ନିଯୁକ୍ତିର ବାର୍ତ୍ତା

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟଗୁଡ଼ିକରେ ଯୁଗ୍ମ ସଚିବ ସ୍ତରରେ ୪୮ ଜଣ ବାବୁଙ୍କ ନିଯୁକ୍ତି ଏକ ସାଧାରଣ ବିଷୟ ଜଣାପଡ଼ୁଛି। କିନ୍ତୁ ତାହା ନୁହେଁ। ଯେତେବେଳେ କୃଷି, ବାଣିଜ୍ୟ, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ ଏବଂ ଗୃହ ବିଭାଗରେ ନିଯୁକ୍ତି କାଟଛାଣ୍ଟ କରାଯାଏ, ସେତେବେଳେ ଖାଲି ପଦବୀ ପୂରଣ ହୁଏ ନାହିଁ ଏବଂ ପୁନର୍ଗଠନକୁ ନେଇ ସରକାରଙ୍କ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହୋଇଥାଏ। ଯୁଗ୍ମ ସଚିବମାନେ ସେହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଥାନ୍ତି, ଯେଉଁଠାରେ ସେମାନଙ୍କୁ ନୀତି ବଦଳରେ ବାସ୍ତବ ଦୁନିଆ ସହ ସମ୍ପର୍କ ରଖିବାକୁ ହୁଏ। ବିଭିନ୍ନ ବିଷୟ କିଭଳି ଭଲରେ ହୋଇପାରିବ ସେଥିରେ ପରିବର୍ତ୍ତନ ଆଣିବାକୁ ହେବ। ଏହାକୁ ଲକ୍ଷ୍ୟକରି ହାର୍ଦ୍ଦିକ ସତୀଶଚନ୍ଦ୍ର ଶାହାଙ୍କୁ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତ କରାଯାଇଛି। ସ୍ପଷ୍ଟ ଭାବରେ, ଏହା ଏକ ଅଦଳବଦଳ ନୁହେଁ; ଏହା ଏକ ଲମ୍ବା ପ୍ରକ୍ରିୟାର ଅଂଶ। ମୋଦି ସରକାର ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟକୁ ଧୀରେ ଧୀରେ ଦୃଢ଼ କରିଆସୁଛନ୍ତି। ଯେଉଁ ଅଧିକାରୀ ଠିକ ଭାବେ ଦକ୍ଷତାର ସହିତ ଫାଇଲଗୁଡ଼ିର କାର୍ଯ୍ୟ କରନ୍ତି ଏବଂ ରାଜନୈତିକ ଦିଗ ସହିତ ତାଳ ରଖି ଚାଲନ୍ତି, ସେମାନଙ୍କୁ ସମର୍ଥନ କରୁଛନ୍ତି। ତେବେ ଚଳିତ ବର୍ଷ ଶେଷ ଆଡ଼କୁ ଆଉ ଏକ ପରିବର୍ତ୍ତନ ଆଶା କରାଯାଉଛି ଏବଂ ଏହା ୨୦୨୯ ପାଇଁ ରାସ୍ତା ସଜାଡ଼ିବା ପରି ଜଣାପଡ଼ୁଛି। ତେବେ ସରକାର କେବଳ ଘୋଷଣାରେ ଚାଲି ନ ଥାଏ; ସେମାନେ କାର୍ଯ୍ୟାନ୍ବୟନ ଉପରେ ଆଗକୁ ବଢ଼ିିଥାନ୍ତି। ଏବଂ ଭାରତରେ ଠିକ ଲୋକଙ୍କୁ ଠିକ ସ୍ଥାନରେ ରଖିଲେ ବିଷୟଗୁଡ଼ିକ ଆଗକୁ ବଢ଼ିବ। ଭୁଲ୍‌ କଲେ ପ୍ରମୁଖ ଯୋଜନାଗୁଡ଼ିକ ଅଟକି ଯିବ। ବାବୁଙ୍କ ଅଦଳବଦଳ ସର୍ବଦା ଅଧିକ ରାଜନୈତିକ ବାର୍ତ୍ତା ଦେଇଥାଏ। ଯେଉଁ ପ୍ରକଳ୍ପଗୁଡ଼ିକରେ ସ୍ଥିର ତଥା ଦକ୍ଷ ଅଧିକାରୀ ଆବଶ୍ୟକ ହୁଅନ୍ତି, ସେଥିରେ ସର୍ବଦା ପରିବର୍ତ୍ତନ କଲେ ଲାଭ ମିଳିବ ନାହିଁ। ତଥାପି, ଅଦଳବଦଳ ପଛର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ବିଶ୍ୱସ୍ତ ଅଧିକାରୀଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରିବା।
ପୁରୁଣା ଅଭ୍ୟାସ ବଦଳିବ କି
ଯେତେବେଳେ କ୍ଷମତା ପରିବର୍ତ୍ତନ ହୁଏ, ସେତେବେଳେ ଭାରତର ରାଜ୍ୟଗୁଡ଼ିକ ଯେଭଳି ଅମଲାତନ୍ତ୍ରିକ ପୁନର୍ଗଠନ କରନ୍ତି ତାହା ଏବେ ବିହାରରେ ହେବାକୁ ଯାଉଛି। ପୁନର୍ଗଠନ କ’ଣ ହାସଲ କରିବା ପାଇଁ ଉଦ୍ଦିଷ୍ଟ ତାହାର ଏକ ସ୍ପଷ୍ଟ ଧାରଣା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ସମ୍ପର୍କରେ ଏକ ଗଭୀର ଛାପ ଛାଡ଼ିଛନ୍ତି। ସମ୍ରାଟ ଚୌଧୁରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ବାବୁଙ୍କୁ ଏଣେତେଣେ ସ୍ଥାନାନ୍ତର ନ କରି ଏକ ଦୃଢ଼ କୋର ଟିମ୍‌ ଗଠନ କରିବା, ଶିଳ୍ପକୁ ବୁଝିପାରୁଥିବା ଟେକ୍ନୋକ୍ରାଟଙ୍କୁ ଆଣିବା ଏବଂ ବିହାରକୁ ଉତ୍ପାଦନକୈନ୍ଦ୍ରିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେବା ଦରକାର । ବିହାର ଦୀର୍ଘଦିନ ଧରି ଏସବୁ ଉପରେ ପ୍ରତିଶ୍ରୁତି ଦେଇଆସିଛି,କିନ୍ତୁ ପୂରଣ ହୋଇନାହିଁ। ବିହାର ସଂଘର୍ଷ କରିଛି। ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଏବଂ ଅଟୋମୋବାଇଲ ଉପରେ ଧ୍ୟାନଦେବା ଦରକାର । ଏଗୁଡ଼ିକ ହେଉଛି ବୃଦ୍ଧିଶୀଳ ଏବଂ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ। କିନ୍ତୁ ଏହିସବୁ କ୍ଷେତ୍ର ବୃଦ୍ଧି ପାଉନାହିଁ। ନୀତି କେବଳ କାଗଜପତ୍ରରେ ସୀମିତ ନ ରହି ବାସ୍ତବ କାର୍ଯ୍ୟରେ ପ୍ରତିଫଳନ ହେଲେ ଏଗୁଡ଼ିକ ବୃଦ୍ଧି ପାଇଥାଏ। ଭାରତ ପୂର୍ବରୁ ଚେଷ୍ଟା କରିଥିବା ‘କୋର୍‌ ଟିମ ପ୍ଲସ ଟେକ୍ନୋକ୍ରାଟ୍ସ’ ପଦ୍ଧତି ବିହାରରେ ପରୀକ୍ଷା କରାଯାଇପାରେ। ଶୀର୍ଷ ପଦାଧିକାରୀଙ୍କୁ ପରିବର୍ତ୍ତନ କରିବା ଏବଂ ତଳ ଅମଲାତନ୍ତ୍ରକୁ ଅକ୍ଷୁଣ୍ଣ ରଖିବା ଭାଜପାର ରଣନୀତି ରାଜନୈତିକ ଦୃଷ୍ଟିରୁ ଭଲ। ଏହା ପରିବର୍ତ୍ତନର ସଙ୍କେତ ଦିଏ। କିନ୍ତୁ ଏହାର ଧାରଣା ଯେ କେବଳ ନୂତନ ନେତୃତ୍ୱ ପୁରୁଣା ଅଭ୍ୟାସକୁ ପରିବର୍ତ୍ତନ କରିପାରିବ। ଚୌଧୁରୀଙ୍କୁ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ବିହାରରେ ଯୁବ କର୍ମଶକ୍ତି ଅଛି, ଚାହିଦା ବୃଦ୍ଧି ପାଉଛି ଏବଂ ପୂର୍ବ ଭାରତର ବିକାଶରେ ସାମିଲ ହେବାର ସୁଯୋଗ ରହିଛି।
ସ୍ମାର୍ଟ ଅଧିକାରୀ
ନିୟମିତ ଭାବେ କିଛି ବର୍ଷ ଅନ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଠିକ୍‌ ଲୋକଙ୍କୁ ଖୋଜିବାର ଧାରଣା ପ୍ରକାଶ ପାଇଥାଏ। ପିଏମ୍‌ଓ ଏବଂ ନୀତି ଆୟୋଗ ବାବୁମାନଙ୍କ ଭିତରୁ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ପାଇଁ ଖୋଜାଯିବା ବିଷୟକୁ ନେଇ ଏବେ ଗୁଞ୍ଜରଣ ସୃଷ୍ଟି ହୋଇଛି। ସମ୍ପ୍ରତି ଭାରତକୁ ଏପରି ଅଧିକାରୀମାନଙ୍କର ଆବଶ୍ୟକତା ଅଛି, ଯେଉଁମାନେ ଭିତ୍ତିଭୂମିକୁ ଆଗକୁ ବଢାଇ ପାରିବେ, ଡିଜିଟାଲ ସିଷ୍ଟମକୁ ଡିକୋଡ୍‌ କରିପାରିବେ ଏବଂ ଶାସନ ରାଜନୀତିକୁ ଆଖି ଆଗରେ ରଖିପାରିବେ। ଏଥିପାଇଁ ଏପରି ବାବୁମାନେ ଆବଶ୍ୟକ, ଯେଉଁମାନେ ଦ୍ରୁତ ଚିନ୍ତା, ଦ୍ରୁତ କାର୍ଯ୍ୟାନ୍ବୟନ କରିପାରିବେ ଏବଂ ନୀତି ଓ ବଜାର ଉଭୟରେ ଦକ୍ଷ ଥିବେ। କେବଳ ନୋଟ ଲେଖିବା ନୁହେଁ ବରଂ ପ୍ରକୃତ ଅଭିଜ୍ଞତା ଥିବା ଅଧିକାରୀମାନଙ୍କ ଉପରେ ଧ୍ୟାନଦେବା ଆବଶ୍ୟକ। ଭଲ ଅଧିକାରୀମାନେ ବିରଳ ନୁହନ୍ତି। ବିରଳ କଥା ହେଉଛି ସେମାନଙ୍କୁ ବିପଦର ମୁକାବିଲା କରିବାକୁ, ନିଷ୍ପତ୍ତି ଫେରାଇ ନେବାକୁ ଏବଂ ବିଫଳତାରୁ ବଞ୍ଚିବା ପାଇଁ ସୁଯୋଗ ଦେବା। ଯେତେବେଳେ ନେତୃତ୍ୱକୁ ଉପରୁ କଡ଼ାକଡ଼ି ଭାବରେ ସଂଯୋଜିତ କରାଯାଏ, ଏହା ପ୍ରତିଷ୍ଠାନର ପ୍ରାଥମିକତା ଏବଂ ପସନ୍ଦକୁ ପ୍ରତିଫଳିତ କରେ। ପ୍ରକୃତରେ, ଏହା ଆବଶ୍ୟକ। କିନ୍ତୁ ପ୍ରତିଭା-ଚିହ୍ନଟ, ନିଜେ ସହଜ ଅଂଶ। କଠିନ ପ୍ରଶ୍ନ ହେଉଛି ଯେ ଶେଷରେ ବ୍ୟବସ୍ଥା ଯେଉଁ ପ୍ରତିଭାଙ୍କୁ ଆବିଷ୍କାର କରିବାକୁ ଦାବି କରିଆସୁଛି ତାହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ କି?
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?