ଟଙ୍କା ନ ଦେଲେ ପଞ୍ଜୀକରଣ ମନା

ଯାଜପୁର ଅଫିସ,୨୦।୧: ପଞ୍ଚାୟତ ନିର୍ବାଚନ ସମୟରେ ଧାନ କିଣାରେ ଅନିୟମିତତା, ଚାଷୀ ପଞ୍ଜୀକରଣରେ ଟଙ୍କା ଦାବି, ଋଣ ପ୍ରଦାନରେ ଜାଲିଆତି ଇତ୍ୟାଦି ଚାଷୀଙ୍କୁ ବିଚଳିତ କରିଛି। ଏହାସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବାରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଉପରୁ ଚାଷୀଙ୍କ ଆଶା ଭରସା ତୁଟିବାରେ ଲାଗିଛି । ଯାଜପୁର ଜିଲାର ଧନେଶ୍ୱର ଓ ରଖିଦେଈପୁର ପାକ୍ସରେ ଉପରୋକ୍ତ ମର୍ମରେ ହୋଇଥିବା ଅଭିଯୋଗ ଉପରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର ଗତ ୧୭ ତାରିଖରେ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ଦେଇଥିବା ଜବାବ ତଲବରୁ ଏହା ସ୍ପଷ୍ଟ ହୋଇଛି। ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଚାଷୀଙ୍କ ନାମରେ ହରିଲୁଟ ଅଭିଯୋଗ ନୂଆ କଥା ନୁହେଁ। କିନ୍ତୁ ଏଥିରେ ଚାଷୀ ହେଉଥିବା ହଇରାଣ ଶାସକ ଦଳକୁ ଚିନ୍ତାରେ ପକାଇଛି। ସଂପ୍ରତି ଗ୍ରାମାଞ୍ଚଳରେ ନିର୍ବାଚନ ହେଉଥିବାରୁ ଚାଷୀଙ୍କୁ ଏଭଳି ଅବହେଳା ମତଦାନରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଯାଜପୁର ଜିଲା ଧର୍ମଶାଳା ବ୍ଲକ ରଖିଦେଈପୁର ପାକ୍ସରେ ଏଥର ଏକ ଗୁରୁତର ଅଭିଯୋଗ ହୋଇଛି। ଏହି ପାକ୍ସ ଅଧୀନ କବାଟବନ୍ଧ ଗ୍ରାମର ଚାଷୀ ଅନୁପମା ସାହୁଙ୍କ ଅଭିଯୋଗ ଅନୁଯାୟୀ ପ୍ରତିବର୍ଷ ରଖିଦେଈପୁର ପାକ୍ସର ସମ୍ପାଦକ ଅକ୍ଷୟ କୁମାର ବେହେରା ଚାଷୀ ପଞ୍ଜୀକରଣ ପାଇଁ ୫୦୦ ଟଙ୍କା ନେଇଥାନ୍ତି। ଚଳିତବର୍ଷ ମଧ୍ୟ ପଞ୍ଜୀକରଣ ପାଇଁ ତାଙ୍କୁ ୫୦୦ ଟଙ୍କା ସାହୁ ଦେଇଛନ୍ତି। ଅନ୍ୟ ତହସିଲ ଅଞ୍ଚଳର ଜମି ଦର୍ଶାଇଥିବା କହି ୩୦୦୦ ଟଙ୍କା ପୁଣି ମାଗିଥିଲେ। କିନ୍ତୁ ସାହୁ ଜଣେ ଗରିବ ଚାଷୀ ହୋଇଥିବାରୁ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ସମ୍ପାଦକ କୌଣସି ନିବେଦନ ନ ଶୁଣିବାରୁ ଚାଷୀ ସାହୁ ଗତ ୨୪ା୧୧ା୨୦୨୧ରେ ରାଜ୍ୟ ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମବାୟ ସମିତି(କ୍ରେଡିଟ)ର ଡେପୁଟି ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ଚାଷୀ ବଳରାମ ରାଉତ ବରୁଣ୍ଡେଇ ଓ ଧନେଶ୍ୱର ପାକ୍ସରେ ଧାନ କିଣାରେ ଅନିୟମିତତା ଏବଂ ଚାଷୀମାନେ ଧାନ ଦେଇ ସରକାରୀ ଦରରେ ଟଙ୍କା ନ ପାଇ ମିଲ ଦର ୧୩୮୦ ଟଙ୍କାରେ ପ୍ରାପ୍ୟ ଦିଆଯାଇଥିବା ନେଇ ସମିତିର ରେଜିଷ୍ଟ୍ରାରଙ୍କୁ ଗତ ୨୭ା୧୨ା୨୦୨୧ରେ ଲିଖିତ ଭାବେ ଜଣାଇଥିଲେ। ଏହାସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଉପରେ ଅନୁରୂପ ଭାବେ ପଦକ୍ଷେପ ନେବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ନିର୍ଦ୍ଦେଶ ହୋଇଛି। ଏହାପୂର୍ବରୁ ଜିଲାର ପ୍ରଧାନପଡା, ମାର୍କଣ୍ଡପୁର, ବଡ଼ଚଣା, ମହିସରା, ବ୍ରହ୍ମବରଦା ଆଦି ପାକ୍ସରେ ଅନିୟମିତତା ଅଭିଯୋଗ କେବଳ କାଗଜପତ୍ରରେ ସୀମିତ ରହିଛି। ଏଭଳି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାରେ ସମବାୟ ସମିତିର ଆନ୍ତରିକତା ନ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ା ଯେଉଁ କର୍ମଚାରୀମାନେ ଅନିୟମିତତା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଦୁର୍ନୀତି ଆହୁରି ବଢିବାରେ ଲାଗିଛି ବୋଲି ଅଞ୍ଚଳର ଚାଷୀମାନେ ମତପ୍ରକାଶ କରିଛନ୍ତି ା ଯାହାକି ଚଳିତ ନିର୍ବାଚନରେ ଗଭୀର ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri