ଶରଣାର୍ଥୀଙ୍କୁ ଘାରିଛି ଶରଣ ଚିନ୍ତା…

କାବୁଲ,୧୯।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନଙ୍କ ପ୍ରବେଶକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତାଲିବାନର କଡା ନିୟମ ଏବଂ ଦଣ୍ଡରୁ ରକ୍ଷା ପାଇବା ପାଇଁ ହଜାର ହଜାର ଲୋକ ସୀମା ଏବଂ ବିମାନବନ୍ଦରରେ ଏକତ୍ରିତ ହୋଇ ଅନ୍ୟ ଦେଶକୁ ପଳାଇବାକୁ ଭିଡ଼ ଜମାଇଛନ୍ତି। ଅନେକ ଲୋକ ସାମରିକ ବିମାନ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି। ତେବେ ଏବେ ଅର୍ନ୍ତଜାତୀୟ ସ୍ତରରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ସମସ୍ୟା ଉପୁଜିଛି। ଫଳରେ ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଶରଣ ଚିନ୍ତା ଘାରିଛି। ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ପାଇଁ ଏପର୍ଯ୍ୟନ୍ତ ଆଶ୍ରୟ ଘୋଷଣା କରିଥିବା ଦେଶମାନଙ୍କ ମଧ୍ୟରେ ବ୍ରିଟେନ ହେଉଛି ସଦ୍ୟତମ ନାମ। ତାଲିବାନ ଶାସନର ଭୟରୁ ପଳାୟନ କରୁଥିବା ଲୋକଙ୍କୁ ବ୍ରିଟେନ  ଏହାର ଶରଣାର୍ଥୀ କାର୍ଯ୍ୟକ୍ରମ ସହ ସମାନ୍ତରାଳ ଯୋଜନା ମାଧ୍ୟମରେ ଆଶ୍ରୟ ଦେବାକୁ ଯୋଜନା କରିଛି। ବ୍ରିଟିଶ ସରକାର ପ୍ରାୟ ୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବେ ବୋଲି କହିଛନ୍ତି। ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ଯେ ସେ ଆଫଗାନିସ୍ତାନରୁ ପଳାୟନ କରୁଥିବା ମହିଳା ଏବଂ ସଂଖ୍ୟାଲଘୁମାନଙ୍କୁ ଯଥାସମ୍ଭବ ଆଶ୍ରୟ ଦେବା ପାଇଁ ଚେଷ୍ଟା କରିବେ। ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ଆମେରିକାର ପ୍ରତିରକ୍ଷା ବିଭାଗ ଶରଣାର୍ଥୀଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଶରଣାର୍ଥୀଙ୍କୁ ୱିସ୍କୋସିନ ସ୍ଥିତ ଫୋର୍ଟ ମ୍ୟାକକୋଇ ଏବଂ ଟେକ୍ସାସର ଫୋର୍ଟ ବ୍ଲିସ ଠାରେ ସାମରିକ ବେସରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ନିଜେ ଆଫଗାନିସ୍ତାନର ୩୦ ହଜାର ଶରଣାର୍ଥୀ ଆମେରିକାରେ ଶରଣ ନେବେ ବୋଲି କୁହାଯାଉଛି। ଏହା ବ୍ୟତୀତ ପ୍ରାୟ ୪,୦୦୦ ଆବେଦନକାରୀ ଏବଂ ସେମାନଙ୍କ ପରିବାର ଆମେରିକାରେ ସୁରକ୍ଷା କ୍ଲିୟରାନ୍ସ ପାଇନାହାଁନ୍ତି।
ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ମଙ୍ଗଳବାର ଘୋଷଣା କରିଛି ଯେ ଭାରତକୁ ଆସିବାକୁ ଚାହୁଁଥିବା ଆଫଗାନିସ୍ତାନ ନାଗରିକଙ୍କୁ ଜରୁରୀକାଳୀନ ‘ଇ-ଭିସା’ ପ୍ରଦାନ କରାଯିବ। ଯେ କୌଣସି ଧର୍ମର ସମସ୍ତ ଆଫଗାନିସ୍ତାନ ନାଗରିକ ‘ଇ-ଜରୁରୀକାଳୀନ ଏବଂ ଅନ୍ୟାନ୍ୟ ଭିସା’ ପାଇଁ ଅନଲାଇନରେ ଆବେଦନ କରିପାରିବେ ଏବଂ ସେମାନଙ୍କର ଆବେଦନ ନୂଆଦିଲ୍ଲୀରେ ଯାଞ୍ଚ୍‌ କରାଯିବ। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ଦିନ ପରେ ଭାରତ ଏହି ଘୋଷଣା କରିଛି। ରବିବାର ଆଫଗାନିସ୍ତାନରେ କାନାଡା ନିଜର ଦୂତାବାସ ବନ୍ଦ କରି ଆଫଗାନିସ୍ତାନ ସରକାରଙ୍କ ସହ କୂଟନୈତିକ ସମ୍ପର୍କକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ କାନାଡାର ଜଷ୍ଟିସ ଟ୍ରୁଡୋ ସରକାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ସହାୟତା ଘୋଷଣା କରିସାରିଛନ୍ତି। ୨୦,୦୦୦ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ। ଆଫଗାନିସ୍ତାନରୁ ପଳାଇ ଆସିଥିବା ପ୍ରବାସୀମାନଙ୍କୁ ଆଶ୍ରୟ ଦେବା ପାଇଁ ଆଲବାନିଆ ମଧ୍ୟ ଆଗକୁ ଆସିଛି। ଶରଣାର୍ଥୀଙ୍କୁ ସାହାଯ୍ୟ କରିବାରେ ଏକ ଛୋଟ ଦେଶ ହେଉଛି ତାଜିକିସ୍ତାନ। ଜୁଲାଇ ମାସରେ ଆଫଗାନିସ୍ତାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନେୀୟ ସରକାର ଏକ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କୁ ଆଶ୍ରୟ ଦେବାକୁ ଘୋଷଣା କରିଥିଲେ। ଆଫଗାନିସ୍ତାନବାସୀଙ୍କୁ ଆଶ୍ରୟ ଦେବ ବୋଲି ମଙ୍ଗଳବାର ଉତ୍ତର ମାକେଡୋନିଆ ଘୋଷଣା କରିଛି। ସମସ୍ତ ଶରଣାର୍ଥୀଙ୍କୁ ଉତ୍ତର ମାକେଡୋନିଆର ହୋଟେଲରେ ରଖାଯିବ ଏବଂ ସେମାନଙ୍କର ଯତ୍ନ ଆମେରିକା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବହନ କରିବେ। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଆମେରିକା ସରକାର ମଧ୍ୟ କତାର ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଆମେରିକାର ସୈନ୍ୟବାହିନୀ ସହିତ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁରକ୍ଷିତ ରଖିବାକୁ କତାରକୁ କୁହାଯାଇଛି। ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଉଗାଣ୍ଡା ମଙ୍ଗଳବାର ଘୋଷଣା କରିଛି। ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନି କହିଛନ୍ତି ଯେ ସାମ୍ପ୍ରତିକ ସଙ୍କଟରେ ସେ ଯେକୌଣସି ପ୍ରକାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ କେତେକ ଦେଶ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ରୋକ୍‌ଠୋକ୍‌ ମନା କରିଛନ୍ତି। ସେସବୁ ଦେଶ ମଧ୍ୟରେ ପାକିସ୍ତାନ ରହିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି ଯେ ତାଙ୍କ ଦେଶ ବର୍ତ୍ତମାନ ସୁଦ୍ଧା ଶରଣାର୍ଥୀଙ୍କୁ ଗ୍ରହଣ କରିବାର ସ୍ଥିତିରେ ନାହିଁ। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଖବର ଅନୁଯାୟୀ ତୁର୍କୀ ମଧ୍ୟ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି, ଯାହାଫଳରେ ଆଫଗାନିସ୍ତାନର ଲୋକମାନେ ଆସିବା ବନ୍ଦ ହୋଇ ପାରିବେ। ନିକଟରେ ହଙ୍ଗେରୀର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଲେଭେଣ୍ଟେ ମାଗିଆର୍‌ କହିଛନ୍ତି ଯେ ହଙ୍ଗେରୀରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ ନାହିଁ। ଇରାନ ସ୍ପଷ୍ଟ କରିଛି ଯେ ଏହା ଶରଣାର୍ଥୀଙ୍କୁ ଗ୍ରହଣ କରିପାରିବ ନାହିଁ। ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଂଖ୍ୟାକୁ ନେଇ ପଡୋଶୀ ଉଜବେକିସ୍ତାନ ଚିନ୍ତିତ। ତେବେ ଶରଣାର୍ଥୀଙ୍କ ଥଇଥାନ କରିବାକୁ ଦେଶର ସରକାର ମନା କରିଛନ୍ତି। ବାଂଲାଦେଶ ସ୍ପଷ୍ଟ କରିଛି ଯେ ଆମେରିକାର ଅନୁରୋଧ ସତ୍ତ୍ୱେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ ନାହିଁ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମିନ କହିଛନ୍ତି ଯେ ତାଙ୍କ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟାର ସମ୍ମୁଖୀନ ହୋଇସାରିଛି ଏବଂ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ନାଗରିକଙ୍କୁ ଶରଣାର୍ଥୀ ଭାବରେ ଗ୍ରହଣ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ବଣାଇଁ,୧୧ା୨(ପ୍ରଦୀପ ତ୍ରିପାଠୀ): ପୁଣି ଜଣେ ରସିକିଆ ଶିକ୍ଷକଙ୍କ କଳାକାରନାମା ଆଜି ଜଣାପଡ଼ିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri