ଟିକସ କମାଅ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଗଲା ମାସରେ କେନ୍ଦ୍ର ସରକାର ଯେତେବେଳେ ଘରୋଇ ରନ୍ଧନ ଗ୍ୟାସ ଏଲ୍‌ପିଜିର ସିଲିଣ୍ଡର ପିଛା ମୂଲ୍ୟ ୨୦୦ଟଙ୍କା ହ୍ରାସ କଲେ, ସେତେବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇବା ଆଶା କରାଯାଉଥିଲା। ମାତ୍ର ଏବେ ଏହି ଆଶା କେବଳ ଆଶାରେ ରହିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବା ବାହୁଲ୍ୟ ଯେ ଗତ ୩ମାସ ଧରି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢି ବଢି ଚାଲିଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢିଲେ, ଆମ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢିଥାଏ। ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବା ପରେ ଦୈନନ୍ଦିନ ଏହାର ମୂଲ୍ୟ ତୈଳ କମ୍ପାନୀଗୁଡିକ ବୃଦ୍ଧି କରିଥାନ୍ତି କିମ୍ବା ହ୍ରାସ କରିଥାନ୍ତି। କିନ୍ତୁ ଦେଶରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଗତବର୍ଷ ମେ’ ମାସଠାରୁ ଅର୍ଥାତ୍‌ ଗତ ୧୬ମାସ ଧରି ସ୍ଥିର ରହିଛି । ଏବେ ଗତ ୩ମାସ ଧରି କ୍ରମାଗତ ଭାବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୦୦ଡଲାର ଅତିକ୍ରମ କରିଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏବେ ବୃଦ୍ଧି ପାଇବାର ସମ୍ଭାବନା ଆଦୌନାହିଁ। ଆଗକୁ ତଥା ଚଳିତ ବର୍ଷ ଶେଷ ଆଡକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ୨୦୨୪ ଏପ୍ରିଲ କିମ୍ବା ମେ’ ମାସରେ ଦେଶରେ ଲୋକସଭା ନିର୍ବାଚନ ହେବ। ତେଣୁ ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢିବ ନାହିଁ କିମ୍ବା ହ୍ରାସ ପାଇବନାହିଁ। ମୂଲ୍ୟ ସ୍ଥିର ରହିବ।
ସ୍ମରଣ କରାଯାଇପାରେ ଯେ ହିମାଚଳ ପ୍ରଦେଶରେ ସରକାର ଥାଇ ମଧ୍ୟ ଭାଜପା ଗୋଟିଏ ଲୋକ ସଭା ଓ ଦୁଇଟି ବିଧାନସଭା ଉପନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦେଶରେ ସେହିଦିନଠାରୁ ତୈଳ ଦରରେ ବୃଦ୍ଧି ଘଟି ନାହିଁ। ବରଂ କେନ୍ଦ୍ର ସରକାର ସେତେବେଳେ ଲିଟର ପିଛା ୫ଟଙ୍କା କେନ୍ଦ୍ରୀୟ ଟିକସ ହ୍ରାସ କରିବା ସହ ରାଜ୍ୟମାନଙ୍କୁ ମଧ୍ୟ ଟିକସ ହ୍ରାସ କରିବାକୁ ଅନୁରୋଧ କରିଥିଲେ। କେବଳ ଭାଜପା ଶାସିତ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ରକ୍ଷା କରି ଲିଟର ପିଛା ୫ରୁ ୬ଟଙ୍କା ରାଜ୍ୟ ଟିକସ କମାଇଥିଲେ। ତଥାପି ଦେଶରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦ଟଙ୍କା ଉପରେ ରହିଛି। ଅନ୍ୟପକ୍ଷରେ ଦେଶରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ମୂଲ୍ୟ ୧୧୨୫ରୁ ୧୧୩୫ ଟଙ୍କା ରହିଥିବାବେଳେ ନିର୍ବାଚନ ଓ ଖାଉଟିଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଲିଣ୍ଡର ପିଛା ୨୦୦ଟଙ୍କା ହ୍ରାସ କରିଥିଲେ। ଦେଶରେ ନିକଟ ଅତୀତରେ ତୈଳ ଦର ବୃଦ୍ଧି ଆଶଙ୍କା ନ ଥିବା ସତ୍ତ୍ୱେ ଦେଶରେ ଅର୍ଥନୀତି ଉପରେ ବିରାଟ ବୋଝ ଅର୍ଥାତ୍‌ ଚାପ ସୃଷ୍ଟି କରିଛି। ଗୋଟିଏ ପଟେ ତୈଳ କମ୍ପାନୀଗୁଡିକ ଉଚ୍ଚା ଦରରେ ଚାହିଦା ମୁତାବକ ଆମଦାନୀ କରିବାକୁ ବାଧ୍ୟ ହେଉଥିବାବେଳେ ଅନ୍ୟପଟେ କ୍ଷତିର ପରିମାଣ ମଧ୍ୟ ବଢି ଚାଲିଛି। ଏହା ସତ୍ୟ ଯେ, ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦ୍ୱାରା ପରିବହନଜନିତ ବ୍ୟୟ ଭାର ବୃଦ୍ଧି ଯୋଗୁ ବିିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି। ଖାଉଟିଙ୍କ ଉପରେ ମହଙ୍ଗା ମାଡ ଯୋଗୁ ଗୋଟିଏ ପଟେ ଖାଉଟିଙ୍କ ବ୍ୟୟ ବଢି ଚାଲିଥିବାବେଳେ ଅନ୍ୟପଟେ ‘ସଞ୍ଚୟ’ ହାର ହ୍ରାସ ପାଇଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଅନ୍ୟପକ୍ଷରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ରାଜସ୍ବ ସଂଗ୍ରହର ମୁଖ୍ୟ ଉସତ୍ ପାଲଟିଛି । କହିବା ବାହୁଲ୍ୟ ଯେ ଏକ ଲିଟର ପେଟ୍ରୋଲ ଉପରେ କେନ୍ଦ୍ର ସରକାରଙ୍କ ଟିକସ ହାର ପ୍ରାୟ ୩୩ ପ୍ରତିଶତ ରହିଥିବାବେଳେ ରାଜ୍ୟମାନଙ୍କ ଭାଟ୍‌ ଓ ଅନ୍ୟାନ୍ୟ ଟିକସ ହାର ୨୦ ପ୍ରତିଶତରୁ ଅଧିକ ରହିଛି। ଅର୍ଥାତ୍‌ ଗୋଟିଏ ଲିଟର ପେଟ୍ରୋଲର ପ୍ରକୃତ ମୂଲ୍ୟ ଉପରେ ୫୦ରୁ ୬୦ ପ୍ରତିଶତ ଟିକସ ରହିଛି, ଯାହାର ପରିଣତି ସ୍ବରୂପ ଖାଉଟି ବ୍ୟୟଭାର ଓ ମହଙ୍ଗାମାଡ଼ର ସମ୍ମୁଖୀନ ହେଉଛନ୍ତି। ଖାଉଟିଙ୍କୁ ମହଙ୍ଗାମାଡରୁ ସୁରକ୍ଷା ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନଠାରୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ଦରକାର। ତେବେ ଏହାର ଗୋଟିଏ ଉପାୟ ହେଉଛି, ତୈଳ ଉପରେ ଲାଗୁ ହୋଇଥିବା ଟିକସ ହ୍ରାସ କରିବା।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri