ଶିମିଳିପାଳରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବାତ୍ୟା ୟାସ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍‌ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ତେବେ ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ଏବେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। ବତ୍ତର୍ମାନ ସୁଦ୍ଧା ଶିମିଳିପାଳରେ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭଞ୍ଜବସାରେ ୩୮୨ମିଲିମିଟର ଓ ରାମତୀର୍ଥରେ ୩୫୭ ମିଲିମିଟର ବର୍ଷ ରେକର୍ଡ କରାଯାଇଛି। ସେହିପରି ବରେହିପାଣି ୩୩୧, କବାଟ ଘାଇ ୩୦୬, ନଅଣାରେ ୨୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ଷା ଯୋଗୁ ଶିମିଳିପାଳ ଅଞ୍ଚଳରୁ ବାହାରିଥିବା ବିଭିନ୍ନ ନଦୀରେ ବନ୍ୟା ଦେଖାଯାଇଛି। ଅନ୍ୟପଟେ ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା କରାଯାଇଛି। ଏନେଇ ଏସ୍‌ଆରସି ଟୁଇଟ କରି ସୂଚନା ଦେଇଛନ୍ତି। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାପାଳ ପ୍ରାୟ ୧ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ...

ଶୁକ୍ରବାରଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ: ଶ୍ରମିକ ପରିବହନ ନେଇ ଜିଲାପାଳ ଜାରି କରିବେ ଗାଇଡଲାଇନ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଦୀର୍ଘ ଦେଢ଼ମାସ ହେବ ବନ୍ଦ...

ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ

କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ...

ଭାଜପା ନେତ୍ରୀଙ୍କୁ ଅପମାନିତ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୮।୭(ବ୍ୟୁରୋ): ବିଜେଡି ଶାସନରେ ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତ୍ତମାନ ନୂତନ କୌଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ...

ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୬ା୧୨- ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ...

ଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଶୈଳୀରେ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ପରିଚାଳନା କରିବାକୁ ଚାହୁଁଛନ୍ତି। ଏଥିଲାଗି ଅଧ୍ୟାଦେଶ ମାଧ୍ୟମରେ ନୂତନ ଆଇନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି...

Advertisement
Archives

Model This Week