Posted inଜାତୀୟ

ସମଲିଙ୍ଗୀ ବିବାହକୁ ମାନ୍ୟତା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବାକୁ ଏକ ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ମାମଲାକୁ ମଧ୍ୟ ଏକ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଏହି ମାମଲାର ଶୁଣାଣି ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଥିଲେ। କହିଛନ୍ତି ଯେ ଅନେକ ଲୋକ ଏହି ପ୍ରସଙ୍ଗରେ ଆଗ୍ରହୀ ଅଟନ୍ତି।

ଏହା ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଯେତେବେଳେ ଶୁଣାଣି ହେବ, ଆମେ ଏନେଇ ବିଚାର କରିବୁ। ଏହାପୂର୍ବରୁ ନଭେମ୍ବର ୨୫ ରେ ସୁପ୍ରିମକୋର୍ଟ ଅନ୍ୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ଏବଂ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏହାର ଉତ୍ତର ମାଗିଥିଲେ।

ପୂର୍ବରୁ ଦୁଇଟି ଜନସ୍ବାର୍ଥ ମାମଲା ମଧ୍ୟ ଏନେଇ ଦାଖଲ କରାଯାଇଥିଲା। ଏହି ଆବେଦନପତ୍ରରେ ସମଲିଙ୍ଗୀ ବ୍ୟକ୍ତିଙ୍କ ବିବାହକୁ ସ୍ବତନ୍ତ୍ର ବିବାହ ଆଇନରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଥିଲା। ହାଇଦ୍ରାବାଦରେ ରହୁଥିବା ଦୁଇ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ଦାବିରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀ ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ପ୍ରାୟ ୧୦ ବର୍ଷ ଧରି ପରସ୍ପର ସହ ଅଛନ୍ତି। ସେମାନଙ୍କର ସମ୍ପର୍କକୁ ସେମାନଙ୍କ ପିତାମାତା, ପରିବାର ଏବଂ ସାଙ୍ଗମାନେ ମଧ୍ୟ ସମର୍ଥନ କରୂଛନ୍ତି।

ଆବେଦନକାରୀମାନେ କହିଛନ୍ତି ଯେ ସ୍ବତନ୍ତ୍ର ବିବାହ ଆଇନ ଭାରତୀୟ ସମ୍ବିଧାନର ବିପରୀତ ଅଟେ। ଏହା ସମାନ ଲିଙ୍ଗ ଦମ୍ପତି ଏବଂ ବିପରୀତ ଲିଙ୍ଗ ଦମ୍ପତିଙ୍କ ମଧ୍ୟରେ ଭେଦଭାବ କରେ। ଏହା ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ବିବାହ ଭଳି ସାମାଜିକ ସ୍ବୀକୃତି ଏବଂ ସ୍ଥିତିରୁ ବଞ୍ଚିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ...

ପୁଣି ବଢିଲା କ୍ଷୀର ଦର

ନୂଆଦିଲ୍ଲୀ,୨୦।୧୧: ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି।...

ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର

ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍‌ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି...

କରୋନା ଲଢ଼େଇରେ ଅଣ୍ଟା ଭିଡ଼ିଲା ଇସ୍ରୋ: ତିଆରି କଲା ସ୍ବଦେଶୀ ଅକ୍ସିଜେନ୍‌ କନସେନଟ୍ରେଟର..

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଇସ୍ରୋ କରୋନା ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛି। ଇସ୍ରୋ...

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ...

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ...

‘ଗୋଟିଏ ଭୋଟ୍‌ କିଛି ଫରକ ପକାଇବ ନାହିଁ’

ଲକ୍ଷ୍ନୌ,୭।୨: ଆଗ୍ରାର ଫତେହାବାଦରେ ଜଣେ ଭିନ୍ନକ୍ଷମଙ୍କୁ ଭାଜପାକୁ ଭୋଟ ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ସେ ଭାଜପା ବଦଳରେ ଅନ୍ୟ ଦଳକୁ ଭୋଟ ଦେବାକୁ...

କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଣ୍ଡାକୁ ଧକ୍କା ଦେବା ପଡିଲା ମହଙ୍ଗା: ହେଲା କାର୍ଯ୍ୟାନୁଷ୍ଠାନ

ଦିସପୁର, ୧୦।୧୦: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିସରରେ ରବିବାର ଏକ ଗଣ୍ଡା ରାସ୍ତା ପାର୍‌ ହୋଉଥିବା ବେଳେ ଟ୍ରକ୍‌ ଧକ୍କା ଦେଇଛି। ଯାହାର ଭିଡିଓ...

Advertisement
Archives

Model This Week