ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪ ଟିରେ, ୨୩୫ଟି ସମ୍ପତ୍ତି ପ୍ରକଳ୍ପରେ ୧.୩ କୋଟି ଲୋକ ଗୃହଋଣ କିସ୍ତି ପୈଠ କରୁ ନାହାଁନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିଲଡରମାନେ ଠିକ ସମୟରେ ସମ୍ପତ୍ତି ହସ୍ତାନ୍ତର କରୁନାହାଁନ୍ତି। କରୋନା ଅବଧିରେ, ଚାଇନାରେ ଶୂନ କୋଭିଡ ନୀତି ଅନୁଯାୟୀ କଡା ଲକଡାଉନ ଯୋଗୁଁ ସମ୍ପତ୍ତି କ୍ଷେତ୍ରରେ ବହୁ କ୍ଷତି ଘଟିଥିଲା। ଏଭଳି ପରିସ୍ଥିତିରେ ପ୍ରକଳ୍ପଗୁଡ଼ିକ ଠିକ ସମୟରେ ଶେଷ ହେଉ ନଥିବାରୁ ସମସ୍ୟା ଉପୁଜୁଛି।

 

ରିସର୍ଚ୍ଚ ସଂଗଠନ କ୍ୟାପିଟାଲ ଇକୋନୋମିକ୍ସର ଜୁଲିୟାନ ଇଭାନ୍ସ କହିଛନ୍ତି ଯେ ସମ୍ପତ୍ତି କ୍ଷେତ୍ରର ମନ୍ଥରତା ଚାଇନାର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ରହିଛି॥ ନଭେମ୍ବରରେ, କମ୍ୟୁନିଷ୍ଟ ପାର୍ଟିର ସମ୍ମିଳନୀରେ ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ମଧ୍ୟବିତ୍ତ ଶ୍ରେଣୀର ଏହି ବିଦ୍ରୋହ ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ବୋଲି କୁହାଯାଉଛି। ଚାଇନାର କମ୍ୟୁନିଷ୍ଟ ପାର୍ଟିର ପ୍ରାୟ ୧୦ କୋଟି ସଦସ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଭୋଟ ଦେବେ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ପ୍ରାୟ ୭୦ ପ୍ରତିଶତ ଲୋକ ସମ୍ପତ୍ତିରେ ବିନିଯୋଗ କରିଛନ୍ତି, ଯାହା ଆମେରିକା ତୁଳନାରେ ବହୁତ ଅଧିକ। ଆମେରିକାର ପ୍ରାୟ ୪୦ରୁ ୫୦ ପ୍ରତିଶତ ଲୋକ ସମ୍ପତ୍ତିରେ ବିନିଯୋଗ କରିଥାନ୍ତି।

ଚାଇନାର ୪୦୦୦ ବ୍ୟାଙ୍କ ଏବେ ବନ୍ଦ ହେବାର ସ୍ଥିତିରେ ପହଞ୍ଚିଛନ୍ତି। ୪ ଲକ୍ଷରୁ ଅଧିକ ଆକାଉଣ୍ଟଧାରୀଙ୍କ ହଜାର ହଜାର କୋଟି ଟଙ୍କା ଏଥିରେ ଫସି ରହିଛି। ସେମାନଙ୍କ ଟଙ୍କା ପାଇଁ ଅନେକ ପ୍ରଦେଶର ଲୋକମାନେ ବ୍ୟାଙ୍କ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି। ତେଣୁ ଏହି ବିରୋଧକୁ ନେଇ ଜିନପିଙ୍ଗ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ଛଅ ମାସରେ ଦେଶରେ ୩୧ ଲକ୍ଷ ଶିଳ୍ପ ଏବଂ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହାଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। କୋଭିନ୍‌ ଶୂନ ନୀତି ଯୋଗୁ ଚାଇନା ପୃଥିବାଠାରୁ ବିଚ୍ଚିନ୍ନ ହେବା ଯୋଗୁ ସମସ୍ତ କାରବାର କ୍ଷତିଗ୍ରସ୍ତ ହୋଇଥିବା ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri