ନୂଆଦିଲ୍ଲୀ: ଆଗକୁ ବିବାହ ଋତୁ ଆସୁଛି। ଯେଉଁଥିପାଇଁ ବିବାହ ସମ୍ବନ୍ଧୀୟ ବିଭିନ୍ନ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳିବ। ତେବେ ନିକଟରେ ଏକ ବିଜ୍ଞାପନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି; ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ଉପଯୁକ୍ତ ପୁଅର ତଲାସରେ ଅଛନ୍ତି। ଏଥିସହ ତାଙ୍କୁ ରିଲ ପାର୍ଟନର ମଧ୍ୟ ଆବଶ୍ୟକ। ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବା ଏକ ଫଟୋ ଏବେ ଏକ୍ସ’ରେ ଭାଇରାଲ ହେଉଛି। ଫଟୋ ବିବାହର ବିଜ୍ଞାପନରେ ଦେଖିବାକୁ ମିଳିଛି; ଯାହାକୁ ରିୟା ନାମ୍ନୀ ଜଣେ ଯୁବତୀ ଛପାଇଥିବା ଲେଖାଯାଇଛି। ହେଲେ ଏହି ବିଜ୍ଞାପନଟି କେଉଁ ଖବରକାଗଜରେ ଛପା ହୋଇଛି, ତାହା ଜଣାପଡ଼ିନି। ରିୟା ସେଥିରେ ଲେଖିଛନ୍ତି, ସେ ଜଣେ ଜୀବନସାଥୀ ସହିତ ରିଲ ପାର୍ଟନର ଖୋଜୁଛି। ଯିଏ କି କ୍ୟାମେରା ସମ୍ମୁଖରେ ଲାଜ କରୁ ନ ଥିବ ଏବଂ ତାଙ୍କ ସହ ରିଲେଶନଶିପ ରିଲ୍ କରିବାକୁ ପ୍ରସ୍ତୁତ ଥିବ, କଣ୍ଟେଣ୍ଟ ତିଆରି କରିଥିବା ଜାଣିଥିବ, ସେହି ପୁଅର ଯୌଥ ପରିବାର ନ ଥିବ। ଏଥିସହ ସେ ଯୁବତୀଙ୍କ ଭିଡିଓକୁ ଏଡିଟ୍ କରିପାରୁଥିବା ଦରକାର। ରିୟା ବିଜ୍ଞାପନରେ ତାଙ୍କ ଇ-ମେଲ୍ ଆଇଡି ମଧ୍ୟ ଦେବା ସହ ସେ ଆମାଜନ୍ ମିନି ଟିଭିର ଏକ ଶୋ’ ବାବଦରେ ମଧ୍ୟ କହିଛନ୍ତି।
ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା
ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…
ଜୟପୁରରେ ବଡ଼ ଧରଣର ଲୁଟ୍
ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…
ଫୋନ୍ ଟ୍ୟାପିଂ ଅଭିଯୋଗ ଉପରେ ସାମ୍ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…
ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି…
ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି, ସତର୍କ କଲା ଜଳସମ୍ପଦ ବିଭାଗ
ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ବୁଧବାରଠାରୁ ଶନିବାର ଯାଏଁ ପ୍ରବଳ ପବନ ଓ ବର୍ଷା ହେବା ନେଇ…
ସାନଖେମୁଣ୍ଡି ବିଦ୍ୟାଳୟ ପାଇଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅଞ୍ଚଳ ପାଇଁ ଗୌରବ
ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…
୨୦ ଲକ୍ଷ ହେରଫେର: ଏନ୍ଏସି ସହକାରୀ ହିସାବ ରକ୍ଷକ ଗିରଫ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଏନ୍ଏସିର ସହକାରୀ ହିସାବରକ୍ଷକ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ଦିପ ଚନ୍ଦ୍ରକାରଙ୍କ…
ମହାଦେବ ବେଟିଂ ଆପ୍ ମାମଲା: ସିବିଆଇର ବଡ଼ ଚଢ଼ାଉ, ବହୁ ଦସ୍ତାବିଜ୍ ଜବତ
ନୂଆଦିଲ୍ଲୀ,୧୪ା୧୧: ମହାଦେବ ଅନ୍ଲାଇନ୍ ବେଟିଂ ଆପ୍ ମାମଲାର ତଦନ୍ତ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ୬ ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ତଲାସି…
୩୨୮ ଜଣଙ୍କୁ ନୂତନ ଭାବେ ମିଳିଲା ଭତ୍ତା
ଗୁଡ଼ାରି, ୧୪।୧୧ (ପ୍ରମୋଦ କୁମାର ପତି): ଶନିବାର ଗୁଡ଼ାରି ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ନୂତନ ପେନସନ ପୋର୍ଟାଲ (UPMP) ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଗୁଡ଼ାରି…

