ଟଙ୍କା ନ ଦେଲେ ପଞ୍ଜୀକରଣ ମନା

ଯାଜପୁର ଅଫିସ,୨୦।୧: ପଞ୍ଚାୟତ ନିର୍ବାଚନ ସମୟରେ ଧାନ କିଣାରେ ଅନିୟମିତତା, ଚାଷୀ ପଞ୍ଜୀକରଣରେ ଟଙ୍କା ଦାବି, ଋଣ ପ୍ରଦାନରେ ଜାଲିଆତି ଇତ୍ୟାଦି ଚାଷୀଙ୍କୁ ବିଚଳିତ କରିଛି। ଏହାସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବାରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଉପରୁ ଚାଷୀଙ୍କ ଆଶା ଭରସା ତୁଟିବାରେ ଲାଗିଛି । ଯାଜପୁର ଜିଲାର ଧନେଶ୍ୱର ଓ ରଖିଦେଈପୁର ପାକ୍ସରେ ଉପରୋକ୍ତ ମର୍ମରେ ହୋଇଥିବା ଅଭିଯୋଗ ଉପରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର ଗତ ୧୭ ତାରିଖରେ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ଦେଇଥିବା ଜବାବ ତଲବରୁ ଏହା ସ୍ପଷ୍ଟ ହୋଇଛି। ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଚାଷୀଙ୍କ ନାମରେ ହରିଲୁଟ ଅଭିଯୋଗ ନୂଆ କଥା ନୁହେଁ। କିନ୍ତୁ ଏଥିରେ ଚାଷୀ ହେଉଥିବା ହଇରାଣ ଶାସକ ଦଳକୁ ଚିନ୍ତାରେ ପକାଇଛି। ସଂପ୍ରତି ଗ୍ରାମାଞ୍ଚଳରେ ନିର୍ବାଚନ ହେଉଥିବାରୁ ଚାଷୀଙ୍କୁ ଏଭଳି ଅବହେଳା ମତଦାନରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଯାଜପୁର ଜିଲା ଧର୍ମଶାଳା ବ୍ଲକ ରଖିଦେଈପୁର ପାକ୍ସରେ ଏଥର ଏକ ଗୁରୁତର ଅଭିଯୋଗ ହୋଇଛି। ଏହି ପାକ୍ସ ଅଧୀନ କବାଟବନ୍ଧ ଗ୍ରାମର ଚାଷୀ ଅନୁପମା ସାହୁଙ୍କ ଅଭିଯୋଗ ଅନୁଯାୟୀ ପ୍ରତିବର୍ଷ ରଖିଦେଈପୁର ପାକ୍ସର ସମ୍ପାଦକ ଅକ୍ଷୟ କୁମାର ବେହେରା ଚାଷୀ ପଞ୍ଜୀକରଣ ପାଇଁ ୫୦୦ ଟଙ୍କା ନେଇଥାନ୍ତି। ଚଳିତବର୍ଷ ମଧ୍ୟ ପଞ୍ଜୀକରଣ ପାଇଁ ତାଙ୍କୁ ୫୦୦ ଟଙ୍କା ସାହୁ ଦେଇଛନ୍ତି। ଅନ୍ୟ ତହସିଲ ଅଞ୍ଚଳର ଜମି ଦର୍ଶାଇଥିବା କହି ୩୦୦୦ ଟଙ୍କା ପୁଣି ମାଗିଥିଲେ। କିନ୍ତୁ ସାହୁ ଜଣେ ଗରିବ ଚାଷୀ ହୋଇଥିବାରୁ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ସମ୍ପାଦକ କୌଣସି ନିବେଦନ ନ ଶୁଣିବାରୁ ଚାଷୀ ସାହୁ ଗତ ୨୪ା୧୧ା୨୦୨୧ରେ ରାଜ୍ୟ ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମବାୟ ସମିତି(କ୍ରେଡିଟ)ର ଡେପୁଟି ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ଚାଷୀ ବଳରାମ ରାଉତ ବରୁଣ୍ଡେଇ ଓ ଧନେଶ୍ୱର ପାକ୍ସରେ ଧାନ କିଣାରେ ଅନିୟମିତତା ଏବଂ ଚାଷୀମାନେ ଧାନ ଦେଇ ସରକାରୀ ଦରରେ ଟଙ୍କା ନ ପାଇ ମିଲ ଦର ୧୩୮୦ ଟଙ୍କାରେ ପ୍ରାପ୍ୟ ଦିଆଯାଇଥିବା ନେଇ ସମିତିର ରେଜିଷ୍ଟ୍ରାରଙ୍କୁ ଗତ ୨୭ା୧୨ା୨୦୨୧ରେ ଲିଖିତ ଭାବେ ଜଣାଇଥିଲେ। ଏହାସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଉପରେ ଅନୁରୂପ ଭାବେ ପଦକ୍ଷେପ ନେବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ନିର୍ଦ୍ଦେଶ ହୋଇଛି। ଏହାପୂର୍ବରୁ ଜିଲାର ପ୍ରଧାନପଡା, ମାର୍କଣ୍ଡପୁର, ବଡ଼ଚଣା, ମହିସରା, ବ୍ରହ୍ମବରଦା ଆଦି ପାକ୍ସରେ ଅନିୟମିତତା ଅଭିଯୋଗ କେବଳ କାଗଜପତ୍ରରେ ସୀମିତ ରହିଛି। ଏଭଳି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାରେ ସମବାୟ ସମିତିର ଆନ୍ତରିକତା ନ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ା ଯେଉଁ କର୍ମଚାରୀମାନେ ଅନିୟମିତତା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଦୁର୍ନୀତି ଆହୁରି ବଢିବାରେ ଲାଗିଛି ବୋଲି ଅଞ୍ଚଳର ଚାଷୀମାନେ ମତପ୍ରକାଶ କରିଛନ୍ତି ା ଯାହାକି ଚଳିତ ନିର୍ବାଚନରେ ଗଭୀର ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri