Posted inଜାତୀୟ

କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ୧୫ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେଇ ସେ ଦକ୍ଷିଣ ଚାଇନା ସାଗରରେ ବଢୁଥିବା ଉତ୍ତେଜନା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ଚାଇନାର ଦାଦାଗିରି ବଢୁଥିବାବେଳେ ଜୟଶଙ୍କର କାହାର ନାମ ନ ନେଇ ପ୍ରତିଟି ଦେଶର ସାର୍ବଭୌମତ୍ୱ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ବିଶ୍ୱାସର ପ୍ରତିପାଳନ କରାଯାଉ ନ ଥିବା ସେ କହିଛନ୍ତି। କରୋନା ମହାମାରୀ ଦ୍ୱାରା ସମଗ୍ର ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ପ୍ରତିଟି ଦେଶ ମିଳିମିଶି କାମ କରିବାକୁ ଆଗେଇ ଆସିବା ଜରୁରୀ। ପରସ୍ପର ମଧ୍ୟରେ ରହିଥିବା ବିବାଦ ଭୁଲି ମହାମାରୀ ସଙ୍କଟର ମୁକାବିଲା କରିବା ଅପରିହାର୍ଯ୍ୟ ବୋଲି ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ପରେ ଏବେ ମଲାଲି ମନ୍ଦିର-ମସଜିଦ୍‌ ନେଇ ବିବାଦ…

ବେଙ୍ଗାଲୁରୁ, ୨୯।୫ : ହିଜାବ ପରେ ଏବେ କର୍ନାଟକରେ ମଲାଲି ମନ୍ଦିର-ମସଜିଦ ବିବାଦ ଆରମ୍ଭ ହୋଇଛି। ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ...

ବିହାର ଶିଶୁ ମୃତ୍ୟୁ ଘଟଣା: ତେଜସ୍ବୀ ଉଭାନ୍‌, ଆରଜେଡି କହିଲା ବିଶ୍ୱକପ୍‌ ଦେଖିବାକୁ ଯାଇଛନ୍ତି

ପାଟଣା, ୧୯।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଛି। ଏପର୍ଯ୍ୟନ୍ତ ୧୧୨ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଘଟଣାକୁ ନେଇ ଶାସକ...

ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ଟେଲିଫୋନ...

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ...

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ...

ଲୋକ ସଭାରେ ଅପରେଶନ ଯମରାଜକୁ ପ୍ରଶଂସା କଲେ ଚିରାଗ ପାସଓ୍ବାନ…

ନୂଆଦିଲ୍ଲୀ,୨୦।୧୨ : ବିହାରରେ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାରଙ୍କୁ ଟାର୍ଗେଟ...

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି ।...

ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର

ଅହମଦାବାଦ୍‌, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ...

Advertisement
Archives

Model This Week