କୁଷ୍ଠରୋଗୀଙ୍କ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି ନୈରାଶ୍ୟଜନକ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ, ୨୭ା୪: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି(ଆର୍‌ସିଏସ୍‌)ପ୍ରକ୍ରିୟାକୁ ସୁଦୃଢ଼ୀକରଣ କରିବାକୁ ୨୦୨୨-୨୩ରେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ପ୍ଲାନ୍‌ରୁ ବିଭିନ୍ନ ଯନ୍ତ୍ରପାତି କିଣିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟର ସମସ୍ତ ୩୦ ଜିଲା ସଦର ଡାକ୍ତରଖାନା ସମେତ କ୍ୟାପିଟାଲ ହସ୍ପିଟାଲରେ କୁଷ୍ଠ ରୋଗୀମାନଙ୍କ ଆର୍‌ସିଏସ୍‌ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଆର୍‌ସିଏସ୍‌ ସୁବିଧା ପାଇବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ଅନ୍ତର୍ଭୁକ୍ତ କରାଯାଇଛି। ମଜୁରି କ୍ଷତିର ଭରଣା ପାଇଁ ଚିକିତ୍ସାଧୀନ କୁଷ୍ଠରୋଗୀଙ୍କୁ ଏକ ସମୟରେ ୧୨ ହଜାର ଟଙ୍କା ସହାୟତା ସମେତ ୧୫୦୦ ଟଙ୍କା ଯିବାଆସିବା ଖର୍ଚ୍ଚ ଏବଂ ଔଷଧ ଖର୍ଚ୍ଚ ବାବଦକୁ ୫୦୦୦ ଟଙ୍କା ଦିଆଯାଉଛି। ଏନେଇ କୁଷ୍ଠରୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆଶାକର୍ମୀମାନଙ୍କୁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ନ୍ୟାଶନାଲ ଲେପ୍ରୋସି ଇରାଡିକେଶନ ପ୍ରୋଗ୍ରାମ (ଏନ୍‌ଏଲ୍‌ଇପି)ରେ ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଆର୍‌ସିଏସ୍‌ ପ୍ରକ୍ରିୟା ଏଯାଏ କେତେକ ଜିଲାରେ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ଏଠାରେ ଯାଜପୁର ଜିଲାର ବ୍ୟାସନଗର ସହରରେ ଥିବା ଅବହେଳିତ ଗାନ୍ଧୀ କୁଷ୍ଠାଶ୍ରମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି କଲୋନିରେ ୧୫୬ ଜଣ ଅନ୍ତେବାସୀ ରହୁଛନ୍ତି। ଏଯାଏ ଜଣେ ବି କୁଷ୍ଠରୋଗୀଙ୍କ ଆର୍‌ସିଏସ୍‌ ହୋଇପାରି ନ ଥିବା ବସ୍ତିବାସିନ୍ଦାଙ୍କଠାରୁ ସୂଚନା ମିଳିଛି। ସୁଷମା ସିଂ, କଟିଆ ରଣା ପ୍ରମୁଖ କହିଛନ୍ତି, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ଝାଟିମାଟି କୁଡ଼ିଆରେ ସେମାନେ କାଳାତିପାତ କରୁଛନ୍ତି। ପକ୍କାଘର ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ସ୍ବତନ୍ତ୍ର ବସତି ସ୍ଥାପନ କରିବେ ବୋଲି ସରକାର କେବଳ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କିଛି ସୁଫଳ ମିଳିପାରିନାହିଁ। ରୋଗୀମାନଙ୍କୁ ଆର୍‌ସିଏସ୍‌ କରିବା କଥା ସେମାନେ ନୂଆ ଭାବେ ଶୁଣିବାକୁ ପାଉଛନ୍ତି। ଏଠାରେ କୃଷ୍ଣ ଜେନା, କାର୍ମି ମୁଣ୍ଡା, ଦଶମା ସିଂ ପ୍ରମୁଖ ପ୍ରାୟ ୧୦ ଜଣ କୁଷ୍ଠରୋଗୀଙ୍କ କିଛି ଅଙ୍ଗପ୍ରତ୍ୟଙ୍ଗ କଟି ଯାଇଛି। ସେମାନଙ୍କ ଆର୍‌ସିଏସ୍‌ କରାଗଲେ ଉପକୃତ ହୋଇପାରିବେ। ହେଲେ ସରକାରୀ ଭାବେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ ପ୍ରାୟ ୫ ବର୍ଷ ହେଲା ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ଯୋଡ଼ାବର ନିକଟସ୍ଥ ଗଣ୍ଡାନାଳ କୂଳରେ ଥଇଥାନ କରିବାକୁ ଯୋଜନା କରାଯାଇଛି। ତାହା ବି ଯୋଜନାରେ ସୀମିତ ରହିଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ଓଡ଼ିଶାର ୨୨ ଜିଲାର ୮୭ କଲୋନୀରେ ୮,୦୩୨ ଅନ୍ତେବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଥିବା ୨୭୬ ଜଣଙ୍କ ଆର୍‌ସିଏସ୍‌ କରିବାକୁ ବିଭାଗ ପକ୍ଷରୁ ଚିହ୍ନଟ ହୋଇଛି। ୧୭୯ ଜଣଙ୍କ ସର୍ଜରି ଚାଲିଥିବାବେଳେ ୨୧ ଜଣ ରୋଗୀଙ୍କ ସର୍ଜରି ମେଡିକାଲ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛି। ୫୯ ଜଣ ଅନିଚ୍ଛା ପ୍ରକାଶ କରିଥିବାବେଳେ ୧୭ ଜଣ ଦାଦନ ଖଟିବାକୁ ଯାଇଛନ୍ତି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୨ା୪ା୨୦୨୩ରେ ବାଲେଶ୍ୱର, ବରଗଡ଼, କଟକ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ଼ ଜିଲାର ଜିଲାପାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖଙ୍କୁ କୁଷ୍ଠରୋଗୀମାନଙ୍କ ଆର୍‌ସିଏସ୍‌ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri