ବାସ୍ତବ ପ୍ରତିକ୍ରିୟା

ରାମ ମାଧବ ମୋର ଜଣେ ଭଲ ବନ୍ଧୁ। ସେ ଏକ ଲେଖାରେ ଦର୍ଶାଇଛନ୍ତି ଯେ, ଅଧିକାଂଶ ନେତା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତଙ୍କ ସାକ୍ଷାତକାରକୁ ନ ପଢ଼ି ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ଏବେ ବି ମାଧବଙ୍କ ଲେଖା ପଢ଼ିନାହିଁ। କିନ୍ତୁ ବିଷୟ ହେଉଛି ଆର୍‌ଏସ୍‌ଏସ୍‌କୁ ନା ବିଶେଷକରି ଆର୍‌ଏସ୍‌ଏସ୍‌ର ବିଚାରଧାରାକୁ ଭୁଲ୍‌ ବୁଝାଯାଇଛି ତାହା ଦେଖିବାକୁ ହେବ। ସେଥିପାଇଁ ଆରଏସ୍‌ଏସ୍‌ ସମର୍ଥକଙ୍କ ବିଷୟରେ ଜାଣିବା ଅପେକ୍ଷା ସିଧା ସେମାନଙ୍କ ବହିକୁ ଯିବା ଦରକାର। ମୁଁ ସେମାନଙ୍କ ବହି ପଢ଼ିଛି ଏବଂ ଯେଉଁମାନଙ୍କ ପାଖରେ ସେମାନଙ୍କ ଅଭିବ୍ୟକ୍ତି(ସ୍ପିଚ୍‌) ପଢିବା ପାଇଁ ସମୟ ନାହିଁ ସେମାନଙ୍କ ସକାଶେ ବହିର ସାରାଂଶ କହୁଛି। ଗୋଲ୍‌ଓ୍ବାଲକର ଓ ଦୀନଦୟାଲ ଉପାଧ୍ୟାୟ କୌଣସି ବହି ଲେଖି ନ ଥିବାରୁ ସେମାନଙ୍କ ଲେଖାକୁ ମୁଁ ସ୍ପିଚ୍‌ କହେ। ଆଶ୍ଚର୍ଯ୍ୟର କଥା,ଉପାଧ୍ୟାୟଙ୍କୁ ଜଣେ ବିଚାରକ ଭାବେ ବିବେଚନା କରାଯାଏ ଏବଂ ତାଙ୍କ ‘ଏକାମତ୍ତ୍ ମାନବବାଦ’କୁ ତାଙ୍କର ମୌଳିକ ସିଦ୍ଧାନ୍ତ ଭାବେ ଭାଜପା ସୂଚିତ କରେ। ଉକ୍ତ ଏକାମତ୍ ମାନବବାଦ ହେଉଛି ବାସ୍ତବରେ ଅଭିବ୍ୟକ୍ତିର ସମାହାର। ଏଣୁ ଗୋଲ୍‌ଓ୍ବାଲକରଙ୍କ ବହିର ନାମ ‘ବଞ୍ଚ ଅଫ୍‌ ଥଟ୍ସ’ ଦିଆଯାଇଛି ଯାହା ଅସ୍ପଷ୍ଟ ଅଭିବ୍ୟକ୍ତିର ସମ୍ମେଳନ। ବଞ୍ଚ ଅଫ୍‌ ଥଟ୍ସରେ ଗୋଲ୍‌ଓ୍ବାଲକର କହିଛନ୍ତି , ହିନ୍ଦୁମାନେ ହେଉଛନ୍ତି ତାଙ୍କର ଭଗବାନ୍‌ ଏବଂ ଭକ୍ତ ଭଗବାନ୍‌ ଜାତି ମାଧ୍ୟମରେ ନିଜକୁ ସୃଷ୍ଟି କରିଛନ୍ତି। ଅର୍ଥାତ୍‌ ହିନ୍ଦୁ ସମାଜର ବ୍ୟବସ୍ଥା ଯାହା ମନୁ ବର୍ଣ୍ଣନା କରିଛନ୍ତି (ବ୍ରାହ୍ମଣ ମୁଣ୍ଡ, କ୍ଷତ୍ରିୟ ବାହୁ, ବୈଶ୍ୟ ଜଂଘ ଏବଂ ଶୂଦ୍ର ପାଦ), ତାହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୧୯୬୦ରେ ଗୋଲ୍‌ଓ୍ବାଲକର କହିଥିଲେ, କ୍ରସ୍‌ ବ୍ରିଡିଂରେ ଅତି ଉନ୍ନତ ମାନବ ପାଇଁ ଜାତିକୁ ବ୍ୟବହାର କରାଯାଇପାରେ। ପ୍ରାରମ୍ଭରୁ ଏହା ହିନ୍ଦୁମାନଙ୍କ ଦ୍ୱାରା କରାଯାଇଥିଲା। ନମ୍ବୋଦିରି ବ୍ରାହ୍ମଣ ପୁରୁଷମାନେ ଅନ୍ୟ ଜାତିରେ ବିବାହ କରୁଥିଲେ। ସେ କହିଥିଲେ ଯେ, ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ନାମ୍ବୋଦିରି ପୁରୁଷମାନେ ପ୍ରଥମ ସନ୍ତାନର ଜନକ ହେଉଥିଲେ। ଏହି ବକ୍ତବ୍ୟଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଥିବାରୁ ଆର୍‌ଏସ୍‌ଏସ୍‌ କିମ୍ବା ଭାଜପା କ୍ୟାଡରମାନେ ଏହିିସବୁ ବିଷୟ ସାମ୍ନାକୁ ଆଣୁନାହାନ୍ତି। କାରଣ ସମ୍ଭବତଃ ନିଶ୍ଚିତ ଯେ କିଛି ଲୋକ ମୂଳ ଲେଖାକୁ ପଢି ଲେଖକ ଯାହା କହିଛନ୍ତି ସେମାନେ ତାହା କରିବେ।
ଗମ୍ଭୀରତାର ସହ ପଢିଲେ (ସବିଶେଷ ଜାଣିବା ପାଇଁ ମୋ ପୁସ୍ତକ ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’ ଦେଖନ୍ତୁ) ଉପାଧ୍ୟାୟଙ୍କ କଥା ମଧ୍ୟ ହାସ୍ୟାସ୍ପଦ ଲାଗିବ, କିଛି ଭାଗ ବି ଭଲ ଲାଗିବ ନାହିଁ। ସେଥିରୁ ଗୋଟିଏ ପାରା ଏହିପରି। ”ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି। ଥରେ ଶ୍ରୀ ବିନୋବାଜୀ ଏବଂ ଆରଏସ୍‌ଏସ୍‌ର ସର୍‌ ସଂଘଚାଳକ ଶ୍ରୀ ଗୁରୁଜୀଙ୍କ ମଧ୍ୟରେ ଆଲୋଚନାରେ ହିନ୍ଦୁ ଓ ମୁସଲମାନଙ୍କ ବିଚାରଧାରାରେ କେଉଁଠି ପ୍ରଭେଦ ରହିଛି ତାହାକୁ ନେଇ ଏକ ପ୍ରଶ୍ନ ଉଠିଲା। ବିନୋବାଜୀଙ୍କୁ ଗୁରୁଜୀ କହିଲେ, ପ୍ରତ୍ୟେକ ସମାଜରେ ଭଲ ଓ ମନ୍ଦ ଲୋକ ଅଛନ୍ତି। ହିନ୍ଦୁମାନଙ୍କ ମଧ୍ୟରେ ସଚ୍ଚୋଟ ଓ ଭଲଲୋକ ଅଛନ୍ତି ଏବଂ ମୁସଲମାନଙ୍କ ମଧ୍ୟରେ ବି ସେଭଳି ଲୋକ ରହିଛନ୍ତି। ସେହିଭଳି ଖଳ ବ୍ୟକ୍ତି ମଧ୍ୟ ଉଭୟ ସମାଜରେ ଅଛନ୍ତି। ତେବେ ଅନୁଭବ କରାଯାଉଛି ଯେ, ହିନ୍ଦୁମାନେ ଯେତେବେଳେ ଗାଷ୍ଠୀବଦ୍ଧ ହୁଅନ୍ତି ସେତେବେଳେ ସେମାନେ ସର୍ବଦା ଭଲ ବିଷୟରେ ଚିନ୍ତା କରିଥାନ୍ତି। ଅନ୍ୟପକ୍ଷରେ ଦୁଇଜଣ ମୁସଲମାନ ଏକାଠି ହେଲେ ସେମାନେ ବିଭିନ୍ନ ବିଷୟରେ ପ୍ରସ୍ତାବ ରଖନ୍ତି ଓ ଅନୁମୋଦନ କରିଥାନ୍ତି, ଯାହା ସେମାନଙ୍କ ବ୍ୟକ୍ତିଗତ ଜୀବନର କ୍ଷମତା ଭିତରେ କେବେ ବି ଚିନ୍ତା କରି ନ ଥାନ୍ତି। ଏହା ଏକ ନିତିଦିନିଆ ଅନୁଭବ। ଏଭଳି ପର୍ଯ୍ୟବେକ୍ଷଣରେ ସତ୍ୟତା ଥିଲା ବୋଲି ବିନୋବାଜୀ ସ୍ବୀକାର କରିଥିଲେ, କିନ୍ତୁ ଏହାକୁ ଦର୍ଶାଇବା ଲାଗି କୌଣସି ଉଚିତ ତଥ୍ୟ ନ ଥିଲା।“
ଦେବାନୁର ମହାଦେବ ତାଙ୍କ ନୂତନ ପ୍ରକାଶିତ ପୁସ୍ତକ ‘ଆର୍‌ଏସ୍‌ଏସ’୍‌ ରେ କହିଛନ୍ତି ଯେ, ବିଚାର ଏବଂ ବିଶ୍ଳେଷଣ ଉପରେ ଆରଏସ୍‌ଏସ୍‌ ଶୃଙ୍ଖଳା ଓ ସର୍ବସମ୍ମତିକୁ ପ୍ରୋତ୍ସାହିତ କରେ। ବଞ୍ଚ ଅଫ୍‌ ଥଟ୍ସ ଶୀର୍ଷକକୁ ନେଇ ସେ କହନ୍ତି ଯେ, ଏଥିରେ କାର୍ଯ୍ୟକଳାପ ଉପରେ ଅଧିକ ଚିନ୍ତା କରା ନ ଯାଇ କେବଳ ବହୁ ପୁରାତନ ଯୁଗର ଅନେକ ଅବ୍ୟବସ୍ଥିତ, ବିପଜ୍ଜନକ ବିଶ୍ୱାସ ରହିଛି। ବିବିଧତାର ବ୍ୟବସ୍ଥା ବିଚାରକୁ ଆର୍‌ଏସ୍‌ଏସ୍‌ରେ ନିରୁତ୍ସାହିତ କରାଯାଇଛି। ‘ଯାହା ସ୍ବେଚ୍ଛାସେବୀମାନଙ୍କୁ କୁହାଯାଏ ତାହା ସେମାନେ କରନ୍ତି… ଯଦି ସେମାନଙ୍କୁ କବାଡ଼ି ଖେଳିବାକୁ କୁହାଯାଏ ସେମାନେ ତାହା ଖେଳନ୍ତି, ବୈଠକ କରିବାକୁ କୁହାଗଲେ ତାହା ସେମାନେ କରିଥାନ୍ତି। … ସେମାନଙ୍କର ନିର୍ଣ୍ଣୟ ନେବା ଦରକାର ପଡ଼େନାହିଁ’- ଗୋଲ୍‌ଓ୍ବାଲକରଙ୍କ ଉକ୍ତ ଉକ୍ତିକୁ ଉଦ୍ଧାର କରି ମହାଦେବ ଉଲ୍ଲେଖ କରିଛନ୍ତି ଯେ, ଆର୍‌ଏସ୍‌ଏସ୍‌ ଏହାର ସ୍ବେଚ୍ଛାସେବୀଙ୍କୁ କାବୁରେ ରଖିଛି।
ଏସବୁ ମଧ୍ୟରେ ଆର୍‌ଏସ୍‌ଏସ୍‌ କ୍ୟାଡର୍‌ମାନଙ୍କୁ ଏହା ମଧ୍ୟ ଶିକ୍ଷା ଦିଆଯାଉଛି ଯେ ସମ୍ବିଧାନ ତ୍ରୁଟିପୂର୍ଣ୍ଣ। ଉଦାହରଣ ସ୍ବରୂପ, ଆର୍‌ଏସ୍‌ଏସ୍‌ ସବୁବେଳେ ସଂଘୀୟ ବ୍ୟବସ୍ଥାକୁ ଆକ୍ରମଣ କରି ଆସିଛି। ଏବେ ଦକ୍ଷିଣରେ ଭାଜପା ଦ୍ୱାରା ନିଯୁକ୍ତ ଜଣେ ରାଜ୍ୟପାଳଙ୍କଠାରେ ଏହାର ପୁନରାବୃତ୍ତି ହେବା ଦେଖିବାକୁ ପାଉଛୁ। ମହାଦେବ ସଂଘୀୟବାଦ ପ୍ରତି ଥିବା ଏଭଳି ଘୃଣା ମନୋଭାବକୁ ସାମଗ୍ରୀ ଓ ସେବା ଟିକସ ସହ ବି ସଂଯୋଜିତ କରିଛନ୍ତି, ଯେଉଁଥିରେ ରାଜ୍ୟଗୁଡ଼ିକର ନିଜସ୍ବ ଟିକସ ବୃଦ୍ଧି କରିବାର ଅଧିକାରକୁ ଅତ୍ୟଧିକ ସୀମିତ କରାଯାଇଛିି। ମହାଦେବ ହିନ୍ଦୁତ୍ୱକୁ ଏକ ‘ଗାଈମୁହଁା ବାଘ’ ବୋଲି କହିଛନ୍ତି, ଯାହା ଭାରତୀୟ ସମାଜ ଭିତରୁ ହିଁ ଖାଉଛି। ମହାଦେବ ଅନେକ ବାସ୍ତବବାଦୀ ଅନୁଧ୍ୟାନ କରିଛନ୍ତି। ଯଥା ଭାରତରେ ସୃଷ୍ଟି ହୋଇ ଚାତୁବର୍ଣ୍ଣ୍ୟ ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଥିବା ଜୈନ, ବୌଦ୍ଧ, ଶିଖ, ଲିଙ୍ଗାୟତ ଏବଂ ଅନ୍ୟ ଧର୍ମଗୁଡ଼ିିକୁ ହିନ୍ଦୁ ବିଶ୍ୱାସ ଆଧାରିତ କହି ସେମାନଙ୍କ ବାର୍ତ୍ତାକୁ ଦବାଇଦେବାକୁ ଚାହଁୁଛି। ମହାଦେବ ଯେଉଁ ନକାରାମତ୍କ ପ୍ରତିକ୍ରିୟା ସୂଚିତ କରିଛନ୍ତି ସେଭଳି ପ୍ରତିକ୍ରିୟା ବାରମ୍ବାର ପ୍ରକାଶ ପାଇଲେ ବି ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। କାରଣ ଏହିସବୁ ପ୍ରତିକ୍ରିୟା କେବଳ ବାସ୍ତବତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri