ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା ସ୍ବାଭାବିକ ହୋଇପାରି ନାହିଁ। ଜିଲାର ମଣ୍ଡିକୁ ବିକ୍ରି ପାଇଁ ଯେଉଁ ହାରରେ ଧାନ ଆସୁଛି, ସେହି ଅନୁପାତରେ ଧାନ କିଣାଯାଉ ନଥିବା ଅଭିଯୋଗ ହେଉଛି। ଫଳରେ ମଣ୍ଡି ଗୁଡ଼ିକରେ ବିକ୍ରି ଅପେକ୍ଷାରେ ପଡ଼ି ରହୁଥିବା ଧାନ ଦିନକୁ ଦିନ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଜିଲାର ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମଧ୍ୟ ପହଞ୍ଚି ପାରି ନାହିଁ। ଅନ୍ୟପଟେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି କରିଥିବାରୁ ଚାଷୀ ମହଲରେ ଖୁସି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାର ଧାନ କୁଇଣ୍ଟାଲ ବାବଦକୁ ଦେଉଥିବା ଇନପୁଟ୍‌ ଆସିଷ୍ଟାଣ୍ଟରୁ ୬୯ ଟଙ୍କା ହ୍ରାସ କରି ଦେଇଛନ୍ତି। ପୂର୍ବରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ପାଉଥିଲେ। ମାତ୍ର ଏବେ ଚାଷୀଙ୍କୁ ଇନପୁଟ୍‌ ଆସିଷ୍ଟାଣ୍ଟ ବାବଦକୁ ଚାଷୀଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୭୩୧ ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ନେଇ ସରକାରଙ୍କ ବିରୋଧରେ ଚାଷୀମାନେ ବିଷୋଦଗାର କରିଥିବା ବେଳେ ଅସନ୍ତୋଷ ତେଜି ଉଠିଛି।
ଅନ୍ୟବର୍ଷ ତୁଳନାରେ ଏଥର ଧାନ କିଣାବିକାରେ ଚାଷୀମାନଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡିଛି। ଜିଲାରେ ପ୍ରଥମଥର ପାଇଁ ଅନ୍ୟବର୍ଷ ତୁଳନାରେ ପ୍ରାୟ ମାସେ ପରେ ଅର୍ଥାତ୍‌ ଗତମାସ ୨୮ତାରିଖ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଗୁଡ଼ିକ ଖୋଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଜିଲାରେ ବିଭିନ୍ନ ମଣ୍ଡିରେ ଧାନ କିଣାବିକା ହୋଇ ପାରି ନାହିଁ। ଏଭଳି ସ୍ଥିତିକୁ ନେଇ ୩ଦିନ ତଳେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଗୋଡ଼ତଳେ ଧାନବସ୍ତା ରଖି ମୁଣ୍ଡିଆ ମାରିବା ସହିତ ସମସ୍ୟା ସମାଧାନ ପାଇଁ ଆକୁଳ ନିବେଦନ କରିଥିଲେ।
ଏହାସତ୍ତ୍ୱେ ଜିଲାରେ ଧାନ କିଣାବିକା ସମସ୍ୟାରେ ସୁଧାର ଆସି ନାହିଁ। ଏବଂ ଆଗାମୀ ଫସଲ ପାଇଁ ଚାଷୀମାନେ ପ୍ରସ୍ତୁତ ମଧ୍ୟ ହୋଇ ପାରୁ ନାହାନ୍ତି। ଅନ୍ୟପଟେ ଧାନବିକ୍ରି ଦାବିରେ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଧାରଣା ଦେଇଥିବାବେଳେ ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ାରେ ଚାଷୀମାନେ ତାଲା ମାରି ଧାନ ଉଠାଣରେ ମନ୍ଥରତାର ପ୍ରତିବାଦ କରିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ଧାନଦରକୁ ନେଇ ଚାଷୀ ଅସନ୍ତୋଷ ଦ୍ୱିଗୁଣିତ ହେବାରେ ଲାଗିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ନିର୍ବାଚନୀ ପ୍ରଚାର ସମୟରେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଶାସନକୁ ଆସୁ ଆସୁ ରାଜ୍ୟର ଭାଜପା ସରକାର ତାହା ପ୍ରଦାନ ମଧ୍ୟ କରିଥିଲେ। ଏହାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା।
କିନ୍ତୁ ଏବେ କେନ୍ଦ୍ର ସରକାର ଯେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ କୁଇଣ୍ଟାଲ ପ୍ରତି ୨୩୦୦ରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଛନ୍ତି, ସେତେବେଳେ ରାଜ୍ୟ ସରକାର ଧାନର ଇନପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ କରିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଏମ୍‌ଏସ୍‌ପି ୨୩୦୦ ଟଙ୍କା ଏବଂ ଇନପୁଟ୍‌ ଆସିଷ୍ଟାଣ୍ଟ ୮୦୦ ଟଙ୍କା ଭାବେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ମୋଟ୍‌ ୩୧୦୦ ଟଙ୍କା ପାଉଥିଲେ। ତେବେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଥିବାରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା କରିଥିଲେ। ମାତ୍ର ରାଜ୍ୟ ସରକାର ଇନପୁଟ୍‌ ଆସିଷ୍ଟାଣ୍ଟକୁ ୬୯ଟଙ୍କା ହ୍ରାସ କରି ଦେଇଥିବାରୁ ଚାଷୀଙ୍କ ଇନପୁଟ୍‌ ଆସିଷ୍ଟାଣ୍ଟ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରୁ ୭୩୧ ଟଙ୍କାକୁ ଖସି ଯାଇଛି ଏବଂ ଚାଷୀମାନଙ୍କୁ ନିରାଶ କରିଛି। ବରଗଡ଼ ଗୋବିନ୍ଦପାଲିର ଜଣେ ଚାଷୀ ସୁବଳ ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୬୯ଟଙ୍କା ବୃଦ୍ଧି କରିଥିବାରୁ ସେ ଏଥର ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ। ମାତ୍ର ତାହା ହେଲାନି ଏବଂ ଧାନ କୁଇଣ୍ଟାଲ ପ୍ରତି(ଇନପୁଟ୍‌ ଆସିଷ୍ଟାଣ୍ଟ୍‌ ସହିତ) ପୂର୍ବବତ୍‌ ୩୧୦୦ ଟଙ୍କା ସେ ପାଇଥିବା କହିଛନ୍ତି। ତେବେ ଆଗରୁ ତାଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ମିଳୁଥିଲା, ମାତ୍ର ଏଥର ଧାନ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ଏବଂ ଏମ୍‌ଏସପି ବାବଦକୁ ୨୩୬୯ ଟଙ୍କା ସେ ପାଇଥିବା ସୁବଳ କହିଛନ୍ତି। ସେହିପରି ଚାଷୀନେତା ଏକାଦଶିଆ ସାହୁ କହିଛନ୍ତି, ନିର୍ବାଚନ ପୂର୍ବରୁ ଭାଜପା ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଦେବ ବୋଲି କହିଥିଲା। ଚାଷୀମାନେ ବିଶ୍ୱାସ କରି ଏକପାଖିଆ ମତଦାନ କରି ଭାଜପାକୁ ଶାସନକୁ ଆଣିଲେ। ଏବେ ଚାଷୀଙ୍କୁ ଧୋକା ମିଳିଛି ବୋଲି ସାହୁ କହଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?