ଟିକସ କମାଅ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଗଲା ମାସରେ କେନ୍ଦ୍ର ସରକାର ଯେତେବେଳେ ଘରୋଇ ରନ୍ଧନ ଗ୍ୟାସ ଏଲ୍‌ପିଜିର ସିଲିଣ୍ଡର ପିଛା ମୂଲ୍ୟ ୨୦୦ଟଙ୍କା ହ୍ରାସ କଲେ, ସେତେବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇବା ଆଶା କରାଯାଉଥିଲା। ମାତ୍ର ଏବେ ଏହି ଆଶା କେବଳ ଆଶାରେ ରହିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବା ବାହୁଲ୍ୟ ଯେ ଗତ ୩ମାସ ଧରି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢି ବଢି ଚାଲିଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢିଲେ, ଆମ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢିଥାଏ। ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବା ପରେ ଦୈନନ୍ଦିନ ଏହାର ମୂଲ୍ୟ ତୈଳ କମ୍ପାନୀଗୁଡିକ ବୃଦ୍ଧି କରିଥାନ୍ତି କିମ୍ବା ହ୍ରାସ କରିଥାନ୍ତି। କିନ୍ତୁ ଦେଶରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଗତବର୍ଷ ମେ’ ମାସଠାରୁ ଅର୍ଥାତ୍‌ ଗତ ୧୬ମାସ ଧରି ସ୍ଥିର ରହିଛି । ଏବେ ଗତ ୩ମାସ ଧରି କ୍ରମାଗତ ଭାବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୦୦ଡଲାର ଅତିକ୍ରମ କରିଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏବେ ବୃଦ୍ଧି ପାଇବାର ସମ୍ଭାବନା ଆଦୌନାହିଁ। ଆଗକୁ ତଥା ଚଳିତ ବର୍ଷ ଶେଷ ଆଡକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ୨୦୨୪ ଏପ୍ରିଲ କିମ୍ବା ମେ’ ମାସରେ ଦେଶରେ ଲୋକସଭା ନିର୍ବାଚନ ହେବ। ତେଣୁ ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢିବ ନାହିଁ କିମ୍ବା ହ୍ରାସ ପାଇବନାହିଁ। ମୂଲ୍ୟ ସ୍ଥିର ରହିବ।
ସ୍ମରଣ କରାଯାଇପାରେ ଯେ ହିମାଚଳ ପ୍ରଦେଶରେ ସରକାର ଥାଇ ମଧ୍ୟ ଭାଜପା ଗୋଟିଏ ଲୋକ ସଭା ଓ ଦୁଇଟି ବିଧାନସଭା ଉପନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦେଶରେ ସେହିଦିନଠାରୁ ତୈଳ ଦରରେ ବୃଦ୍ଧି ଘଟି ନାହିଁ। ବରଂ କେନ୍ଦ୍ର ସରକାର ସେତେବେଳେ ଲିଟର ପିଛା ୫ଟଙ୍କା କେନ୍ଦ୍ରୀୟ ଟିକସ ହ୍ରାସ କରିବା ସହ ରାଜ୍ୟମାନଙ୍କୁ ମଧ୍ୟ ଟିକସ ହ୍ରାସ କରିବାକୁ ଅନୁରୋଧ କରିଥିଲେ। କେବଳ ଭାଜପା ଶାସିତ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ରକ୍ଷା କରି ଲିଟର ପିଛା ୫ରୁ ୬ଟଙ୍କା ରାଜ୍ୟ ଟିକସ କମାଇଥିଲେ। ତଥାପି ଦେଶରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦ଟଙ୍କା ଉପରେ ରହିଛି। ଅନ୍ୟପକ୍ଷରେ ଦେଶରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ମୂଲ୍ୟ ୧୧୨୫ରୁ ୧୧୩୫ ଟଙ୍କା ରହିଥିବାବେଳେ ନିର୍ବାଚନ ଓ ଖାଉଟିଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଲିଣ୍ଡର ପିଛା ୨୦୦ଟଙ୍କା ହ୍ରାସ କରିଥିଲେ। ଦେଶରେ ନିକଟ ଅତୀତରେ ତୈଳ ଦର ବୃଦ୍ଧି ଆଶଙ୍କା ନ ଥିବା ସତ୍ତ୍ୱେ ଦେଶରେ ଅର୍ଥନୀତି ଉପରେ ବିରାଟ ବୋଝ ଅର୍ଥାତ୍‌ ଚାପ ସୃଷ୍ଟି କରିଛି। ଗୋଟିଏ ପଟେ ତୈଳ କମ୍ପାନୀଗୁଡିକ ଉଚ୍ଚା ଦରରେ ଚାହିଦା ମୁତାବକ ଆମଦାନୀ କରିବାକୁ ବାଧ୍ୟ ହେଉଥିବାବେଳେ ଅନ୍ୟପଟେ କ୍ଷତିର ପରିମାଣ ମଧ୍ୟ ବଢି ଚାଲିଛି। ଏହା ସତ୍ୟ ଯେ, ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦ୍ୱାରା ପରିବହନଜନିତ ବ୍ୟୟ ଭାର ବୃଦ୍ଧି ଯୋଗୁ ବିିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି। ଖାଉଟିଙ୍କ ଉପରେ ମହଙ୍ଗା ମାଡ ଯୋଗୁ ଗୋଟିଏ ପଟେ ଖାଉଟିଙ୍କ ବ୍ୟୟ ବଢି ଚାଲିଥିବାବେଳେ ଅନ୍ୟପଟେ ‘ସଞ୍ଚୟ’ ହାର ହ୍ରାସ ପାଇଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଅନ୍ୟପକ୍ଷରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ରାଜସ୍ବ ସଂଗ୍ରହର ମୁଖ୍ୟ ଉସତ୍ ପାଲଟିଛି । କହିବା ବାହୁଲ୍ୟ ଯେ ଏକ ଲିଟର ପେଟ୍ରୋଲ ଉପରେ କେନ୍ଦ୍ର ସରକାରଙ୍କ ଟିକସ ହାର ପ୍ରାୟ ୩୩ ପ୍ରତିଶତ ରହିଥିବାବେଳେ ରାଜ୍ୟମାନଙ୍କ ଭାଟ୍‌ ଓ ଅନ୍ୟାନ୍ୟ ଟିକସ ହାର ୨୦ ପ୍ରତିଶତରୁ ଅଧିକ ରହିଛି। ଅର୍ଥାତ୍‌ ଗୋଟିଏ ଲିଟର ପେଟ୍ରୋଲର ପ୍ରକୃତ ମୂଲ୍ୟ ଉପରେ ୫୦ରୁ ୬୦ ପ୍ରତିଶତ ଟିକସ ରହିଛି, ଯାହାର ପରିଣତି ସ୍ବରୂପ ଖାଉଟି ବ୍ୟୟଭାର ଓ ମହଙ୍ଗାମାଡ଼ର ସମ୍ମୁଖୀନ ହେଉଛନ୍ତି। ଖାଉଟିଙ୍କୁ ମହଙ୍ଗାମାଡରୁ ସୁରକ୍ଷା ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନଠାରୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ଦରକାର। ତେବେ ଏହାର ଗୋଟିଏ ଉପାୟ ହେଉଛି, ତୈଳ ଉପରେ ଲାଗୁ ହୋଇଥିବା ଟିକସ ହ୍ରାସ କରିବା।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri