ମହାପ୍ରଭୁଙ୍କ ପାଇଁ ତିଆରି ଚାଲିଛି ରାଖୀ

ପୁରୀ ଅଫିସ, ୧୯।୮: ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସି ଥାଏ। ପ୍ରତିବଦଳରେ ଭାଇ ତା’ର ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଏହି ପବିତ୍ର ପର୍ବ ପାଳନ କରାଯାଏ। ଆସନ୍ତା ୨୨ତାରିଖରେ ରାଖୀପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷାବନ୍ଧନ ପର୍ବ ଅନନ୍ୟ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ପିନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ବାରମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହିଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ହୋଇଥାଏ। ବଡଠାକୁର ବଳଭଦ୍ରଙ୍କ ଜନ୍ମ ସହ ରାଖୀ ପୂର୍ଣ୍ଣିମା ନୀତି ପାଳନ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାସୁଙ୍ଗା ପାଟକୁ ୪ ପ୍ରକାର ରଙ୍ଗ ଯଥା ନାଲି, ନେଳି, ବାଇଗଣି ଓ ହଳଦିଆ ରଙ୍ଗ କରାଯାଏ। ଏହାକୁ ପାନିଆ ସାହାଯ୍ୟରେ ସୂତା ଭଳି କରାଯାଏ। ସୂତା ଓ ଛୁଞ୍ଚତ୍ ଦ୍ୱାରା ଚାରି ରଙ୍ଗର ବାସୁଙ୍ଗା ପାଟରେ ରାଖୀ ଏବଂ ଗୁଆମାଳ ପ୍ରସ୍ତୁତ କରାଯାଇଥାଏ। ଏହି ୪ଟି ରଙ୍ଗର ପାଟରେ ରାଖୀଗୁଡ଼ିକ ଚାରି ପରସ୍ତ ହୋଇ ତିଆରି ହୋଇଥାଏ। ଦୁଇ ଠାକୁର ଦୁଇ ହାତରେ ଦୁଇଟି ଲେଖାଏ ରାଖୀ ପରିଧାନ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ବଳଭଦ୍ର ବାଇଗଣି ଓ ନୀଳ ରଙ୍ଗର ଗୁଆମାଳ ପରିଧାନ କରନ୍ତି। ୫୪ଟି ଗୁଆରେ ଗୋଟିଏ ଲେଖାଏ ମାଳ ପ୍ରସ୍ତୁତ କରାଯାଏ। ପାଟରା ବିଶୋଇ ଜଗନ୍ନାଥ ପାତ୍ର କହିଛନ୍ତି, ରାଖୀ ପୂର୍ଣ୍ଣମୀର ୧୦-୧୨ଦିନ ପୂର୍ବରୁ ମହାପ୍ରଭୁଙ୍କ ଲାଗି ରାଖୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ନିମନ୍ତେ ୪ଟି ରାଖୀ ଏବଂ ପାଶର୍‌ବ ଦେବତାଙ୍କ ପାଇଁ ୧୦ଟି ଛୋଟ ରାଖୀ ତିଆରି କରାଯାଇଥାଏ। ରାଖୀ ନିର୍ମାଣ ପାଇଁ ୧୦ରୁ ୧୨ ଦିନ ସମୟ ଲାଗେ। ଶୁଦ୍ଧପୂତ ଭାବେ ରହି ନିଷ୍ଠାର ସହ ରାଖୀ ତିଆରି କରିବାକୁ ପଡ଼େ। ରାଖୀ ପୂର୍ଣ୍ଣିମା ପୂର୍ବ ଦିନ ରାଖୀ ତିଆରି ସରିଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି। ଏହାପରେ ଦୁଇଟି ତାଡ଼ରେ ରାଖୀ ଓ ଗୁଆମାଳ ଶ୍ରୀମନ୍ଦିରକୁ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri