Posted inଜାତୀୟ

ସମଲିଙ୍ଗୀ ବିବାହକୁ ମାନ୍ୟତା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବାକୁ ଏକ ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ମାମଲାକୁ ମଧ୍ୟ ଏକ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଏହି ମାମଲାର ଶୁଣାଣି ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଥିଲେ। କହିଛନ୍ତି ଯେ ଅନେକ ଲୋକ ଏହି ପ୍ରସଙ୍ଗରେ ଆଗ୍ରହୀ ଅଟନ୍ତି।

ଏହା ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଯେତେବେଳେ ଶୁଣାଣି ହେବ, ଆମେ ଏନେଇ ବିଚାର କରିବୁ। ଏହାପୂର୍ବରୁ ନଭେମ୍ବର ୨୫ ରେ ସୁପ୍ରିମକୋର୍ଟ ଅନ୍ୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ଏବଂ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏହାର ଉତ୍ତର ମାଗିଥିଲେ।

ପୂର୍ବରୁ ଦୁଇଟି ଜନସ୍ବାର୍ଥ ମାମଲା ମଧ୍ୟ ଏନେଇ ଦାଖଲ କରାଯାଇଥିଲା। ଏହି ଆବେଦନପତ୍ରରେ ସମଲିଙ୍ଗୀ ବ୍ୟକ୍ତିଙ୍କ ବିବାହକୁ ସ୍ବତନ୍ତ୍ର ବିବାହ ଆଇନରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଥିଲା। ହାଇଦ୍ରାବାଦରେ ରହୁଥିବା ଦୁଇ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ଦାବିରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀ ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ପ୍ରାୟ ୧୦ ବର୍ଷ ଧରି ପରସ୍ପର ସହ ଅଛନ୍ତି। ସେମାନଙ୍କର ସମ୍ପର୍କକୁ ସେମାନଙ୍କ ପିତାମାତା, ପରିବାର ଏବଂ ସାଙ୍ଗମାନେ ମଧ୍ୟ ସମର୍ଥନ କରୂଛନ୍ତି।

ଆବେଦନକାରୀମାନେ କହିଛନ୍ତି ଯେ ସ୍ବତନ୍ତ୍ର ବିବାହ ଆଇନ ଭାରତୀୟ ସମ୍ବିଧାନର ବିପରୀତ ଅଟେ। ଏହା ସମାନ ଲିଙ୍ଗ ଦମ୍ପତି ଏବଂ ବିପରୀତ ଲିଙ୍ଗ ଦମ୍ପତିଙ୍କ ମଧ୍ୟରେ ଭେଦଭାବ କରେ। ଏହା ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ବିବାହ ଭଳି ସାମାଜିକ ସ୍ବୀକୃତି ଏବଂ ସ୍ଥିତିରୁ ବଞ୍ଚିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri