ଲୋହିତ ସାଗର ବିପଦ

କୋଭିଡ୍‌-୧୯ ମହାମାରୀ ପରେ ବିଶ୍ୱର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ପୂର୍ବାବସ୍ଥାକୁ ଫେରୁଥିବାବେଳେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ଚରମ ପାଣିପାଗ ସ୍ଥିତି ଏଥିରେ ବାଧା ସୃଷ୍ଟିକରି ଆସୁଛି। ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ୭ ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ମୁଖ୍ୟତଃ ହମାସ୍‌ ଉଗ୍ରବାଦୀଙ୍କୁ ମୂଳପୋଛ କରିବା ଲାଗି ଇସ୍ରାଏଲ ଆକ୍ରମଣ ତୀବ୍ର କରିଛି। ଇସ୍ରାଏଲକୁ ପାଶ୍ଚାତ୍ୟ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ଇରାନ ସମର୍ଥିତ ୟେମେନ୍‌ର ହୁଟି ଉଗ୍ରବାଦୀମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଚିନ୍ତାର ବିଷୟ ହେଉଛି, ହୁଟି ଉଗ୍ରବାଦୀମାନେ ଲୋହିତ ସାଗରରେ ପଣ୍ୟବାହୀ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିଦେଇଛନ୍ତି। ନଭେମ୍ବର ୧୯ରୁ ଏଯାବତ୍‌ ଉଗ୍ରବାଦୀମାନେ ଲୋହିତ ସାଗରରେ ଛୋଟ ବଡ଼ ନେଇ ୨୩ଟି ଆକ୍ରମଣ କରିସାରିଲେଣି। ଡିସେମ୍ବର ଶେଷଭାଗରେ ଭାରତର ୨ଟି ଓ ଡେନ୍‌ମାର୍କର ମାଏର୍ସ୍କ ହାଙ୍ଗ୍‌ଝୋଉ ଜାହାଜ ଉପରେ ଲଗାତର ଆକ୍ରମଣ କରିଛି। ଉଲ୍ଲେଖନୀୟ ଯେ,ବିଶ୍ୱ ବାଣିଜ୍ୟର ପାଖାପାଖି ୧୨% ଏବଂ ବିଶ୍ୱରେ ମୋଟ ପାଣିଜାହାଜ ପରିବହନର ୩୦% ଏହି ସାଗରରେ ହୋଇଥାଏ। ଏହିି ବାଟ ଦେଇ ଅଶୋଧିତ ତୈଳ, ପାମ୍‌ ଅଏଲ ଭଳି ବିଭିନ୍ନ ଖାଇବାତେଲ, ଖାଦ୍ୟଶସ୍ୟ, ମେଶିନ ଓ ବୈଦ୍ୟୁତିକ ସରଞ୍ଜାମ, ଗାଡ଼ି, ହସ୍ତକଳା ସାମ୍ରଗୀ, ପୋଷାକ ଏବଂ ଚମଡ଼ା ଇତ୍ୟାଦି କାରବାର ହୋଇଥାଏ। ଏହାର ବାର୍ଷିକ ମୂଲ୍ୟ ଅନେକ ଶହ ବିଲିୟନ ଡଲାର। ଏଣୁ ଲୋହିତ ସାଗରରେ କୌଣସି ପ୍ରକାର ବାଣିଜି୍ୟକ ବାଧା ଯୋଗୁ ଖାଦ୍ୟଶସ୍ୟ ଓ ତୈଳ ଦର ବୃଦ୍ଧିର ଆଶଙ୍କା ରହିଛି। କ୍ଷୁଧା ସଙ୍କଟ ମଧ୍ୟ ଦେଖାଦେବା ସମ୍ଭାବନା ଅଛି। ସ୍ମରଣଯୋଗ୍ୟ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ କୃଷ୍ଣ ସାଗରରେ ବାଣିଜି୍ୟକ କଟକଣା ବିଶ୍ୱରେ ଖାଦ୍ୟଶସ୍ୟ ଅଭାବ ଓ ମୂଲ୍ୟ ବୃଦ୍ଧି ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ମୁଖ୍ୟତଃ ଦକ୍ଷିଣ ଆଫ୍ରିକୀୟ ଓ ନିମ୍ନ ଆୟବର୍ଗର ଅନେକ ଦେଶ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲେ, ଯାହା ଏଯାବତ ସମ୍ପୂର୍ଣ୍ଣ ଭରଣା ହୋଇପାରିନାହିଁ। ତେବେ ୨୦୨୩ର ଦ୍ୱିତୀୟାର୍ଦ୍ଧରେ ରୁଷିଆ କଟକଣା କୋହଳର କରି ଯାଞ୍ଚ ବ୍ୟବସ୍ଥା ସର୍ତ୍ତରେ ବାଣିଜ୍ୟକୁ ଅନୁମତି ଦେବା ଯୋଗୁ ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ବର୍ତ୍ତମାନ ଲୋହିତ ସାଗରରେ ହେଉଥିବା ଆକ୍ରମଣକୁ ରୋକା ନ ଗଲେ ବିଶ୍ୱ ବାଣିଜ୍ୟ ପୁନଃ ପ୍ରଭାବିତ ହେବା ସହ ଅର୍ଥ ବ୍ୟବସ୍ଥା ନକାରାମତ୍କ ପରିଣାମ ସ୍ନାମ୍ନା କରିବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରିଦେଇଛନ୍ତି। କେବଳ ହୁଟି ନୁହେଁ, ଲେବାନନ୍‌ର ହିଜ୍‌ବୁଲା ଓ ଇରାକରେ ଇରାନ ପ୍ରୋତ୍ସାହିତ ଉଗ୍ରବାଦୀମାନେ ମଧ୍ୟ ସକ୍ରିୟ ହୋଇଯାଇଛନ୍ତି। ବିଶ୍ୱରେ ବୃହତ୍‌ ଶକ୍ତିଗୁଡ଼ିକ ଦ୍ୱାରା ସୃଷ୍ଟି କରାଯାଉଥିବା ଯୁଦ୍ଧ ସ୍ଥିତିରୁ ସେମାନେ ଫାଇଦା ଉଠାଇବାକୁ ଚାହଁୁଛନ୍ତି। କାରଣ ଏସବୁ ଉଗ୍ରବାଦୀଙ୍କ ନିକଟରେ ବାଲିଷ୍ଟିକ୍‌ ମିଶାଇଲ ଓ ଅତ୍ୟାଧୁନିକ ଡ୍ରୋନ୍‌ ରହିଛି। ମାନବତା ପ୍ରତି ବିପଦ ସୃଷ୍ଟି କରୁଥିବା ଏଭଳି ଉଗ୍ରବାଦୀଙ୍କ କବଳରୁ ବାଣିିଜ୍ୟ ପଥକୁ ମୁକ୍ତକରିବା ଜରୁରୀ ହୋଇପଡ଼ିଛି। ଏହାକୁ ଲକ୍ଷ୍ୟ କରି ଲୋହିତ ସାଗରରେ ଆମେରିକା ହୁଟି ଉଗ୍ରବାଦୀଙ୍କ ଉପରେ କରିଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଆମେରିକା ନେତୃତ୍ୱରେ ପ୍ରସ୍ତାବିତ ବହୁଦେଶୀୟ ନୌସେନା ଦ୍ୱାରା ଗଠିତ ଅପରେଶନ ପ୍ରସ୍‌ପରିଟି ଗାର୍ଡିଅନ(ଓପିଜି) ହୁଏତ କିଛି ସମାଧାନର ବାଟ ବାହାର କରିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।
ଭାରତର ସମୁଦ୍ର ପଥରେ ବାଣିଜି୍ୟକ କାରବାରକୁ ଦେଖିଲେ ଭାରତ ମହାସାଗର ଓ ଲୋହିତ ସାଗରର ଭୂମିକା ଅଧିକ। ଏକ ଆକଳନରୁ ଜଣାପଡ଼ିଛି ଯେ ୟୁରୋପ, ଆଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଭାରତ ପ୍ରାୟ ୨୨୫-୨୩୦ ବିଲିୟନ ଡଲାର ମୂଲ୍ୟର ଜିନିଷ ରପ୍ତାନି କରେ। କିନ୍ତୁ ଦକ୍ଷିଣ ଲୋହିତ ସାଗରରେ ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଏବେ ଭାରତ ମହାସାଗର ଓ ଲୋହିତ ସାଗରରେ ବାଣିଜ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିଛି। ଚାଇନାର ବାଣିଜି୍ୟକ କାରବାର ମଧ୍ୟ ଲୋହିତ ସାଗର ଉପରେ ଅଧିକ ନିର୍ଭରଶୀଳ। କିନ୍ତୁ ଆମେରିକାର ପ୍ରସ୍ତାବିତ ଓପିଜିରେ ତାହା ସାମିଲ ହୋଇନାହିଁ। ଇରାନ ବି ଦୂରେଇ ରହିଛି। ତେବେ ଭାରତର ବାଣିଜ୍ୟ ସ୍ବାର୍ଥକୁ ବିଚାରକୁ ନେଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଚାଇନାର ପ୍ରଭାବ ହ୍ରାସ କରିବା ଲାଗି ଆମେରିକା ନେତୃତ୍ୱରେ ଯେଭଳି ଚତୁଃରାଷ୍ଟ୍ରୀୟ ସାମରିକ ମେଣ୍ଟ କ୍ୱାଡ୍‌ ଗଠନ କରାଯାଇଛି ସେହିଭଳି ଲୋହିତ ସାଗରରେ ଉଗ୍ରବାଦୀଙ୍କ ଦାଦାଗିରିକୁ ଓପିଜି ମାଧ୍ୟମରେ ପ୍ରତିହତ କରାଯିବା ଜରୁରୀ। ଭାରତ ବୁଝିବିଚାରି ଏଥିରେ ଯୋଗଦେବାର ଆବଶ୍ୟକତା ଥିବା ମନେହୁଏ।

ଭାରତର ବାଣିଜ୍ୟ ସ୍ବାର୍ଥକୁ ବିଚାରକୁ ନେଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଚାଇନାର ପ୍ରଭାବ ହ୍ରାସ କରିବା ଲାଗି ଆମେରିକା ନେତୃତ୍ୱରେ ଯେଭଳି ଚତୁଃରାଷ୍ଟ୍ରୀୟ ସାମରିକ ମେଣ୍ଟ କ୍ୱାଡ୍‌ ଗଠନ କରାଯାଇଛି ସେହିଭଳି ଲୋହିତ ସାଗରରେ ଉଗ୍ରବାଦୀଙ୍କ ଦାଦାଗିରିକୁ ଓପିଜି ମାଧ୍ୟମରେ ପ୍ରତିହତ କରାଯିବା ଜରୁରୀ। ଭାରତ ବୁଝିବିଚାରି ଏଥିରେ ଯୋଗଦେବାର ଆବଶ୍ୟକତା ଥିବା ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?