ଖୋଲିଲା ୪ ନଂ. ମାଛ ମାର୍କେଟ

ଭୁବନେଶ୍ୱର,୧୯।୮: ୧୦ ଦିନ ଧରି ସିଲ୍‌ ହୋଇ ରହିଥିବା ୟୁନିଟ୍‌-୪ ମାଛ ମାର୍କେଟ ବୁଧବାରଠାରୁ ଖୋଲିଛି। ବ୍ୟବସାୟୀ ସଂଘର ଅନୁରୋଧକୁ ବିଚାର କରି କୋଭିଡ୍‌ କଟକଣା ମଧ୍ୟରେ ମାଛ ମାର୍କେଟ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନୁମତି ଦିଆଯାଇଥିବା ଉପାୟୁକ୍ତ ଅଂଶୁମାନ ରଥ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୬୮ରେ ଜଣାଇଛନ୍ତି। ଏଥିସହିତ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଧା ଯାଇଥିବା ବାଉଁଶ ବାଡ଼ାକୁ ଖୋଲି ଦିଆଯାଇଛି। ଗୁରୁବାରଠାରୁ ମାଛ ମାର୍କେଟ ପୂର୍ବପରି ସ୍ବାଭାବିକ ହେବ ବୋଲି ସଂଘର ବରିଷ୍ଠ ସଭ୍ୟ ସେଖ୍‌ କୁଦୁସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁନିଟ୍‌-୪ ମାଛ ମାର୍କେଟରେ ଉଭୟ ହୋଲ୍‌ସେଲ୍‌ ଓ ଖୁଚୁରା ବ୍ୟବସାୟ ହୋଇଥାଏ। ତେବେ କେତେଜଣ ବ୍ୟବସାୟୀ ଶନିବାର ଓ ରବିବାର ଶଟ୍‌ଡାଉନ୍‌ରେ ବେପାର କରୁଥିବା ନେଇ ବିଏମ୍‌ସି ଜାଣିବାକୁ ପାଇବା ପରେ ଅତିରିକ୍ତ କମିଶନର, ଦକ୍ଷିଣ ପୂର୍ବ ଜୋନ୍‌ ଉପାୟୁକ୍ତ ଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ହାଟରେ ଚଢ଼ାଉ କରିଥିଲା। ଏହି ସମୟରେ କେତେକ ମାଛ ଗଦି ଖୋଲାଥିବା ଓ ଗ୍ରାହକ ରହିଥିବା ଦେଖିବାକୁ ମିଳିଥିଲା। ବାରମ୍ବାର ତାଗିଦ୍‌ ସତ୍ତ୍ୱେ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରାଯାଉଥିବାରୁ ଶେଷରେ ବିଏମ୍‌ସି ପକ୍ଷରୁ ଗତ ୮ ତାରିଖରୁ ମାଛ ମାର୍କେଟକୁ ସିଲ୍‌ କରିଦିଆଯାଇଥିଲା। ଏହି ଘଟଣା ପରେ ୟୁନିଟ-୪ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଏମସି କମିଶନର ସଞ୍ଜୟ ସିଂହଙ୍କୁ ଭେଟିଥିଲେ। ମାର୍କେଟ ବନ୍ଦ ରହିଲେ ପ୍ରାୟ ୫୦୦ ଖୁଚୁରା ବ୍ୟବସାୟୀଙ୍କ ସମେତ ୩୯ ମାଛ ଗଦିର ମୋଟ ୧୦୦୦ କର୍ମଚାରୀ ଓ ତାଙ୍କ ପରିବାର ସାମସ୍ୟାରେ ପଡିବେ। ତେଣୁ ତୁରନ୍ତ ମାଛ ମାର୍କେଟ ଖୋଲିବାକୁ ବିଧାୟକ ଓ କମିଶନରଙ୍କୁ ସଂଘ ଅନୁରୋଧ କରିଥିଲା। ବାସ୍ତବ ସ୍ଥିତିକୁ ଅନୁଭବ କରିବା ପରେ ବିଏମ୍‌ସି ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛି। ବିଏମ୍‌ସିର ଏହି ନିଷ୍ପତ୍ତିକୁ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ଜମ୍ବେଶ୍ୱର ମଲ୍ଲିକ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ...

ରାଜଧାନୀରେ ଏକ ଆପାର୍ଟମେଣ୍ଟକୁ ସିଲ୍‌ କଲା ବିଏମ୍‌ସି, ୧୦ ଦିନ ଯାଏ ପ୍ରବେଶ-ପ୍ରସ୍ଥାନ ମନା

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ସି ପକ୍ଷରୁ ରାଜଧାନୀର ଏକ...

ଗୁଳିମାଡ଼ରେ ଟ୍ରଲର ମାଲିକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୧୬।୩: ବାଲେଶ୍ୱର ଜିଲା ମେରାଇନ୍‌ ଥାନା ବଳରାମଗଡ଼ି ନିକଟ ନାଉପାଳଗଡ଼ିରେ ସୋମବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଟ୍ରଲର ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ରାଜେଶଙ୍କୁ ‘ପ୍ରାଣୀମିତ୍ର’ ସମ୍ମାନ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ନନ୍ଦନକାନନର ବାୟୋଲୋଜିଷ୍ଟ ଡ. ରାଜେଶ କୁମାର ମହାପାତ୍ରଙ୍କୁ ଜାତୀୟ ସ୍ତରୀୟ ‘ପ୍ରାଣୀମିତ୍ର’ ସମ୍ମାନ ମିଳିଛି। ସୋମବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ,...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌: ୨ ମୃତ, ୧ ଗୁରୁତର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ନୟାପଲ୍ଲୀ ଥାନା ଫାୟାର ଷ୍ଟେଶନ ଛକରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ରାସ୍ତାରେ ଛିଡ଼ା ହୋଇଯାଇଥିବା ତିନିଜଣ ଯାତ୍ରୀଙ୍କ...

ଗୋଟିଏ ଶିଫ୍ଟ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୧।୫(ବ୍ୟୁରୋ): ଏଣିକି ଆଉ ୨୪ ଘଣ୍ଟା ନୁହେଁ, ଗୋଟିଏ ଶିଫ୍ଟରେ ଚାଲିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଲକ୍‌ଡାଉନ୍‌ ଉଠିବା ପରେ ବିମାନବନ୍ଦର ଦିନକୁ ଗୋଟିଏ...

ଓମିକ୍ରନକୁ ନେଇ ବଢୁଛି ଚିନ୍ତା, ଆଜି ସମୀକ୍ଷା ବୈଠକ

ଭୁବନେଶର,୩।୧(ବ୍ୟୁରୋ): ରାଜ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।...

Advertisement
Archives

Model This Week