ୍ୟରେ ଖରିଫ୍‌ ଋତୁ ପାଇଁ ଚାଷୀ ପଞ୍ଜୀକରଣ କରାଯାଇଥିଲା। ହେଲେ ଏଥିରେ ବେଆଇନ୍‌ ତଥା ମିଥ୍ୟା ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ମିଥ୍ୟା ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିବା ନେଇ ଅଭିଯୋଗ ହେବାପରେ ଧାନଚାଷ କରାଯାଇଥିବା ଜମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଟେଲାଇଟ୍‌ ମାଧ୍ୟମରେ ଚିହ୍ନଟ କରାଯାଉଛି। ଚଳିତ ଥର ଜିଲାରେ ଖରିଫ ଧାନ ପାଇଁ ୨୧,୧୭୧ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୨୦,୩୩୨ ଚାଷୀଙ୍କ ତଥ୍ୟ ଯାଞ୍ଚ ସରିଛି। ତେବେ ନଭେମ୍ବର ୨୩ ସୁଦ୍ଧା ହୋଇଥିବା ସାଟେଲାଇଟ୍‌ ସର୍ଭେର ତଥ୍ୟ ଅନୁଯାୟୀ, ୧୭୫୧୨ ଜମିରେ ଧାନଚାଷ ହୋଇ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।
ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ଏବଂ ଏଥିରେ ରାଜସ୍ବ ଏବଂ ସମବାୟ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ସାଟେଲାଇଟ ସର୍ଭେ ଆରମ୍ଭ ହୋଇଥିଲା। ଏଥିସହ ଜିଲାରେ ହୋଇଥିବା ନକଲି ପଞ୍ଜୀକରଣ ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଯାଞ୍ଚ ଆରମ୍ଭ ହୋଇଥିଲା। ଜିଲାର ୧୭୫୧୨ ଜମିରେ ଚାଷ ହୋଇ ନ ଥିବା ଜଣାପଡ଼ିଥିଲା। ଏଥିରେ କଲ୍ୟାଣସିଂହପୁର ଲାମ୍ପ୍‌ସ ଅଧୀନରେ ୩୪୩୧, ଗୁଣପୁର ଲାମ୍ପ୍‌ସ ଅଧୀନରେ ୨୬୩୫, କୋଲନରା ଲାମ୍ପ୍‌ସ ଅଧୀନରେ ୧୪୨୬, ପଦ୍ମପୁର ଲାମ୍ପ୍‌ସ ଅଧୀନରେ ୧୨୬୮, ଗୁଡାରି ଲାମ୍ପ୍‌ସ ଅଧୀନରେ ୧୦୮୬ ଏବଂ ରାମନାଗୁଡ଼ା ଲାମ୍ପ୍‌ସ ଅଧୀନରେ ସର୍ବାଧିକ ୩୫୯୦ ଜମି ରହିଥିବା ଜଣାପଡ଼ିଛି। ସାଟେଲାଇଟ ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ଏବେ ଏହି ଜାଲିଆତି ଘଟଣାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଏ ପର୍ଯ୍ୟନ୍ତ ୧୭୫୧୨ ଜମି ମଧ୍ୟରୁ ୧୧୪୪୬ ଜମିକୁ ସାଟେଲାଇଟ ଯାଞ୍ଚ କରିଛି। ସେଥିମଧ୍ୟରୁ ୧୬୮୧ ଜମିରେ ଧାନ ଚାଷ ହୋଇଥିବା ବେଳେ ୯୭୬୫ ଜମିରେ ଧାନଚାଷ ହୋଇ ନ ଥିବା ସମବାୟ ସମିତି ଉପ ନିବନ୍ଧକ ମନ୍ମଥ କୁମାର ଦାସ ସୂଚନା ଦେଇଛନ୍ତି।
ଜମିରେ କପା, ହରଡ଼, କାଜୁ ଏବଂ ଅନ୍ୟ ଚାଷ ହୋଇଥିବା ବେଳେ ଆଉ କେତୋଟିରେ ପୋଖରୀ ରହିଥିବା ଯାଞ୍ଚବେଳେ ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରାଜସ୍ବ ଏବଂ ଲାମ୍ପ୍‌ସ ଅଧିକରୀଙ୍କ ବିନା ସହୋଯୋଗରେ ଏଭଳି ଦୁର୍ନୀତି କରାଯିବା ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ସାଟେଲାଇଟ୍‌ ସର୍ଭେ ତଥ୍ୟ ଆଧାରରେ ରାୟଗଡ଼ା, କାଶୀପୁର ଏବଂ ଗୁଡାରୀ ବ୍ଲକରେ ଅନିୟମିତତା କମ୍‌ ରହିଥିବା ବେଳେ କଲ୍ୟାଣସିଂହପୁର, ପଦ୍ମପୁର, କୋଲନରା ଏବଂ ରାମନାଗୁଡ଼ାରେ ସବୁଠାରୁ ଅଧିକ ବେଆଇନ ପଞ୍ଜୀକରଣ ହୋଇଛି। ଚାଷୀଙ୍କ ପାଇଁ ଆସୁଥିବା ସବସିଡି ଅର୍ଥ ହଡ଼ପ କରିବା ପାଇଁ ଏଭଳି କାମ କରାଯାଇଥିବା ସନ୍ଦେହ କରାଯାଉଛି। ସର୍ଭେ ଶେଷ ହେବାପରେ କେଉଁଠାରେ କେତେ ଜମିରେ ଧାନଚାଷ ହୋଇଛି ତାହା ସ୍ପଷ୍ଟ ହେବ। ଅପରପକ୍ଷେ ଜିଲାରେ ଚାଷୀ ପଞ୍ଜୀକରଣ ସମୟରେ ଅନେକ ପ୍ରକୃତ ଚାଷୀ ସୂଚନା ପାଇ ନ ଥିବା ଯୋଗୁ ପଞ୍ଜୀକରଣରୁ ବଞ୍ଚିତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପଞ୍ଜୀକରଣରୁ ବଞ୍ଚିତ ଚାଷୀ ଧାନ ମଣ୍ଡିରେ ବିକ୍ରି କରିବାର ସୁଯୋଗ ପାଇବେ ନାହିଁ। ଏହାର ଲାଭ ମିଲର୍ସ ଉଠାଇବେ ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ସୂଚନା ପାଇ ନ ଥିବାରୁ ପଞ୍ଜୀକରଣ କରିପାରି ନ ଥିବା ମୁନିଗୁଡ଼ା ବ୍ଲକର ଚାଷୀ ନିହାର ରଞ୍ଜନ ପ୍ରକାଶ କରିବା ସହ ସେ ନିଜ ଧାନର ଉଚିତ ମୂଲ୍ୟ ପାଇବା ନେଇ ଆଶଙ୍କାରେ ଅଛନ୍ତି। ତେଣୁ ପ୍ରକୃତ ତଦନ୍ତ ହେଲେ କେତେ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri