Posted inଫୁରସତ

ଚର୍ଚ୍ଚାରେ ରିଅଲ୍‌ ରାଞ୍ଚୋ: ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ କରାଇଲେ ଭିଡିଓ କ୍ୟାମେରାମ୍ୟାନ୍‌

୨୦୦୯ର ସୁପରହିଟ୍‌ ‘୩ ଇଡିୟଟ୍ସ’ ଫିଲ୍ମରେ ଅଭିନେତା ଆମୀର ଖାନ୍‌ଙ୍କ ରାଞ୍ଚୋ ଚରିତ୍ର ଭିଡିଓ କଲ୍‌ କରି ଡାକ୍ତର ଚରିତ୍ର ନିର୍ବାହ କରୁଥିବା କରୀନା କପୁର ଖାନ୍‌ଙ୍କ ପରାମର୍ଶରେ କରୀନାଙ୍କ ବଡ଼ ଭଉଣୀଙ୍କ ପ୍ରସବ କରାଇଥିଲେ। ଠିକ୍‌ ଏହିପରି ଏକ ଘଟଣା ବାସ୍ତବ ଜୀବନରେ ମୁମ୍ବାଇର ରାମ ମନ୍ଦିର ରେଲ ଷ୍ଟେଶନରେ ଦେଖିବାକୁ ମିଳିଛି। ଉକ୍ତ ଷ୍ଟେଶନରେ ଜଣେ ଭିଡିଓ କ୍ୟାମେରାମ୍ୟାନ ଡାକ୍ତରଙ୍କୁ ଭିଡିଓ କଲ୍‌ କରି ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ରାମ ମନ୍ଦିର ରେଳ ଷ୍ଟେଶନରେ ବୁଧବାର ରାତି ଗୋଟାଏ ବେଳେ ଜଣେ ମହିଳାଙ୍କୁ ପ୍ରସବ ପୀଡ଼ା ହୋଇଥିଲା। ପେସାରେ ଭିଡିଓ କ୍ୟାମେରାମ୍ୟାନ ହୋଇଥିବା ବିକାଶ ଦିଲୀପ ବେନ୍ଦ୍ରେ(୨୭) ନାମକ ଜଣେ ସହଯାତ୍ରୀ ସମୟ ନଷ୍ଟ ନ କରି ତୁରନ୍ତ ଟ୍ରେନ୍‌ର ଏମର୍ଜେନ୍ସି ଚେନ୍‌କୁ ଟାଣି ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ସେ ଜଣେ ମହିଳା ଡାକ୍ତରଙ୍କ ସହ ଭିଡିଓ କଲ୍‌ରେ ପ୍ରସବ ପୀଡ଼ା ଭୋଗୁଥିବା ମହିଳାଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ଡାକ୍ତର ଜଣଙ୍କ ଭିଡିଓ କଲ୍‌ରେ ପ୍ରସବ ନିମନ୍ତେ ବିଭିନ୍ନ ଉପାୟ କହିଥିଲେ, ଯାହାକୁ ବିକାଶ ପୂରଣ କରି ଚାଲିଥିଲେ। ବିକାଶ ସାହସର ସହ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି ମହିଳାଙ୍କୁ ସୁରକ୍ଷିତ ପ୍ରସବ କରାଇଥିଲେ। ମହିଳା ଜଣଙ୍କ ଜଣେ ସୁସ୍ଥ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଆମ୍ବୁଲାନ୍ସ ଆସିବା ପରେ ମହିଳା ଓ ତାଙ୍କ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ ନିଆଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି। ବିକାଶଙ୍କୁ ରିଅଲ ଲାଇଫ୍‌ ରାଞ୍ଚୋ ବୋଲି କହି ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

ରାସ୍ତା ପାର୍‌ ହେଉଥିବାବେଳେ ବିରାଟକାୟ ଅଜଗର ଉପରେ ମାଡିଗଲା ଗାଡି, ତା’ପରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ନିୟନ୍ତ୍ରିତ ବଜାର କମିଟି କପାମଣ୍ଡି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତା କଡରୁ ଗୁରୁବାର ଏକ ୧୩ ଫୁଟିଆ…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri