ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ(୨୬) ଏବଂ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୮ କେନାଲପଡ଼ା ନିବାସୀ ଫୁପଲୁ ଓରଫ୍‌ ରାଜେଶ ମେହେର(୩୬)। ସେମାନଙ୍କ ନିକଟରୁ ଏକ ବାଇକ୍‌(ଓଡି ୦୩ କ୍ୟୁ ୦୮୪୬), ଓଡ଼ିଶା ପୋଲିସ ଲେଖାଥିବା ୨ଟି ଜ୍ୟାକେଟ୍‌, ୪ଟି ମୋବାଇଲ, ଗୋଟିଏ ଟୋପି, ନଗଦ ୨ ହଜାର ଟଙ୍କା ଏବଂ ଗୋଟିଏ ଆଇରନ ପାଇପ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାର ସେମାନଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଅତାବିରା ଥାନାରେ ଦଫା ୪୧୯, ୪୨୦, ୩୮୬, ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।

ବରଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇ କହିଥିଲେ, ଶୁକ୍ରବାର ପ୍ରାୟ ୮ଟା ସମୟରେ ଗିରଫ ୨ ଅଭିଯୁକ୍ତ ଓଡ଼ିଶା ପୋଲିସ ଲେଖାଥିବା ଜ୍ୟାକେଟ୍‌ ପିନ୍ଧି ଜବତ ବାଇକ୍‌ ଯୋଗେ ଅତାବିରା ଥାନା ରେଙ୍ଗାଲି(କର୍ଲାଟିକ୍ରା) ଗ୍ରାମର ଟୁନା ମିର୍ଦ୍ଧା(୩୧)ଙ୍କ ଗ୍ରୋସରୀ ଦୋକାନରେ ପହଞ୍ଚିଥିଲେ। ସେତେବେଳେ ଦୋକାନ ଖୋଲାଥିବାରୁ ଏତେ ରାତିରେ କାହିଁକି ଦୋକାନ ଖୋଲିଛନ୍ତି ବୋଲି କହିବା ସହିତ ୨ ହଜାର ଟଙ୍କା ନ ଦେଲେ ଟୁନାଙ୍କୁ ଜେଲ୍‌ ପଠାଇ ଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଟୁନା ଅଭିଯୁକ୍ତମାନଙ୍କୁ ୨ହଜାର ଟଙ୍କା ଦେଇଥିଲେ।
ଏ ନେଇ ଟୁନା ଅତାବିରା ଥାନାରେ ଏତଲା ଦେବା ପରେ ପୋଲିସ ଉପରୋକ୍ତ ମାମଲା ରୁଜୁ କରିଥିଲା ଏବଂ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏହାର ତଦନ୍ତ କରିଥିଲେ। ତଦନ୍ତରେ ୨ ଅଭିଯୁକ୍ତ ଧରାପଡ଼ି ଥିବାବେଳେ ସେମାନେ ବଲାଙ୍ଗୀର ବରଗଡ଼ ଜିଲାର ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏହା ସହିତ କିଛିଦିନ ତଳେ ସିପୁନ ବେହେରା ଏବଂ ସାଧୁଚରଣ ଭୋଇଙ୍କଠାରୁ ଲୁଟ୍‌ ହୋଇଥିବା ୨ ମୋବାଇଲ ଅଭିଯୁକ୍ତଙ୍କ ପାଖରୁ ଉଦ୍ଧାର ହୋଇଥିବାବେଳେ ଗତ ୬ ତାରିଖ ଅତାବିରା ଥାନା ରେଳ ଷ୍ଟେଶନ ଅଞ୍ଚଳରେ ନଗଦ ୮ହଜାର ଟଙ୍କା, ୨ମୋବାଇଲ ଲୁଟ୍‌ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri