ରିକମ୍ବିନାଣ୍ଟ ଡିଏନ୍‌ଏ

”ଡିଏନ୍‌ଏର ଆକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଜେମ୍ସ ୱାଟ୍‌ସନ ଓ ଫ୍ରାନ୍ସିସ୍‌ କ୍ରିକ୍‌ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ ପ୍ରକାଶ
ପାଇଥିଲା l ସେମାନଙ୍କୁ ମିଳିତ ଭାବେ ୧୯୬୨ରେ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ରିକମ୍ବିନାଣ୍ଟ ଡିଏନ୍‌ଏ, ଜିନ୍‌ କ୍ଲୋନିଂ ଓ ଜିନ୍‌ ଟ୍ରାନ୍ସଫର ବିଦ୍ୟା ପ୍ରୟୋଗ କରାଯାଇ ନୂଆ ଆଣ୍ଟିବାୟୋଟିକ୍‌, ଟିକା,
ଔଷଧ, ହର୍ମୋନ ଓ ଏଞ୍ଜାଇମ୍‌ ତିଆରି କରାଯାଇପାରିବ l“

ମଣିଷ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ମଣିଷ ଭିତରେ ନିୟୁତାଧିକ କୋଷିକା ମଧ୍ୟରେ ନାଭି ଥାଏ। ନାଭି ମଧ୍ୟରେ ରହିଥାଏ ସୂତା ଭଳି ୨୩ ଯୋଡ଼ା କ୍ରୋମୋଜମ୍‌। ତନ୍ମଧ୍ୟରେ ୨୨ ଯୋଡ଼ା ଅଟୋଜମ୍‌ ହୋଇଥାଏ, ଯାହା ନାରୀ ଓ ପୁରୁଷମାନଙ୍କଠାରେ ସମାନ ରହିଥାଏ। ମଣିଷର ୨୩ତମ କ୍ରୋମୋଜମ୍‌ ଯୋଡ଼ାକୁ ‘ସେକ୍ସ କ୍ରୋମୋଜମ୍‌’ କୁହାଯାଏ, ଯାହା ନାରୀ ଓ ପୁରୁଷ ମଧ୍ୟରେ ପ୍ରଭେଦ ଆଣିଥାଏ। ନାରୀମାନଙ୍କ କ୍ଷେତ୍ରରେ ହୋମୋଗାମେଟିକ୍‌ ଅର୍ଥାତ୍‌ ଦୁଇଟି ‘ଏକ୍ସ’ କ୍ରୋମୋଜମ୍‌ ଥିଲାବେଳେ ପୁରୁଷମାନେ ହେଟେରୋଗାମେଟିକ୍‌ ଅର୍ଥାତ୍‌ ଗୋଟିଏ ‘ଏକ୍ସ’ ଓ ଗୋଟିଏ ‘ୱାଇ’ କ୍ରୋମୋଜମ୍‌ ରହିଥାଏ।
କ୍ରୋମୋଜମ୍‌ରେ ମୂଳ ଜନନ ସମ୍ବନ୍ଧୀୟ ବାର୍ତ୍ତା ବହନ କରୁଥିବା ଅମ୍ଳମାଳା ଡିଅକ୍ସିରାଇବୋନ୍ୟୁକ୍ଲିକ ଏସିଡ୍‌ ବା ଡିଏନ୍‌ଏ ଓ ହିଷ୍ଟୋନ ପୁଷ୍ଟିସାର ରହିଥାଏ। ମଣିଷ ଶରୀରରେ ପ୍ରାୟ ୨୦ ହଜାରରୁ ୨୫ ହଜାର ଜିନ୍‌ ରହି ଲକ୍ଷାଧିକ ପୁଷ୍ଟିସାର ଅଣୁ ପାଇଁ କୋଡିଂ କରନ୍ତି। କେତେକ ଜିନ୍‌ ପୁଷ୍ଟିସାର ପାଇଁ କୋଡିଂ କରି ନ ଥା’ନ୍ତି। ଅଧିକାଂଶ ଡିଏନ୍‌ଏ ନାଭିରେ ରହୁଥିଲାବେଳେ କେତେକ ମାଇଟୋକଣ୍ଡ୍ରିଆରେ ରହିଥାନ୍ତି। ଡିଏନ୍‌ଏ ହେଉଛି ଏକ ଜୈବ ପଲିମର ବା ଜଟିଳ ଓ ବିଶାଳ ଅଣୁ, ଯାହା ପଲିନ୍ୟୁକ୍ଲିଓଟାଇଡକୁ ନେଇ ଗଠିତ ହୋଇଥାଏ। ପ୍ରତ୍ୟେକ ନ୍ୟୁକ୍ଲିଓଟାଇଡରେ ଗୋଟିଏ ନାଇଟ୍ରୋଜେନ ବେସ୍‌ ଅଣୁ, ପାଞ୍ଚୋଟି କାର୍ବନ ଥିବା ଗୋଟିଏ ଶର୍କରା ଅଣୁ ଓ ଫସ୍‌ଫେଟ ଅଣୁକୁ ନେଇ ଗଠିତ। ଡିଏନ୍‌ଏ ଦୁଇଖିଅ ବିଶିଷ୍ଟ କୁଣ୍ଡଳାକୃତି ଶିଡିି ବା ନିଶୁଣି ଭଳି ହୋଇଥାଏ, ଯେଉଁଥିରେ ବେସ୍‌ ଯୁଗଳମାନେ ଆଡ଼ପଟା ଆକାରରେ ଭୂଲମ୍ବ ପାର୍ଶ୍ୱ ସୁଗାର ଓ ଫସ୍‌ଫେଟରେ ତିଆରି ଦୁଇ ମେରୁଦଣ୍ଡକୁ ବାନ୍ଧି ରଖିଥାନ୍ତି। ଆଡେନିନ୍‌ ବେସ୍‌ ଥାଏମିନ୍‌ ସହିତ ଓ ଗୁଆନିନ୍‌ ବେସ୍‌ ସାଇଟୋସିନ୍‌ ସହିତ ଯୋଡ଼ି ହୋଇ ଶିିଡି ପାହାଚ ସୃଷ୍ଟି କରନ୍ତି l ଡିଏନ୍‌ଏରେ ଥିବା ସନ୍ଦେଶ ରାସାୟନିକ ବେସ୍‌ ଆକାରରେ ଗଚ୍ଛିତ ହୋଇ ରହିଥାଏ। ଗୋଟିଏ କୋଷିକାରେ ଥିବା ଡିଏନ୍‌ଏକୁ ପ୍ରସାରିତ କଲେ ତାହାର ଲମ୍ବ ପ୍ରାୟ ଦୁଇ ମିଟର ହେବ। ଯଦି ଶରୀରର ସମସ୍ତ କୋଷିକାରେ ଥିବା ଡିଏନ୍‌ଏର ଲମ୍ବକୁ ମିଶାଯାଏ, ତାହା ଆମ ସୌରମଣ୍ଡଳର ବ୍ୟାସ ସଙ୍ଗେ ସମାନ ହେବ। ତନ୍ତୁମାନେ ଏକତ୍ର ହୋଇ ମଣିଷର ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି କରନ୍ତି। ଡିଏନ୍‌ଏ ରାଇବୋନ୍ୟୁକ୍ଲିକ ଅମ୍ଳ ତିଆରି କରିଥାଏ। କୋଷିକାରେ ଥିବା ରାଇବୋଜୋମ୍ସ ଆର୍‌ଏନ୍‌ଏର ସାଙ୍କେତିକ ବାର୍ତ୍ତାରେ ଥିବା ତିନୋଟି ବର୍ଣ୍ଣକୁ ଏକାସାଙ୍ଗରେ ପାଠ କରି ତଦନୁସାରେ ଆମିନୋ ଅମ୍ଳ ତିଆରି କରନ୍ତି। ଯେପରି ସିଏଏ ସାଙ୍କେତିକ ବାର୍ତ୍ତା ଗ୍ଲୁଟାମିନ୍‌ ପାଇଁ ଏବଂ ଏଜିୟୁ ସାଙ୍କେତିକ ବାର୍ତ୍ତା ସେରିନ୍‌ ଆମିନୋ ଅମ୍ଳ ପାଇଁ କୋଡିଂ କରିଥାନ୍ତି। ତେଣୁ କେଉଁ ଆମିନୋ ଅମ୍ଳ କେତେ ପରିମାଣରେ ମିଶିବେ, କେଉଁ ଭଳି ଓ କେଉଁ ଆକୃତିର ପୁଷ୍ଟିସାର ନିର୍ମାଣ କରିବେ, ସବୁକିଛିର ସାଙ୍କେତିକ ବାର୍ତ୍ତା ଡିଏନ୍‌ଏରେ ଗଚ୍ଛିତ ହୋଇ ରହିଥାଏ। ଡିଏନ୍‌ଏର ଆକୃତି ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜେମ୍ସ ୱାଟସନ ଓ ଫ୍ରାନ୍ସିସ୍‌ କ୍ରିକ୍‌ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ ପ୍ରକାଶ ପାଇଥିଲା। ସେମାନଙ୍କୁ ମିଳିତ ଭାବେ ୧୯୬୨ରେ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ରିକମ୍ବିନାଣ୍ଟ ଡିଏନ୍‌ଏ, ଜିନ୍‌ କ୍ଲୋନିଂ ଓ ଜିନ ଟ୍ରାନ୍ସଫର ବିଦ୍ୟା ପ୍ରୟୋଗ କରାଯାଇ ନୂଆ ଆଣ୍ଟିବାୟୋଟିକ୍‌, ଟିକା, ଔଷଧ, ହର୍ମୋନ ଓ ଏଞ୍ଜାଇମ୍‌ ତିଆରି କରାଯାଇପାରିବ l
ଉଦ୍ଭିଦର ଡିଏନ୍‌ଏକୁ ବୀଜାଣୁମାନଙ୍କ ଡିଏନ୍‌ଏରେ ଓ ମଣିଷ ଡିଏନ୍‌ଏକୁ ନେଇ ଫଙ୍ଗାଲ ଡିଏନ୍‌ଏରେ ପ୍ରତିରୋପଣ କରାଯାଇପାରିବ l ପ୍ରଥମେ ୧୯୭୨ରେ ଆମେରିକାର ଜୈବ ରସାୟନବିତ୍‌ ପାଉଲ ବର୍ଗ ଜେନେଟିକ ଯାନ୍ତ୍ରିକ ବିଦ୍ୟା ବିକାଶ କରାଇଥିଲେ ଓ ସେଥିପାଇଁ ତାଙ୍କୁ ଜେନେଟିକ ଯାନ୍ତ୍ରିକ ବିଦ୍ୟାର ଜନକ ମଧ୍ୟ କୁହାଯାଏ। ସେ ଏସ୍‌ଭି-୪୦ ଟ୍ୟୁମର ଭୂତାଣୁର ଜିନ୍‌ ନେଇ ଗୋଟିଏ ବୀଜାଣୁ କୋଷିକା ମଧ୍ୟରେ ଲାମ୍ବଡ଼ା ଫେଜ୍‌ ମାଧ୍ୟମରେ ସନ୍ନିବିଷ୍ଟ ଓ ପ୍ରତିରୋପଣ କରାଇ ଡିଏନ୍‌ଏର ପୁନର୍ବିନ୍ୟାସ କରିଥିଲେ। ତାଙ୍କୁ ୧୯୮୦ ମସିହାରେ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜେନେଟିକ ଯାନ୍ତ୍ରିକ ବିଦ୍ୟାର ବିକାଶ ପୂର୍ବରୁ ବୀଜାଣୁମାନଙ୍କ ଭିତରେ ଥିବା ପ୍ଲାସମିଡ୍‌ ଓ ଆଣବିକ କଇଁଚି ଭାବେ କାର୍ଯ୍ୟ କରୁଥିବା ରେଷ୍ଟ୍ରିକ୍ସନ ଏଣ୍ଡୋନ୍ୟୁକ୍ଲିଏଜେସ୍‌ ଏଞ୍ଜାଇମ୍‌ ଆବିଷ୍କାର ହୋଇସାରିଥିଲା।
ପ୍ଲାସ୍‌ମିଡ୍‌ ହେଉଛି ଏକ କ୍ଷୁଦ୍ରାକାର ଓ ବୃତ୍ତାକାର ବୀଜାଣୁ ଡିଏନ୍‌ଏ, ଯାହା କ୍ରୋମୋସୋମାଲ ଡିଏନ୍‌ଏଠାରୁ ଭିନ୍ନ ଅଟେ।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
-ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ସରକାରୀ ମହିଳା କନିଷ୍ଠ ମହାବିଦ୍ୟାଳୟ,
ସୁନ୍ଦରଗଡ଼, ମୋ : ୯୯୩୮୭୮୩୦୫୧


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?