ରେଢୁଆ ସମବାୟ ସମିତିରେ ମିଳୁନି ରେକର୍ଡପତ୍ର

ରଘୁନାଥପୁର,୨।୨ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ରେଢ଼ୁଆସ୍ଥିତ କୃଷି ସେବା ସମବାୟ ସମିତିରେ ଗତ ଏକମାସ ଧରି ଅବ୍ୟବସ୍ଥା ଲାଗି ରହିଛି। ସମିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର ଉପଲବ୍ଧ ନ ଥିବାରୁ ଚାଷୀମାନେ ଜମା ରଖିଥିବା ଟଙ୍କା ଉଠାଇ ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ଏହି ସମିତିର ସମ୍ପାଦକ ସୁରେନ୍ଦ୍ରନାଥ ଦାଶ ଓ ସହ ସମ୍ପାଦକ ପ୍ରକାଶ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା। ଏହି ସମିତି ଅଫିସ କାର୍ଯ୍ୟ ସମ୍ପାଦନ ପାଇଁ ଏହି ବ୍ଲକ ଅଧୀନ ରାଢ଼ଙ୍ଗ ଓ ଜିରା କୃଷି ସେବା ସମବାୟ ସମିତି ଦାୟିତ୍ୱରେ ଥିବା ସମ୍ପାଦକ ଭଗବାନ ପ୍ରସାଦ ସ୍ବାଇଁଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏକସଙ୍ଗେ ୩ ସମିତି କାର୍ଯ୍ୟ ଚଳାଇବା କଷ୍ଟକର ହେଉଥିବାରୁ ସ୍ବାଇଁ ଚାଷୀଙ୍କ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ନିଲମ୍ବିତ ସମ୍ପାଦକ ଦାଶ କ୍ୟାଶ୍‌ବୁକ ଭଳି ଅନେକ ରେକର୍ଡ ଅଦ୍ୟାବଧି ହସ୍ତାନ୍ତର କରି ନ ଥିବାରୁ ରେଢୁଆ ସମିତିରେ ସ୍ଥିତି ଜଟିଳ ହୋଇଛି ବୋଲି ଦାୟିତ୍ୱରେ ଥିବା ସମ୍ପାଦକ ସ୍ବାଇଁ ପ୍ରକାଶ କରିଛନ୍ତି। ସମିତି ସଭାପତି ପ୍ରଦୀପ୍ତ ମହାନ୍ତି ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇବା ପରେ ନିଲମ୍ବିତ ସମ୍ପାଦକଙ୍କ ଅଫିସ କିମ୍ବା ଘରୁ ରେକର୍ଡପତ୍ର ଜବତ କରିବା ପାଇଁ ଉପଜିଲାପାଳ ଚିଠି (ନଂ .୧୭୫୫୮-୩୦/୧୨/୨୦୨୩)ରେ ପୋଲିସକୁ ଆଦେଶ ଦେଇଥିଲେ। ଏହାପରେ ରଘୁନାଥପୁର ପୋଲିସ ଗତ ୧୫ ଦିନ ତଳେ ସମିତି କାର୍ଯ୍ୟାଳୟରେ ଥିବା ଗୋଦ୍‌ରେଜ ଆଲମିରା ଭାଙ୍ଗି ତନଖି କରିଥିଲେ ସୁଦ୍ଧା ସେଥିରୁ ଅଧିକାଂଶ କାଗଜ ମିଳି ନ ଥିଲା। ଅଦ୍ୟାବଧି ସମ୍ପାଦକଙ୍କ ଘର ତନଖି ହୋଇ ନ ଥିବାରୁ ଜରୁରୀ ରେକର୍ଡପତ୍ର ମିଳିବା ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷେ ମେଡିକାଲ କ୍ଷେତ୍ରରେ ହେଉ କିମ୍ବା ଝିଅ ବିବାହ ପାଇଁ ହେଉ ଜରୁରୀ ସମୟରେ ଲୋକେ ସମିତିରେ ରଖିଥିବା ଟଙ୍କା ଉଠାଇପାରୁ ନାହାନ୍ତି। ଏପରି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସମିତି ସଭାପତି ନାଚାର ଥିବା କହିଛନ୍ତି। ସ୍ଥାନୀୟ ଅଧିବାସୀ ଦିଲୀପ ରଥ ସମିତିରୁ ଟଙ୍କା ଉଠାଇବା ପାଇଁ ବାରମ୍ବାର ଦୌଡି ନିରାଶ ହେବା ପରେ ଏଭଳି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ ନିରବ ରହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବତନ ସମ୍ପାଦକଙ୍କଠାରୁ ତୁରନ୍ତ ରେକର୍ଡ ପତ୍ର ଉଦ୍ଧାର କରି ସମିତିକୁ ସ୍ବାଭାବିକ କରିବା ପାଇଁ ସଭାପତି ମହାନ୍ତି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri