Posted inଜାତୀୟ

ଲାଲ୍‌ଟୋପି ଭାଜପାକୁ ବିପଦ

ଗୋରଖପୁର/ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ବିରୋଧୀଙ୍କ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋରଖପୁରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି (ଏସ୍‌ପି)କୁ ଟାର୍ଗେଟ କରିଥିଲେ। କହିଥିଲେ, ୟୁପି ପାଇଁ ଲାଲ୍‌ଟୋପି ଏକ ରେଡ୍‌ ଆଲର୍ଟ। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ କାଳ ବିଳମ୍ବ ନ କରି ଏହାର ଜବାବରେ କହିଛନ୍ତି, ଲାଲ୍‌ଟୋପି ୟୁପି ପାଇଁ ନୁହେଁ, ବରଂ ଭାଜପା ଲାଗି ବିପଦ। ଦୁଇ ନେତାଙ୍କ ଏଭଳି ବାକ୍ୟ ବିନିମୟ ୟୁପି ଭୋଟରଙ୍କୁ ଆମୋଦିତ କରିଛି।
ୟୁପି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିଲେ ହେଁ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରଖପୁରରେ ଏକ ଏମ୍ସ ଏବଂ ସାର କାରଖାନାକୁ ଉଦ୍‌ଘାଟନ କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ସମଗ୍ର ୟୁପି ଜାଣିଛି ଯେ ଯେଉଁମାନେ ଲାଲ୍‌ଟୋପି ପିନ୍ଧନ୍ତି ସେମାନେ ଲୋକଙ୍କ ଦୁଃଖ ଯନ୍ତ୍ରଣାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି। ଲାଲ୍‌ଟୋପି ପରିଧାନ କରୁଥିବା ଲୋକେ କେବଳ କ୍ଷମତା ଚାହାନ୍ତି। ସେମାନେ କ୍ଷମତାକୁ ଆସିଲେ ଦୁର୍ନୀତି କରନ୍ତି, ଲୋକଙ୍କ ଉତ୍ସକୁ ହଡ଼ପ କରନ୍ତି ଏବଂ ମାଫିଆମାନଙ୍କୁ ସ୍ବାଧୀନତା ଦିଅନ୍ତି ବୋଲି ମୋଦି ସମାଲୋଚନା କରିଥିଲେ। ଲାଲ୍‌ଟୋପି ସମାଜବାଦୀ ନେତା ଓ କର୍ମୀଙ୍କ ଟ୍ରେଡ୍‌ ମାର୍କ ହୋଇଥିବାରୁ ସେ ଏପରି ଟାର୍ଗେଟ କରିଥିଲେ।
ଏହାର କିଛି ସମୟ ପରେ ମିରଟ୍‌ରେ ଏସ୍‌ପିର ଏକ ସଭା ହୋଇଥିଲା। ଉକ୍ତ ସଭାରେ ଏସ୍‌ପି ମୁଖିଆ ଅଖିଳେଶ ଯାଦବ କହିଥିଲେ, ଲାଲ୍‌ଟୋପି ପିନ୍ଧୁଥିବା ଲୋକେ ହେଉଛନ୍ତି ଭାଜପା ପାଇଁ ରେଡ୍‌ ଆଲର୍ଟ। କାରଣ ଭାଜପା ଯୋଗୁ ଦେଶରେ ଦରଦାମ ବୃଦ୍ଧି, ବେକାରି ସମସ୍ୟା, କୃଷକ ଓ ଚାଷୀଙ୍କ ଦୁଃଖ ବହୁଗୁଣିତ ହୋଇ ରେଡ୍‌ ଆଲର୍ଟ ହୋଇଛି। ସେହିପରି ହାଥ୍‌ରସ୍‌ ଓ ଲଖିମପୁର ଖେରି ଘଟଣା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ ସରକାରଙ୍କ ଅବହେଳା ଯୋଗୁ ମହିଳା ଓ ଯୁବପିଢ଼ିଙ୍କ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଓ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ୟୁପିରେ ୨୦୨୨ରେ ଲାଲ୍‌ଟୋପି ପରିବର୍ତ୍ତନ ଆଣିବ ବୋଲି ଅଖିଳେଶ କହିଥିଲେ। ଇତିମଧ୍ୟରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ନେତା ଜୟନ୍ତ ଚୌଧରୀ ସମାଜବାଦୀ ପାର୍ଟି ସହ ତାଙ୍କ ଦଳର ମେଣ୍ଟ ଚୂଡ଼ାନ୍ତ ହୋଇଥିବା ଘୋଷଣା କରିଛନ୍ତି। ଜୟନ୍ତ କହିଛନ୍ତି, ଆସନ୍ତା ବିଧାନସଭାରେ ଦୁଇଦଳ ଏକାଠି ଲଢ଼ିବେ। କ୍ଷମତାକୁ ଆସିଲେ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ ବେଳେ ଶହୀଦ ହୋଇଥିବା କୃଷକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରତିଷ୍ଠା କରାଯିବ। ଏଥର ୟୁପି ଭୋଟର ଭାଜପାକୁ ମୁହଁତୋଡ଼ ଜବାବ ଦେବାକୁ ଯାଉଛନ୍ତି ବୋଲି ଜୟନ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?