ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା:ସରକାରଙ୍କ କଡ଼ା ଚେତାବନୀ ଜାରି

ନୂଆଦିଲ୍ଲୀ,୨।୮: ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ ଲେଖିଛନ୍ତି ଯେ ଖେଳାଳି, ବିଶେଷକରି କ୍ରିକେଟରମାନେ ଦେଶର ଯୁବ ଜନସଂଖ୍ୟା ପାଇଁ ଆଦର୍ଶ ଅଟନ୍ତି। ଏହା ଯୁବକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇପାରେ। ତଥାପି ଦୁର୍ଭାଗ୍ୟଜନକ ଯେ ଭେଟେରାନ କ୍ରୀଡା ତାରକାମାନେ ପ୍ରାୟତଃ ସିଗାରେଟ, ବିଡି କିମ୍ବା ପାନ ମସାଲା ବିଜ୍ଞାପନ କରୁଥିବା ଦେଖାଯାଏ।
ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସଭାପତି ରୋଜର ବିନିଙ୍କୁ ଦେଶର ଜନସଂଖ୍ୟାକୁ ସୁସ୍ଥ ରଖିବା ପାଇଁ ସରକାରଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଆଇପିଏଲ କିମ୍ବା ଅନ୍ୟ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଏଭଳି ବିଜ୍ଞାପନ ପ୍ରସାର କରାଯିବ ନାହିଁ ବୋଲି ସେ କହିଛନ୍ତି। ଏହି ବିଜ୍ଞାପନରୁ ଖେଳାଳିଙ୍କୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍‌। ଡକ୍ଟର ଗୋୟଲ ପରାମର୍ଶ ଦେଇଛନ୍ତି ଯେ, ବିସିସିଆଇ ଖେଳାଳିଙ୍କଠାରୁ ଏକ ଆଫିଡେଭିଟ ନେବ, ଯେଉଁଥିରେ ସେ ଏହି ବିଜ୍ଞାପନରୁ ନିଜକୁ ଦୂରେଇ ରଖିବାକୁ ପ୍ରତିଜ୍ଞା କରିବେ। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ଏସ୍‌ଏଆଇ) ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ମଧ୍ୟ ସମାନ ଚିଠି ଲେଖାଯାଇଛି।
ଦେଶର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଏବଂ ଚଳଚ୍ଚିତ୍ର ତାରକାମାନେ ବିଭିନ୍ନ ମାଧ୍ୟମରେ ତମାଖୁ ଉତ୍ପାଦ ବିଜ୍ଞାପନ କରୁଥିବା ଦେଖାଯାଏ। ଏଥି ମଧ୍ୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ବୀରେନ୍ଦ୍ର ସେହ୍ବାଗ, ସୁନୀଲ ଗାଭାସ୍କର ଏବଂ ଚଳଚ୍ଚିତ୍ର ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ଶାହାରୁଖ ଖାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ଆମେରିକାର ଭୟଙ୍କର ଚେତାବନୀ: ଇରାନ ପରାଜୟ ସ୍ବୀକାର ନ କଲେ…ଶୁଣିକି ସାରା ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ୍‌,୨୬।୩: ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲିଭିଟ କହିଛନ୍ତି ଯେ ଆମେରିକା ଗତ ତିନି ଦିନ ଧରି ଇରାନ ସହିତ ଆଲୋଚନା କରୁଛି ଏବଂ ଏକ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଭୟଭୀତ ଇରାନ: ଖୋଲାଖୋଲି କଥା ହେବାକୁ…

ଓ୍ବାଶିଂଟନ୍‌,୨୬।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାର ୨୬ ଦିନ ବିତିଗଲାଣି ଏବଂ ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri