ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି ଯାଇଥିଲେ ମଧ୍ୟ କାମ ସନ୍ତୋଷଜନକ ହୋଇ ପାରିନାହିଁ। ବର୍ଷା ହେଲେ କଟାରେ ପାଣି ଭରିଯିବ। ଏଣୁ ଏବାବଦ ଅନୁଦାନ ହଡପ ଉଦ୍ଦେଶ୍ୟରେ ଠିକା ସଂସ୍ଥା ପକ୍ଷରୁ ମନ୍ଥର ଗତିରେ କାମ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ବି ବିଭାଗ ପୁନରୁଦ୍ଧାର କାର୍ଯ୍ୟରେ ତପତ୍ରତା ଦେଖାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ା
ପ୍ରକାଶ ଯେ, ସାନଟିକା-ବଡଟୀକା ରାସ୍ତାରେ ୧୪ ଏକର ପରିସୀମାର ଏମଆଇପି କଟା(ଜଳାଶୟ) ରହିଛି। ଏହି ଜଳାଶୟରେ ଗତବର୍ଷ ପଞ୍ଚାୟତ ପକ୍ଷରୁ ପୁନଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଚଳିତବର୍ଷ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି। କାମ ଦେଢ ମାସ ହେବ ଚାଲିଛି ା କିନ୍ତୁ ଅଦ୍ୟାବଧି ସୂଚନା ଫଳକ ଲଗାଯାଇନାହିଁ। ଉକ୍ତ କଟାର ମାଟି ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଅନୁଦାନ କେତେ ସେ ନେଇ ସାନଟିକା ଗ୍ରାମବାସୀଙ୍କୁ ଅନ୍ଧାରରେ ରଖାଯାଇଛି ା ପ୍ରାୟ ଦେଢ ମାସ ହେବ ଜଳାଶୟରୁ ମାଟି ପୁନରୁଦ୍ଧାର ପାଇଁ ଏକ ଚେନ ମେଶିନ ଓ ଗୋଟିଏ ଟ୍ରାକ୍ଟରରେ କାମ ଚାଲିଛି। ଏହି କାରଣରୁ କାର୍ଯ୍ୟ ସନ୍ତୋଷଜନକ ହୋଇପାରିନାହିଁ ା ଏନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ତ୍ରୀଙ୍କ ତାଗିଦ ପରେ ମଧ୍ୟ ବିଭାଗ ଓ ଠିକାଦାର ତପତ୍ରତା ଦେଖାଇନାହାନ୍ତି। କାମରେ କୌଣସି ସୁଧାର ନ ଆସିବାରୁ ଗ୍ରାମରେ ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସରୋଜ ବେହେରା କହିଛନ୍ତି, କାମରେ ସୁଧାର ଆଣିବା ପାଇଁ ଠିକା ସଂସ୍ତାକୁ ୨ ଥର ଚିଠି କରାଗଲାଣି। ଜୁଲାଇ ମାସ ପର୍ଯ୍ୟନ୍ତ କାମ ପାଇଁ ଧାର୍ଯ୍ୟ ସମୟ ସୀମା ରହିଛି। ତେବେ ସରକାରୀ ନିର୍ଦ୍ଦେଶ ମୁତାବକ ମାଟି କାମ ଜୁନ ୧୫ ଶେଷ ତାରିଖ ବୋଲି କହିବାରୁ ପାଗ ଦେଖି କାମ ହୋଇ ପାରିବ। ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ପ୍ରକଳ୍ପର ଗାର୍ଡୱାଲ ଓ ଅନ୍ୟାନ୍ୟ କାମ କରାଯିବ ବୋଲି ସେ କହିଥିଲେ। ଧାର୍ଯ୍ୟ ସମୟରେ କାମ ନହେଲେ ଟଙ୍କା ରିକଭରି କରାଯିବ ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ, ପ୍ରକଳ୍ପ କାମ ପୂର୍ବରୁ ସୂଚନା ଫଳକ ଲଗାଇବାର ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାମରେ କାହିଁକି ସୂଚନା ଫଳକ ଲଗାଯାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?