ଶାହରୁଖଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ସୁପ୍ରିମକୋର୍ଟ ପକ୍ଷରୁ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୨୦୧୭ରେ ଭଦୋଦରା ରେଳ ଷ୍ଟେଶନ୍‌ରେ ଗହଳି ଜମାଇବା ମାମଲାରେ ଗୁଜରାଟ ହାଇକୋର୍ଟ ନେଇଥିବା ନିଷ୍ପତ୍ତିରେ ସୁପ୍ରମିକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସୋମବାର ଜଷ୍ଟିସ୍‌ ଅଜୟ ରସ୍ତୋଗି, ଜଷ୍ଟିସ୍‌ ସି.ଟି. ରବି କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ୨୭ରେ ଗୁଜରାଟ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଶାହରୁଖଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରାଯାଇଥିଲା। ହାଇକୋର୍ଟଙ୍କ ରାୟକୁ ସୁପ୍ରମିକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
୨୦୧୭ରେ ଫିଲ୍ମ ‘ରଇଜ୍‌’ର ପ୍ରମୋଶନ୍‌ ପାଇଁ ଶାହରୁଖ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍‌କୁ ବୁକ୍‌ କରିଥିଲେ। ଶାହରୁଖ ପ୍ରଡକ୍ସନ୍‌ ଟିମ୍‌ ସହ ଯାତ୍ରା କରୁଥିବା ବେଳେ ଭଦୋଦରା ରେଳଷ୍ଟେଶନରେ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ଦେଖି ଶାହରୁଖ ଲୋକଙ୍କ ଆଡ଼କୁ ଟିସର୍ଟ ଓ ସ୍ମାଇଲ୍‌ ବଲ୍‌ ଫୋପାଡ଼ିବା ଯୋଗୁ ରେଳଷ୍ଟେନରେ ଅଧିକ ଗହଳି ହୋଇଯାଇଥିବା ଅଭିଯୋଗକାରୀ ଜିତେନ୍ଦ୍ର ମଧୁଭାଇ ସୋଲାଙ୍କ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri